ARTICLE AD BOX
ଭାରତର ୧୦୦ତମ ଗ୍ରାଣ୍ଡମାଷ୍ଟର ହେବାର ଗୌରବ ଅର୍ଜନ କରିଛନ୍ତି ୨୨ ବର୍ଷୀୟ ଅନୁଜ ଶ୍ରୀଭାତ୍ରୀ। ଏହି ପଞ୍ଜାବ ଲଭ୍ଲି ପ୍ରଫେସନାଲ ବିଶ୍ବବିଦ୍ୟାଳୟରେ ବିଟେକ୍ କରୁଥବା ୨୨ ବର୍ଷୀୟ ଚେସ୍ ଖେଳାଳି ମଧ୍ୟପ୍ରଦେଶର ପ୍ରଥମ ଗ୍ରାଣ୍ଡମାଷ୍ଟର ମଧ୍ୟ ହୋଇଛନ୍ତି।
/sambad/media/media_files/2026/11/09/09bbs_12_09112026_112-2026-11-09-13-12-39.jpg)
ନୂଆଦିଲ୍ଲୀ:ଭାରତର ୧୦୦ତମ ଗ୍ରାଣ୍ଡମାଷ୍ଟର ହେବାର ଗୌରବ ଅର୍ଜନ କରିଛନ୍ତି ୨୨ ବର୍ଷୀୟ ଅନୁଜ ଶ୍ରୀଭାତ୍ରୀ। ଏହି ପଞ୍ଜାବ ଲଭ୍ଲି ପ୍ରଫେସନାଲ ବିଶ୍ବବିଦ୍ୟାଳୟରେ ବିଟେକ୍ କରୁଥବା ୨୨ ବର୍ଷୀୟ ଚେସ୍ ଖେଳାଳି ମଧ୍ୟପ୍ରଦେଶର ପ୍ରଥମ ଗ୍ରାଣ୍ଡମାଷ୍ଟର ମଧ୍ୟ ହୋଇଛନ୍ତି। ଗୁଆହାଟୀ ସ୍ମାର୍ଟ ସିଟି ଇଣ୍ଟରନ୍ୟାସ୍ନାଲ ଓପନ୍ରେ ସେ ୨୫୦୦ ଏଲୋ ରେଟିଂ ମାର୍କ ଛୁଇଁଥିଲେ।
Cricket: ବିଶ୍ୱକପ୍ ୨୦୨୭ରେ ଏହି ୨୦ ଜଣ ଖେଳାଳିଙ୍କ ମଧ୍ୟରୁ ଟିମ୍ ଇଣ୍ଡିଆ ହେବ ଚୟନ କରାଯିବ!
ହେଲେ ବିଶ୍ବ ଚେସ୍ ସଂଘ (ଫିଡେ)ର ସ୍ପଷ୍ଟୀକରଣଙ୍କୁ ଅପେକ୍ଷା କରିଥିଲେ। ୨୦୨୨ରେ ସେ ଗ୍ରାଣ୍ଡମାଷ୍ଟରର ସମସ୍ତ ୩ଟି ଯାକ ନର୍ମ ଶେଷ କରିଥିଲେ ମଧ୍ୟ ଆବଶ୍ୟକ ଏଲୋ ରେଟିଂ ପାଇଁ ତାଙ୍କୁ ୪ ବର୍ଷ ଅପେକ୍ଷା କରିବାକୁ ପଡ଼ିଥିଲା। ଭାରତର ପ୍ରଥମ ଗ୍ରାଣ୍ଡମାଷ୍ଟର ମୁକୁଟ ବିଶ୍ବନାଥ ଆନନ୍ଦ ହାତେଇବାର ୩୮ ବର୍ଷ ପରେ ଦେଶକୁ ୧୦୦ତମ ଗ୍ରାଣ୍ଡମାଷ୍ଟର ମିଳିଛି। ଗତ ସପ୍ତାହରେ ଭାରତର ୯୯ତମ ଗ୍ରାଣ୍ଡମାଷ୍ଟର ହୋଇଥିଲେ ଭିଏସ୍ ରାଥନାଭେଲ।
Advertisment
![]()
Sambad is now on WhatsApp
Join and get latest news updates delivered to you via WhatsApp

3 days ago
6


