ARTICLE AD BOX
ନୂଆଦିଲ୍ଲୀ: ଦିଲ୍ଲୀ ହାଇକୋର୍ଟ ମଙ୍ଗଳବାର ଏକ ଗୁରୁତ୍ୱପୂର୍ଣ୍ଣ ସୂଚନା ଦେଇ ଗତ ମେ’ ମାସରୁ ଭାରତରେ ପ୍ରତିବନ୍ଧିତ ହୋଇ ରହିଥିବା ‘କକ୍ରୋଚ୍ ଜନତା ପାର୍ଟି’ (ସିଜେପି) ର ସୋସିଆଲ ମିଡିଆପ୍ଲାଟଫର୍ମ ‘ଏକ୍ସ’ ଆକାଉଣ୍ଟକୁ ତୁରନ୍ତ ପୁନଃକାର୍ଯ୍ୟକ୍ଷମ ବା ସକ୍ରିୟ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଆକାଉଣ୍ଟ ବ୍ଲକ୍ କରିବା ପାଇଁ କେନ୍ଦ୍ର ସରକାରଙ୍କ ନିଷ୍ପତ୍ତିକୁ ଚ୍ୟାଲେଞ୍ଜ କରି ସିଜେପି ପ୍ରତିଷ୍ଠାତା ଅଭିଜିତ ଦୀପକେ ଦାୟର କରିଥିବା ଏକ ଆବେଦନର ଶୁଣାଣି କରି ଜଷ୍ଟିସ ସ୍ୱର୍ଣ୍ଣକାନ୍ତା ଶର୍ମା ଏହି ନିର୍ଦ୍ଦେଶ ପ୍ରଦାନ କରିଛନ୍ତି।
ଆହୁରି ପଢନ୍ତୁ: Cow Rescued: ଅଜଣା ଗାଡ଼ି ଧକ୍କାରେ ଅଜଣା ଗାଈ କ୍ଷତବିକ୍ଷତ, ଉଦ୍ଧାର କଲେ ଭ୍ରାମ୍ୟମାଣ ପ୍ରାଣୀ ଚିକିତ୍ସକ କର୍ମଚାରୀ
କେନ୍ଦ୍ର ସରକାରଙ୍କ ପକ୍ଷରୁ ହାଜର ହୋଇ ସଲିସିଟର ଜେନେରାଲ ତୁଷାର ମେହେଟ୍ଟା କୋର୍ଟଙ୍କୁ ଜଣାଇଥିଲେ ଯେ, ଜୁନ୍ ୨୧ ତାରିଖରେ ଅନୁଷ୍ଠିତ ହେବାକୁ ଥିବା ‘ନିଟ୍’ ପୁନଃ-ପରୀକ୍ଷା ପୂର୍ବରୁ ଛାତ୍ରଛାତ୍ରୀ ଏବଂ ଅଭିଭାବକଙ୍କ ମଧ୍ୟରେ କୌଣସି ଅପ୍ରୀତିକର ପରିସ୍ଥିତି ବା ବିଭ୍ରାଟ ଏଡ଼ାଇବା ପାଇଁ ଏହି ଆକାଉଣ୍ଟକୁ ବ୍ଲକ୍ କରାଯାଇଥିଲା। ତେବେ ବର୍ତ୍ତମାନ ଯେହେତୁ ନିଟ୍ ପରୀକ୍ଷା ସଫଳତାର ସହ ଶେଷ ହୋଇସାରିଛି, ତେଣୁ ଏହି ପ୍ରତିବନ୍ଧକର ଆଉ କୌଣସି ପ୍ରାସଙ୍ଗିକତା ନାହିଁ ଦର୍ଶାଇ ଅଦାଲତ କେନ୍ଦ୍ରର ସେହି ପୁରୁଣା ଆଦେଶକୁ ରଦ୍ଦ କରିବା ସହ ଆବେଦନକୁ ଗ୍ରହଣ କରିଛନ୍ତି।

2 months ago
24


