China:ଚୀନ୍‌ ସେନାରେ ବଡ଼ ଅଦଳବଦଳ

4 weeks ago 13
ARTICLE AD BOX

ବେଜିଂ: ଚୀନ୍‌ ରାଷ୍ଟ୍ରପତି ତଥା ଦେଶର ସର୍ବୋଚ୍ଚ ସାମରିକ ନେତା ସି ଜିନପିଙ୍ଗ ଦେଶର ସେନାରେ ଏକ ବଡ଼ ପରିବର୍ତ୍ତନ କରିଛନ୍ତି। ଦୁର୍ନୀତି ବିରୋଧୀ ଅଭିଯାନ ଅନ୍ତର୍ଗତ ପିପୁଲ୍ସ ଲିବରେସନ୍‌ ଆର୍ମି (ପିଏଲ୍‌ଏ)ର ୧୦୧ ଜଣ ବରିଷ୍ଠ ସାମରିକ ଅଧିକାରୀଙ୍କୁ ପଦରୁ ହଟାଯାଇଛି କିମ୍ବା ତଦନ୍ତ ପରିସରକୁ ଅଣାଯାଇଛି। ଏହାକୁ ସି ଜିନପିଙ୍ଗଙ୍କ ଶାସନକାଳର ସବୁଠୁ ବଡ଼ ସାମରିକ ପୁନର୍ଗଠନ ବୋଲି ବିଶ୍ଳେଷକମାନେ ମନେ କରୁଛନ୍ତି।

ଆହୁରି ପଢନ୍ତୁ: Manipur:ମଣିପୁରରେ ଆତଙ୍କବାଦୀ ଆକ୍ରମଣରେ ଆସାମ ରାଇଫଲ୍ସର ୨ ଯବାନ ସହିଦ

ଏହି ପରିବର୍ତ୍ତନର ଅଂଶ ଭାବେ ଜିନପିଙ୍ଗ ନିଜର ଦୁଇ ଘନିଷ୍ଠ ଓ ବିଶ୍ୱସ୍ତ ଅଧିକାରୀଙ୍କୁ ସେନାର ଗୁରୁତ୍ବପୂର୍ଣ୍ଣ ଦାୟିତ୍ବ ଦେଇଛନ୍ତି। ଝାଙ୍ଗ୍‌ ଶୁଗୁଆଙ୍ଗଙ୍କୁ କେନ୍ଦ୍ରୀୟ ସାମରିକ କମିସନ (ସିଏମ୍‌ସି)ର ଶୃଙ୍ଖଳା ଯାଞ୍ଚ କମିସନ୍‌ର ମୁଖ୍ୟ କରାଯାଇଛି। ଏହି ସଂସ୍ଥା ସେନା ଭିତରେ ଦୁର୍ନୀତି ଓ ଶୃଙ୍ଖଳାଭଙ୍ଗ ମାମଲାର ତଦନ୍ତ କରିଥାଏ। ସେହିପରି ୱାଙ୍ଗ୍‌ ଗ୍ୟାଙ୍ଗଙ୍କୁ ବାୟୁସେନାର ଶୀର୍ଷ ପଦରେ ନିଯୁକ୍ତ କରାଯାଇଛି। ଏହି ଦୁଇ ଅଧିକାରୀଙ୍କୁ ଚୀନ୍‌ ସେନାର ସର୍ବୋଚ୍ଚ ସକ୍ରିୟ ସାମରିକ ପଦବୀ ‘ଜେନେରାଲ୍‌’ ମଧ୍ୟ ପ୍ରଦାନ କରାଯାଇଛି।

ଆହୁରି ପଢନ୍ତୁ:IPS: ବରିଷ୍ଠ ଆଇପିଏସ୍‌ ଅଫିସର ଅମିତ ଗର୍ଗ ଏନ୍‌ସିଆର୍‌ବି ମୁଖ୍ୟ: ଆଲୋକ କୁମାର ମିତ୍ତଲ ହେବେ ବିପିଆର୍‌ଡି ମୁଖ୍ୟ


ଗତ କିଛି ବର୍ଷ ଧରି ସି ଜିନପିଙ୍ଗ ସେନାରେ ଦୁର୍ନୀତି ବିରୋଧରେ କଠୋର ଅଭିଯାନ ଚଳାଇ ଆସୁଛନ୍ତି। ଏହି ଅଭିଯାନରେ ପୂର୍ବତନ ପ୍ରତିରକ୍ଷାମନ୍ତ୍ରୀଙ୍କ ସମେତ ଅନେକ ଉଚ୍ଚପଦସ୍ଥ ଜେନେରାଲ୍‌ ଓ ସାମରିକ ଅଧିକାରୀଙ୍କ ବିରୋଧରେ ଦୁର୍ନୀତି ଅଭିଯୋଗରେ କାର୍ଯ୍ୟାନୁଷ୍ଠାନ ହୋଇଛି। ଏହାର ପ୍ରଭାବରେ କେନ୍ଦ୍ରୀୟ ସାମରିକ କମିସନର ଅନେକ ପଦ ଖାଲି ହୋଇଯାଇଥିଲା ଏବଂ ସେନାର ଉଚ୍ଚସ୍ତରୀୟ ନେତୃତ୍ବରେ ଶୂନ୍ୟତା ସୃଷ୍ଟି ହୋଇଥିଲା।

ଆହୁରି ପଢନ୍ତୁ:TRUMP : ବିଶ୍ବକପ୍‌ରେ ଟ୍ରମ୍ପଙ୍କ ହସ୍ତକ୍ଷେପ ! ଆମେରିକୀୟ ଖେଳାଳିଙ୍କ ନିଲମ୍ବନ ପ୍ରତ୍ୟାହାରକୁ ନେଇ ବିବାଦ

ବିଶ୍ଳେଷକମାନଙ୍କ ମତରେ, ସି ଜିନପିଙ୍ଗ୍‌ ଏହି ପରିବର୍ତ୍ତନ ମାଧ୍ୟମରେ ସେନା ଉପରେ ନିଜର ନିୟନ୍ତ୍ରଣକୁ ଆହୁରି ସୁଦୃଢ଼ କରିବା ସହ କମ୍ୟୁନିଷ୍ଟ ପାର୍ଟି ପ୍ରତି ସେନାର ଆନୁଗତ୍ୟ ନିଶ୍ଚିତ କରିବାକୁ ଚାହୁଛନ୍ତି। ସେ ସମ୍ପ୍ରତି ବରିଷ୍ଠ ସାମରିକ ଅଧିକାରୀଙ୍କ ପାଇଁ ୧୦ ସପ୍ତାହର ରାଜନୈତିକ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ମଧ୍ୟ ଆରମ୍ଭ କରିଛନ୍ତି। ଏଥିରେ ପାର୍ଟି ପ୍ରତି ନିଷ୍ଠା, ଶୃଙ୍ଖଳା ଓ ଆତ୍ମସମୀକ୍ଷା ଉପରେ ବିଶେଷ ଗୁରୁତ୍ବ ଦିଆଯାଉଛି। ତେବେ ଏତେ ବଡ଼ କାର୍ଯ୍ୟାନୁଷ୍ଠାନ ଫଳରେ ସେନାର ଉଚ୍ଚସ୍ତରୀୟ ନେତୃତ୍ବରେ ସାମୟିକ ଶୂନ୍ୟତା ସୃଷ୍ଟି ହୋଇଥିବାରୁ ଏହାର ପ୍ରଭାବ ଚୀନ୍‌ର ସାମରିକ ପ୍ରସ୍ତୁତି ଓ ନେତୃତ୍ବ ବ୍ୟବସ୍ଥା ଉପରେ ମଧ୍ୟ ପଡ଼ିପାରେ ବୋଲି ବିଶେଷଜ୍ଞମାନେ ମତ ପ୍ରକାଶ କରିଛନ୍ତି।

Read Entire Article
LEFT SIDEBAR AD

Hidden in mobile, Best for skyscrapers.