Cloves: ଲବଙ୍ଗରୁ ଲାଭ

1 month ago 12
ARTICLE AD BOX

ଆୟୁର୍ବେଦରେ ଲବଙ୍ଗକୁ ଔଷଧ ଭାବେ ବ୍ୟବହାର କରାଯାଇଥାଏ। ଏଥିରୁ ଅନେକ ପୁଷ୍ଟିକର ତତ୍ତ୍ବ ମିଳିଥାଏ। ଲବଙ୍ଗ ପାଣି ପାଚନ ପ୍ରକ୍ରିୟାକୁ ଉନ୍ନତ କରିବାରେ ସାହାଯ୍ୟ କରିଥାଏ। ଏସିଡିଟି, ଗ୍ୟାସ୍ ଓ ବଦହଜମୀ କମାଇବାରେ ମଧ୍ୟ ଏହା ସହାୟକ ହୋଇଥାଏ। ଲବଙ୍ଗ ପାଣି ଦାନ୍ତ ଯନ୍ତ୍ରଣା, ମାଢ଼ି ଫୁଲା ଓ ପାଇରିଆରୁ ମୁକ୍ତି ଦେଇପାରେ। ଲବଙ୍ଗରେ ଥିବା ୟୁଜେନଲ୍ ଓ ଫ୍ଲାଭୋନ୍‌ଏଡ୍‌ସରେ ଆଣ୍ଟି-ଇନ୍‌ଫ୍ଲେମାଟୋରି ଓ ଆଣ୍ଟିସେପ୍ଟିକ୍ ଗୁଣ ଥିବାରୁ ଏହାର ତେଲ ଦାନ୍ତବିନ୍ଧା, ଫୁଲିଥିବା ମାଢ଼ି ପାଇଁ ଭଲ। ପ୍ରତିଦିନ ଲବଙ୍ଗ ପାଣି ପିଇବା ଦ୍ବାରା ଅନେକ ସ୍ବାସ୍ଥ୍ୟ ସମସ୍ୟା ଦୂର ହୋଇଥାଏ। ଲବଙ୍ଗ ପାଣି ଶରୀରର ରୋଗ ପ୍ରତିରୋଧକ ଶକ୍ତି ବଢ଼ାଇଥାଏ।

Love: ପ୍ରେମରେ ବିଫଳ ହେବାରୁ; ଛାତ୍ରୀଙ୍କୁ ପେଟ୍ରୋଲ୍‌ ଢାଳି ନିଆଁ ଲଗାଇବାକୁ ଉଦ୍ୟମ

Chief Minister Yogi: ବିରୋଧୀଙ୍କୁ ମୁଖ୍ୟମନ୍ତ୍ରୀ ଯୋଗୀଙ୍କ ତୀବ୍ର କଟାକ୍ଷ: ‘କାଳନେମୀ’ ଭଳି କପଟତା କରୁଛନ୍ତି

ସକାଳେ ଖାଲି ପେଟରେ ଲବଙ୍ଗ ପାଣି ପିଇବାକୁ ସର୍ବୋତ୍ତମ ବୋଲି ବିବେଚନା କରାଯାଏ। ଏହାକୁ ରାତିସାରା ଭିଜାଇ ସକାଳେ ଉଷୁମ କରି ପିଇଲେ ପାଚନ ପ୍ରକ୍ରିୟା ଭଲ ହୁଏ ଓ ଅନ୍ୟ ସ୍ୱାସ୍ଥ୍ୟ ସମସ୍ୟାରୁ ମୁକ୍ତି ମିଳିଥାଏ। ଲବଙ୍ଗକୁ ଚୋବାଇ ମଧ୍ୟ ଖିଆଯାଏ। ବିଶେଷକରି ଥଣ୍ଡା ଓ କାଶ ପାଇଁ ଆପଣ ଲବଙ୍ଗକୁ ମହୁ ସହିତ ମିଶାଇ ସେବନ କରିପାରିବେ। ଚା’ରେ ଲବଙ୍ଗ ମିଶାଇ ପିଇବା ମଧ୍ୟ ଲାଭଦାୟକ ହୋଇଥାଏ। ଲବଙ୍ଗରେ ଆଣ୍ଟିଅକ୍ସିଡାଣ୍ଟ୍‌ ଥିବାରୁ ହୃଦ୍‌ରୋଗ ଓ କର୍କଟ ରୋଗ ରୋକିବାରେ ସହାୟକ ହୋଇଥାଏ। 

Read Entire Article
LEFT SIDEBAR AD

Hidden in mobile, Best for skyscrapers.