Climate Panchayat: ପରିବେଶ ସୁରକ୍ଷା ପାଇଁ ଆହ୍ବାନ

2 months ago 24
ARTICLE AD BOX

ବୋଡ଼େନ: ନୂଆପଡ଼ା ଜିଲ୍ଲା ବୋଡେନ୍‌ ଫରେଷ୍ଟର ଖଗେଶ୍ବର ମାଝୀଙ୍କ ତତ୍ବାବଧାନରେ ପକ୍ଷରୁ ବନ ମହୋତ୍ସବ ସପ୍ତାହ ପାଳିତ ହୋଇଯାଇଛି। ତାଲୁକା ଆଇନ ସେବାର ଅଧ୍ୟକ୍ଷ ରାଜେଶ କୁମାର ଦାସ ମୁଖ୍ୟ ଅତିଥି ଭାବେ ଯୋଗଦେଇ ବୃକ୍ଷରୋପଣ ଶୁଭାରମ୍ଭ କରିଥିଲେ। ବିଡ଼ିଓ ଚିନ୍ମୟ ସାଗର, ଥାନାଧିକାରୀ ଧର୍ମେନ୍ଦ୍ର ଭୁଏ, ଏସ ଏସଡି ହାଇସ୍କୁଲ ପ୍ରଧାନ ଶିକ୍ଷକ ଦୈତାରୀ ବିଶ୍ବାଳ, ପାଟଦରା ଫରେଷ୍ଟର ସଂଜୟ ମାଝୀ, ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଥିଲେ। ପ୍ରତ୍ୟେକ ଲୋକ ଓ ଛାତ୍ରଛାତ୍ରୀ ଗୋଟିଏ ବୃକ୍ଷ ରୋପଣ କରିବା ପାଇଁ ପରିବେଶ ସୁରକ୍ଷା ପାଇଁ ଆହ୍ବାନ ଦେଇଥିଲେ ଅତିଥିମାନେ ବକ୍ତବ୍ୟ ପ୍ରଦାନ କରିଥିଲେ।  

ବୋଡ଼େନ ଏନ୍ ଆର୍ ଏସ ପ୍ଳାନଷ୍ଟେନ ୩୦ ହେକ୍ଟର ବୃକ୍ଷରୋପଣ କରାଯିବ ବୋଲି ଶ୍ରୀ ମାଝୀ ପ୍ରକାଶ କରିଛନ୍ତି। ଫରେଷ୍ଟର ଗାର୍ଡ ରାକେଶ ଦଣ୍ଡସେନା, ଦିଗବିଜୟ ମାଝୀ, ବିଜୁଲୁ ରାଉତରାୟ, ଦେବରାଜ ତାଣ୍ଡି,ମୋନାଲି ରାଉତ ପ୍ରମୁଖ ସହଯୋଗ କରିଥିଲେ। ବନ କର୍ମଚାରୀ, ଛାତ୍ର ଛାତ୍ରୀ, ପୁଲିସ କର୍ମଚାରୀ ସହ ବୃକ୍ଷରୋପଣ କରିଥିଲେ।

ଚାରା ରୋପଣ କରି ପାଳିଲେ ବନ ମହୋତ୍ସବ

Read Entire Article
LEFT SIDEBAR AD

Hidden in mobile, Best for skyscrapers.