Climate Panchayat ଭଦ୍ରକରେ ପରିବେଶ ପଞ୍ଚାୟତ ଓ ପୁନଶ୍ଚ ପୃଥିବୀ କାର୍ଯ୍ୟକ୍ରମ ଅନୁଷ୍ଠିତ

1 month ago 12
ARTICLE AD BOX

ଭଦ୍ରକ: ଭଦ୍ରକ ବିଧାନସଭା ନିର୍ବାଚନ ମଣ୍ଡଳୀରେ ସମ୍ବାଦ ପକ୍ଷରୁ ଆଜି (ଶୁକ୍ରବାର) ଆରଡି ଛକସ୍ଥିତ  ବିନାୟକ ଯୁକ୍ତ ଦୁଇ ଆବାସିକ କଲେଜ ପରିସରରେ ପରିବେଶ ପଞ୍ଚାୟତ ଓ ପୁନଶ୍ଚ ପୃଥିବୀ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। 

ଏହି କାର୍ଯ୍ୟକ୍ରମରେ, ସ୍ଥାନୀୟ ବିଧାୟକ ତଥା ଜିଲ୍ଲା ଯୋଜନା ବିର୍ଡର ଅଧ୍ୟକ୍ଷ  ସିତାଂଶୁ ଶେଖର ମହାପାତ୍ର ମୁଖ୍ୟ ଅତିଥି ଭାବରେ ଯୋଗଦେଇଥିଲେ। ବିଧାୟକ ଶ୍ରୀମହାପାତ୍ର ନିଜ ବକ୍ତବ୍ୟରେ କହିଲେ, ସମ୍ବାଦ ପକ୍ଷରୁ ଆୟୋଜିତ ପରିବେଶ ପଞ୍ଚାୟତ ଓ ପୁନଶ୍ଚ ପୃଥିବୀ କାର୍ଯ୍ୟକ୍ରମ ଏକ ଅଭିନବ ପଦକ୍ଷେପ । ଆମ ପରିବେଶ, ପ୍ରକୃତି ଓ ପୃଥିବୀ ଏବେ ପ୍ରଦୂଷିତ ହୋଇଯାଇଛି। ଅତ୍ୟଧିକ ପ୍ଲାଷ୍ଟିକ ବ୍ୟବହାର ଆମ ପରିବଶକୁ ନଷ୍ଟକରୁଛି। ଆମ ପାଣି ପବନ, ଆମ ପରିବେଶକୁ ସୁରକ୍ଷିତ ରଖିବା ପାଇଁ ଆମକୁ ଏବେ ଠାରୁ ଉଦ୍ୟମ ଆରମ୍ଭ କରିବାକୁ ପଡ଼ିବ ବୋଲି ଛାତ୍ରଛାତ୍ରୀଙ୍କୁ ପରାମର୍ଶ ଦେଇଥିଲେ। 

Bhadrak parivesh Panchayat2

ମୃତ୍ତିକା ସଂରକ୍ଷଣ, ବୃକ୍ଷ ରୋପଣ ଓ ପ୍ରକୃତି ପ୍ରତି ଆମର କର୍ତ୍ତବ୍ୟ ସମ୍ପର୍କରେ ମତ ଦେଇ  ବିଧାୟକ କହିଲେ , ଆମ ପ୍ରକୃତିକୁ ସତେଜ ରଖିବା ପାଇଁ ହେଲେ ଆମକୁ ଜୈବ ପ୍ରଯୁକ୍ତି ବିଦ୍ୟାର ପ୍ରୟୋଗ କରି ଜୈବିକ ଜୀବନ ଶୈଳୀ ଭିତରେ ବଞ୍ଚିବାକୁ ପଡ଼ିବ । ଆମ ପରିବେଶ ଭଲ ରହିଲେ ଆମ ପୃଥିବୀ ଭଲ ରହିବ। ପୃଥିବୀ ଭଲ  ରହିଲେ ଆମ ସମସ୍ତେ ଭଲରେ ରହିବା ।

Climate Panchayar: ‘ସନ୍ତୁଳିତ ପରିବେଶ ପାଇଁ ସମ୍ମିଳିତ ଉଦ୍ୟମ ଅପରିହାର୍ଯ୍ୟ’

ମୁଖ୍ୟବକ୍ତା ତଥା ଭଦ୍ରକର ଅତିରିକ୍ତ ଜିଲ୍ଲାପାଳ ରବୀନ୍ଦ୍ର କୁମାର ସାହୁ କହିଲେ, ଦ୍ରୁତ ଶିଳ୍ପାୟନର ପାଇଁ ଅନେକ ସମୟରେ ଗଛ କଟା ଚାଲିଛି । ସେହିଭଳି ନୂତନ ରାସ୍ତା ଘାଟ ନିର୍ମାଣ, କଳକାରଖାନା ସ୍ଥାପନା କରିବା ଦ୍ୱାରା ଆମ ପରିବେଶ ଦୂଷିତ ହୋଇଯାଉଛି। ବିକାଶ ମୂଳକ କାର୍ଯ୍ୟପାଇଁ ଆମେ ଏତେ ଗଛ କାଟି ଦେଉଥିବା ସେହି ପରିମାଣରେ ଗଛ ଲଗାଇବା ପାଇଁ ନିୟମ ରହିଛି। ବିକାଶକୁ ବିରୋଧ କରାନଯାଉ । କିନ୍ତୁ ବିକାଶ ନାମରେ ଆମ ପ୍ରକୃତି ଓ ପରିବେଶ କୁ ସୁରକ୍ଷିତ ରଖାଯାଉ । ଏଥିପାଇଁ ଆମେ ପ୍ରତ୍ୟେକ ବ୍ୟକ୍ତି ନିଜ ଉଦ୍ୟମରେ ଗଛ ଲଗାଇବାକୁ ଉଚିତ । 

Bhadrak parivesh Panchayat3

ସମ୍ମାନିତ ଅତିଥି ଭାବେ ବରିଷ୍ଠ ଆଇନଜୀବୀ ତଥା ରୋଟାରିଆନ ଅତିସ ବେହେରାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସଭାରେ ବିନାୟକ କଲେଜର ସଭାପତି ପ୍ରଫେସର ମନୋଜ କୁମାର ପାଢ଼ୀ, କଲେଜର ସମ୍ପାଦକ ଜୀବନାନନ୍ଦ ପାଣିଗ୍ରାହୀ , କଲେଜର ଅଧ୍ୟକ୍ଷ ପ୍ରଫେସର ପ୍ରଭାତ ପ୍ରଭାକର ପାଢ଼ୀ , ସମ୍ବାଦ ସାହିତ୍ୟ ଘରର ଜିଲ୍ଲା ଉପସଭାପତି ଜଗନ୍ନାଥ ରାଉତ, ସମ୍ବାଦର ଭଦ୍ରକ ଜିଲ୍ଲା ପ୍ରତିନିଧି ଡ ହରିହର ନାୟକ ପ୍ରମୁଖ ସମ୍ମାନିତ ଅତିଥି ଭାବରେ ଯୋଗଦେଇଥିଲେ । ଏହି ଅବସରରେ କଲେଜର ଅଧ୍ୟାପିକା ଲୋପାମୁଦ୍ରା ପାଣିଗ୍ରାହୀଙ୍କ ସଂଯୋଜନାରେ ସ୍କୁଲ ଓ କଲେଜର ଛାତ୍ରଛାତ୍ରୀମାନେ ପରିବେଶ ସମ୍ପର୍କରେ ବକ୍ତବ୍ୟ ପ୍ରଦାନ କରିଥିଲେ।  ଅଧ୍ୟାପକ ଶିରିଶ ଚନ୍ଦ୍ର ପତି  ଅତିଥି ପରିଚୟ ଓ ସ୍ଵାଗତ ଭାଷଣ ପ୍ରଦାନ କରିଥିଲେ। 

Bhadrak parivesh Panchayat1

ସଭାର ଆରମ୍ଭରେ  ଅତିଥିମାନଙ୍କ ଦ୍ଵାରା ବୃକ୍ଷ ରୋପଣ କାର୍ଯ୍ୟକ୍ରମ କରାଯାଇଥିଲା। କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ,ଭଦ୍ରକ ଜିଲା ସମ୍ବାଦ ସାହିତ୍ୟ ଘରର ଜିଲ୍ଲା ସାଧାରଣ ସମ୍ପାଦକ ତଥା ପ୍ରଫେସର ନିହାର ରଞ୍ଜନ କର, ନାଟ୍ୟଶ୍ରୀ  ନିର୍ମଳ ଚନ୍ଦ୍ର ରାଉତ, କବି ଅରୂପ ଅଭିଷେକ ନାୟକ, ସମାଜସେବୀ ଆମର ପାଣିଗ୍ରାହୀ , କବି ବିପ୍ଲବ ହୋତା ପ୍ରମୁଖ ଉପସ୍ଥିତ ଥିଲେ।

କଲେଜର ଛାତ୍ରଛାତ୍ରୀ , କର୍ମଚାରୀ , ଅଧ୍ୟାପକ ଓ ଅଧ୍ୟାପିକାମାନେ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ। 

Climate Change: ବର୍ତ୍ତମାନ ସମୟରେ ପୁନଶ୍ଚ ପୃଥିବୀର ଆବଶ୍ୟକତା ଅଛି: ବିଧାୟକ

Read Entire Article
LEFT SIDEBAR AD

Hidden in mobile, Best for skyscrapers.