Chhattisgarh: ଛତିଶଗଡ଼ରେ ହାତୀ ଆକ୍ରମଣରେ ୨ ମୃତ

3 weeks ago 11
ARTICLE AD BOX

ରାୟପୁର: ଛତିଶଗଡ଼ର ରାଇଗଡ଼ ଜିଲ୍ଲାରେ ଶନିବାର ଦୁଇଟି ପୃଥକ୍‌ ବଣୁଆ ହାତୀ ଆକ୍ରମଣ ଘଟଣାରେ ୨ ଜଣ ଲୋକଙ୍କ ମୃତ୍ୟୁ ହୋଇଛି। ଏହି ସଦ୍ୟ ଘଟଣା ପରେ ରାଜ୍ୟରେ ସପ୍ତାହକରେ ହାତୀ ଆକ୍ରମଣରେ ୩ ଜଣଙ୍କର ମୃତ୍ୟୁ ହୋଇଥିବା ବନ୍ୟ ଅଧିକାରୀ କହିଛନ୍ତି। ଧର୍ମଜୟଗଡ଼ ଡିଭିଜନର ଛଲ ଓ କାପୁ ଜଙ୍ଗଲ ରେଞ୍ଜରେ ଆଜି ସକାଳେ ହାତୀ ଲୋକଙ୍କୁ ଆକ୍ରମଣ କରିଥିଲା। କାପୁ ଜଙ୍ଗଲରେଞ୍ଜର ତଳଗାଓଁରେ ଗାଁକୁ ଏକ ବଣୁଆ ହାତୀ ପଶି ଆସିବା ପରେ ଗାଁରେ ଆତଙ୍କ ଖେଳି ଯାଇଥିଲା।

ଆହୁରି ପଢନ୍ତୁ :Dead: ନିର୍ମାଣାଧୀନ ଶୌଚାଳୟ ଟାଙ୍କିରେ ପଡ଼ି ୨ଜଣ ଶ୍ରମିକଙ୍କ ମୃତ୍ୟୁ

ହାତୀକୁ ଦେଖି ଶକୁନ୍ତଳା ବାଇ (୩୭) ତାଙ୍କ ଘରୁ ବାହାରକୁ ଦୌଡ଼ି ପଳାଇବାକୁ ଚେଷ୍ଟା କରୁଥିବାବେଳେ ହାତୀ ତାଙ୍କୁ ଆକ୍ରମଣ କରି ମାରିଦେଇଥିଲା ବୋଲି ଧର୍ମଜୟଗଡ଼ ଡିଏଫ୍‌ଓ ଜିତେନ୍ଦ୍ର ଉପାଧ୍ୟାୟ କହିଛନ୍ତି। ତେବେ ମୃତକଙ୍କ ନାବାଳିକା ଝିଅ ଅଳ୍ପକେ ବର୍ତ୍ତି ଯାଇଥିଲା।
ଉପାଧ୍ୟାୟ କହିଛନ୍ତି ଯେ, ଛଲ ବନାଞ୍ଚଳ ଅନ୍ତର୍ଗତ ଔରନାରା ଗାଁରେ ବନ୍ଧନ ସିଂହ ଅଗାରିଆ (୫୦) ନାମକ ଜଣେ ଶ୍ରମିକଙ୍କର ମଧ୍ୟ ଜଙ୍ଗଲୀ ହାତୀ ଆକ୍ରମଣରେ ମୃତ୍ୟୁ ହୋଇଛି। ଗ୍ରାମବାସୀଙ୍କ ସୂଚନା ପରେ ବନ ଓ ପୁଲିସ କର୍ମଚାରୀମାନେ ଉଭୟ ସ୍ଥାନରେ ପହଞ୍ଚି ମୃତଦେହଗୁଡ଼ିକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଥିଲେ। ରାଜ୍ୟ ସରକାରଙ୍କ ପକ୍ଷରୁ ମୃତକଙ୍କ ପରିବାକୁ ତୁରନ୍ତ ୨୫,୦୦୦ ଟଙ୍କା ଆର୍ଥିକ ସହାୟତା ପ୍ରଦାନ କରାଯାଇଛି।

ଆହୁରି ପଢନ୍ତୁ :Murder case:ଶ୍ରଦ୍ଧା ୱାଲକର ହତ୍ୟା ମାମଲା

 ବକେୟା ୫ ଲକ୍ଷ ୭୫ ହଜାର ଟଙ୍କା ଅନ୍ୟ ଔପଚାରିକତାପୂରଣ ହେବା ପରେ ପ୍ରଦାନ କରାଯିବ ବୋଲି ଅଧିକାରୀ କହିଛନ୍ତି। ଜୁଲାଇ ୯ ତାରିଖରେ କୋର୍ବା ଜିଲ୍ଲାରେ ଜଣେ ୫୫ ବର୍ଷୀୟ ବୃଦ୍ଧ ଜଙ୍ଗଲରୁ ଛତୁ ସଂଗ୍ରହ କରିବାକୁ ଯାଇଥିବାବେଳେ ହାତୀ ଆକ୍ରମଣରେ ତାଙ୍କର ମୃତ୍ୟୁ ହୋଇଥିଲା। ବନ ବିଭାଗ ଅଧିକାରୀଙ୍କ ଅନୁଯାୟୀ, ଗତ ପାଞ୍ଚ ବର୍ଷ ମଧ୍ୟରେ ଛତିଶଗଡ଼ରେ ହାତୀ ଆକ୍ରମଣରେ ୩୩୦ ରୁ ଅଧିକ ଲୋକଙ୍କର ମୃତ୍ୟୁ ହୋଇଛି।

Read Entire Article
LEFT SIDEBAR AD

Hidden in mobile, Best for skyscrapers.