ARTICLE AD BOX
ନୂଆଦିଲ୍ଲୀ: ବେକାବୁ ହେଉଛି ଛାତ୍ର ଆନ୍ଦୋଳନ । ସିଜେପିର ଆନ୍ଦୋଳନ କାରଣରୁ ଦିଲ୍ଲୀ ମେଟ୍ରାର ୧୬ଟି ଷ୍ଟେସନ ବନ୍ଦ ରହିବ । ଆଜି ୭ଟା ୩୦ ମିନିଟ୍ରୁ ପରବର୍ତ୍ତୀ ନିର୍ଦ୍ଦେଶ ପର୍ଯ୍ୟନ୍ତ ଦିଲ୍ଲୀ ମେଟ୍ରୋର ୧୬ଟି ଷ୍ଟେସନ ବନ୍ଦ ରହିବ। ତଥାପି, ଯାତ୍ରୀମାନଙ୍କ ସୁବିଧା ପାଇଁ ରାଜୀବ ଚୌକ, ମଣ୍ଡି ହାଉସ୍ ଏବଂ କେନ୍ଦ୍ରୀୟ ସଚିବାଳୟ ଷ୍ଟେସନରେ ଇଣ୍ଟରଚେଞ୍ଜ ସୁବିଧା ଉପଲବ୍ଧ ରହିବ।
ଅଧିକ ପଢନ୍ତୁ: Protest: ସିଜେପି ଆନ୍ଦୋଳନକାରୀଙ୍କ ବିରୋଧରେ କୌଣସି ଆଇନଗତ କାର୍ଯ୍ୟାନୁଷ୍ଠାନ ହେବନି
ଦିଲ୍ଲୀ ମେଟ୍ରୋ ଜୁଲାଇ ୨୩ ପାଇଁ ଏହି ଅପଡେଟ୍ ଜାରି କରିଛି। ଏହା ପୂର୍ବରୁ ବୁଧବାର ଦିନ ମଧ୍ୟ ସକାଳ ୧୧ଟାରୁ ସନ୍ଧ୍ୟା ୬ଟା ୩୦ ପର୍ଯ୍ୟନ୍ତ ଏହି ଷ୍ଟେସନଗୁଡ଼ିକ ବନ୍ଦ ରହିଥିଲା। ଆଜି ମଧ୍ୟ ଯାତ୍ରୀମାନଙ୍କୁ ଏହି ନୂଆ ସୂଚନା ଅନୁଯାୟୀ ନିଜର ଯାତ୍ରା କରିବାକୁ ପଡ଼ିବ। ବନ୍ଦ ଥିବା ୧୬ଟି ଷ୍ଟେସନ ମଧ୍ୟରୁ ଅଧିକାଂଶ ଜନ୍ତର ମନ୍ତର ଆଖପାଖ ଅଞ୍ଚଳରେ ଅବସ୍ଥିତ। ମେଟ୍ରୋ ଷ୍ଟେସନଗୁଡ଼ିକ ପୁଣି କେବେ ଖୋଲିବ, ସେନେଇ DMRC ର ପରବର୍ତ୍ତୀ ନିର୍ଦ୍ଦେଶକୁ ଅପେକ୍ଷା କରାଯାଇଛି।
ବନ୍ଦ ରହିବାକୁ ଥିବା ୧୬ଟି ଷ୍ଟେସନର ତାଲିକା:
୧. ଲୋକ କଲ୍ୟାଣ ମାର୍ଗ
୨. ରାଜୀବ ଚୌକ
୩. ପଟେଲ ଚୌକ
୪. ରାମକୃଷ୍ଣ ଆଶ୍ରମ ମାର୍ଗ
୫. ବାରାଖମ୍ବା ରୋଡ୍
୬. ସୁପ୍ରିମ କୋର୍ଟ
୭. ସେବା ତୀର୍ଥ
୮. ଜନପଥ
୯. ମଣ୍ଡି ହାଉସ୍
୧୦. କେନ୍ଦ୍ରୀୟ ସଚିବାଳୟ
୧୧. ଆଇଟିଓ
୧୨. ଦିଲ୍ଲୀ ଗେଟ୍
୧୩. ଇନ୍ଦ୍ରପ୍ରସ୍ଥ
୧୪. ଖାନ୍ ମାର୍କେଟ୍
୧୫. ଜୋର୍ ବାଗ୍
୧୬. ଶିବାଜୀ ଷ୍ଟାଡିୟମ

1 week ago
6


