Cheating teacher: ଧୂର୍ତ୍ତ ଶିକ୍ଷକକୁ ୩ବର୍ଷ କାରାଦଣ୍ଡ: ଚାକିରି ଆଳରେ ୪୬ଲକ୍ଷ ଠକେଇ

1 month ago 14
ARTICLE AD BOX

ଭୁବନେଶ୍ବର: ଜଣେ ଫାଷ୍ଟ୍‌ଫୁଡ୍ ବ୍ୟବସାୟୀଙ୍କ ୨ପୁଅକୁ ସରକାରୀ ଚାକିରି କରାଇଦେବାକୁ କହି ନଗଦ ୪୬ଲକ୍ଷ ଠକିନେବା ଘଟଣାରେ ଆଜି ରାୟ ପ୍ରକାଶ ପାଇଛି। ଭୁବନେଶ୍ବର ଜେଏମ୍‌ଏଫ୍‌ସି-୪ର ବିଚାରପତି ସୋମେଶ ସୌମ୍ୟଜିତ ପଣ୍ଡା ଠକେଇର ଅନ୍ୟତମ ଅଭିଯୁକ୍ତ ତଥା ଗୁମ୍ମା ବ୍ଲକ୍‌ର ପ୍ରାଥମିକ ଶିକ୍ଷକ ଗିରୀଶ ଚନ୍ଦ୍ର ପାଣିଙ୍କୁ ଆଜି ଦୋଷୀ ସାବ୍ୟସ୍ତ କରି ୩ବର୍ଷର ସଶ୍ରମ କାରାଦଣ୍ଡ ସହିତ ୩୦ହଜାର ଟଙ୍କା ଜରିମାନାରେ ଦଣ୍ଡିତ କରିଛନ୍ତି। ଜରିମାନା ଅନାଦାୟ  ଅତିରିକ୍ତ ୬ମାସ ଜେଲ୍ ଦଣ୍ଡ ଭୋଗିବାକୁ ନିର୍ଦ୍ଦେଶ ଦେଇଛନ୍ତି।  ଅପରପଟେ ଏହି ମାମଲାରେ ଅନ୍ୟତମ ମୁଖ୍ୟ ଅଭିଯୁକ୍ତ ଜ୍ୟୋତ୍ସ୍ନାରାଣୀ ଖୁଣ୍ଟିଆ ଏବେ ବି ଫେରାର୍ ଥିବା ବେଳେ ତାଙ୍କ ଡ୍ରାଇଭର୍ ବିଦ୍ୟାଧର ସାହୁ ଓରଫ୍ ମଣ୍ଟୁଙ୍କ  ରହସ୍ୟଜନକ ମୃତ୍ୟୁ ଘଟଣାର ତଦନ୍ତ ଚାଲିଛି। 

Digital India: ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରେ ଡିଜିଟାଲ ଇଣ୍ଡିଆ ସାତ ସପନ

ଖବର ଅନୁସାରେ, ଅଭିଯୋଗକାରୀ ଦୁର୍ଯ୍ୟୋଧନ ଦାସଙ୍କର ଏକ ଫାଷ୍ଟଫୁଡ୍ ଦୋକାନ ଅଛି। ଗିରୀଶ ଦୁର୍ଯ୍ୟୋଧନଙ୍କ ୨ପୁଅକୁ ଓୟୁଏଟିରେ ଜୁନିଅର୍ ଆସିଷ୍ଟାଣ୍ଟ୍ ଭାବେ ଚାକିରି କରାଇଦେବେ ବୋଲି କହିଥିଲେ। ଏଥିପାଇଁ ତାଙ୍କଠାରୁ ୪୬ଲକ୍ଷ ଟଙ୍କା ନଗଦ ଆକାରରେ ଦାବି କରିଥିଲେ। ସରକାରୀ ଚାକିରି କରାଇବା ପାଇଁ ଗିରୀଶ ତାଙ୍କ ପୁଅ ପାଇଁ ମଧ୍ୟ ଟଙ୍କା ଦେଇଥିବା କଥା କହିଥିଲେ। ଯେହେତୁ ଗିରୀଶ ଜଣେ ଶିକ୍ଷକ ଏବଂ ସେ ନିଜ ପୁଅର ଚାକିରି ପାଇଁ ମଧ୍ୟ ଟଙ୍କା ଦେଇଥିବା କଥା କହିଲେ, ଦୁର୍ଯ୍ୟୋଧନ ବିଶ୍ବାସ କରି ୨୦୨୪ ରଥଯାତ୍ରା ସମୟରେ ଏକାଧିକ ପର୍ଯ୍ୟାୟରେ ନଗଦ ୪୬ଲକ୍ଷ ଟଙ୍କା ଦେଇଥିଲେ। ଏହି ରୢାକେଟ୍‌ର ମାଷ୍ଟର୍‌ମାଇଣ୍ଡ୍ ତଥା ଫେରାର୍ ଅଭିଯୁକ୍ତ ଜ୍ୟୋତ୍ସ୍ନାରାଣୀ ତାଙ୍କ ଡ୍ରାଇଭର୍ ବିଦ୍ୟାଧର ସାହୁଙ୍କ ମାଧ୍ୟମରେ ଟଙ୍କା ନେଇଥିଲେ। ଏହା ପରେ ଚାକିରି କରିବା ବଦଳରେ ଓୟୁଏଟି ଭାଇସ୍ ଚାନସେଲର୍‌ଙ୍କ ନକଲି ଦସ୍ତଖତ, ସିଲ୍ ଓ ଅନ୍ୟାନ୍ୟ କାଗଜପତ୍ର ଦେଇ ଠକିଥିଲେ। ପରେ ଏହି ଘଟଣାରେ ଠକେଇର ଶିକାର ହୋଇଥିବା ଦୁର୍ଯ୍ୟୋଧନ ଜାଣିବା ପରେ ବଡ଼ଗଡ଼ ଥାନାରେ ଅଭିଯୋଗ କରିଥିଲେ। ସମସ୍ତ ସାକ୍ଷ୍ୟ ପ୍ରମାଣକୁ ଭିତ୍ତି କରି ଭୁବନେଶ୍ବର ଜେଏମ୍‌ଏଫ୍‌ସି-୪ର ବିଚାରପତି ସୋମେଶ ସୌମ୍ୟଜିତ ପଣ୍ଡା ଆସାମୀ ଗିରୀଶ ଚନ୍ଦ୍ର ପାଣିଙ୍କୁ ଏହି ଦଣ୍ଡାଦେଶ ଦେଇଛନ୍ତି। ସରକାରଙ୍କ ପକ୍ଷରୁ  ସହକାରୀ ପବ୍ଲିକ ପ୍ରୋସିକ୍ୟୁଟର ନିରଞ୍ଜନ ବେହେରା ମାମଲା ପରିଚାଳନା କରୁଥିଲେ।

ଜ୍ୟୋତ୍ସ୍ନାରାଣୀଙ୍କୁ ପାଉନି ପୁଲିସ
ନାଁ ବଦ​ଳାଇ ଲୁଚିଥିବା ସନ୍ଦେହ
ଭୁବନେଶ୍ବର: ଜ୍ୟୋତ୍ସ୍ନାରାଣୀ ଖୁଣ୍ଟିଆ ସରକାରୀ ଚାକିରି ଦେବା ଆଳରେ ଶତାଧିକ ଆଶାୟୀଙ୍କୁ କୋଟି କୋଟି ଟଙ୍କା ଠକିବା ଏବଂ ତାଙ୍କ ଡ୍ରାଇଭର୍‌ଙ୍କ ସନ୍ଦେହଜନକ ମୃତ୍ୟୁ ଘଟଣାକୁ ଇତି ମଧ୍ୟରେ ୯ମାସ ପୂରିଛି। ଆଉ ଏହି ଘଟଣା ସଂଶ୍ଲିଷ୍ଟ ଏକ ଠକେଇ ମାମଲାର ରାୟ ମଧ୍ୟ ଭୁବନେଶ୍ବର ଜେଏମ୍‌ଏଫ୍‌ସି-୪ କୋର୍ଟରେ ପ୍ରକାଶ ପାଇଛି। ମାତ୍ର ଦୁର୍ଭାଗ୍ୟ କଥା ହେଉଛି, କମିସନରେଟ୍ ପୁଲିସ ଏହି ଠକେଇ ମାମଲାର ମୁଖ୍ୟ ଅଭିଯୁକ୍ତ କୁହାଯାଉଥିବା ଜ୍ୟୋତ୍ସାରାଣୀଙ୍କୁ ଏଯାବତ୍ ଧରିବାରେ ସଫଳ ହୋଇନାହିଁ। ଜ୍ୟୋତ୍ସ୍ନା ସମ୍ଭବତଃ ନିଜ ନାଁ ବଦଳାଇ ରାଜ୍ୟ ବାହାରେ ଲୁଚିଥିବା ପୁଲିସ ସନ୍ଦେହ କରୁଛି। ସେଥିପାଇଁ ଜ୍ୟୋତ୍ସ୍ନା ବିରୋଧରେ ଲୁକ୍ ଆଉଟ୍ ସର୍କୁଲାର୍ ଜାରି ହେବା ସହିତ ବ୍ୟାଙ୍କ୍ ଆକାଉଣ୍ଟ୍ ମଧ୍ୟ ଅଚଳ କରାଯାଇଛି। ସେହିଭଳି ତାଙ୍କର ଭୁବନେଶ୍ବରରେ ଥିବା ଆପାର୍ଟମେଣ୍ଟ୍ ଓ ସୁନ୍ଦରଗଡ଼ରେ ଥିବା ବିଳାସପୂର୍ଣ୍ଣ କୋଠାକୁ ମଧ୍ୟ ସିଲ୍ କରାଯାଇଛି। ହେଲେ ଏତେ ସବୁ ସତ୍ତ୍ବେ ଜ୍ୟୋତ୍ସାକୁ ଠାବ କରିବାରେ ପୁଲିସ ସଫଳ ହୋଇନାହିଁ।    

Earthquake: ଭେନେଜୁଏଲାରେ ଯୁଗଳ ଭୂକମ୍ପ ପରେ ମୃତ୍ୟୁସଂଖ୍ୟା ବଢ଼ୁଛି

ଗୁରୁତ୍ବପୂର୍ଣ୍ଣ କଥା ହେଉଛି, ଏହି ଠକେଇ ମାମଲାର ସବୁ ଲିଙ୍କ୍ ଜ୍ୟୋତ୍ସ୍ନା ଓ ତାଙ୍କ ଡ୍ରାଇଭର୍ ବିଦ୍ୟାଧର ସାହୁଙ୍କ ପାଖରେ ଅଟକୁଛି। ମୁଖ୍ୟ ଅଭିଯୁକ୍ତ ଭାବେ  ଜ୍ୟୋତ୍ସ୍ନା ସରକାରୀ ଆଶାୟୀଙ୍କଠାରୁ କୋଟି କୋଟି ଟଙ୍କା ବିଦ୍ୟାଧରଙ୍କ ମାଧ୍ୟମରେ ଆଣୁଥିଲେ। ପରେ ଏକ ଠକେଇ ମାମଲାରେ ବିଦ୍ୟାଧରଙ୍କୁ ଅପହରଣ କରାଯିବା ଓ ତାଙ୍କର ମୃତଦେହ ଚନ୍ଦକା ଥାନା ଅଞ୍ଚଳରୁ ଠାବ ହେବା ପରେ ଧୂର୍ତ୍ତ ଜ୍ୟୋତ୍ସ୍ନାଙ୍କ ପର୍ଦ୍ଦାଫାସ୍ ହୋଇଥିଲା। ମାତ୍ର ପୁଲିସ ପହଞ୍ଚିବା ପୂର୍ବରୁ ହିଁ ଜ୍ୟୋତ୍ସ୍ନା ଖସିଯିବାରେ ସକ୍ଷମ ହୋଇଥିଲେ। ଅପରପଟେ ମାଳମାଳ ଆଶାୟୀଙ୍କର କୋଟି କୋଟି ଟଙ୍କା ହଡ଼ପ କରିଥିବା ଏହି ଗୋଷ୍ଠୀର ବିଚାର ଏବେ କୋର୍ଟରେ ଆରମ୍ଭ ହୋଇଛି। ଯେହେତୁ ପୁଲିସ ଜ୍ୟୋତ୍ସ୍ନାଙ୍କୁ ଧରିପାରିନାହିଁ ଅନ୍ୟ ସହଅଭିଯୁକ୍ତମାନେ ତାଙ୍କ ମୁଣ୍ଡରେ ସବୁ ଅଠା ବୋଳି ଖସିବାରେ ଲାଗିଛନ୍ତି। ତେଣୁ ତଦନ୍ତରେ ବି ଏକପ୍ରକାରର ବାଧା ଉପୁଜିଛି। ତେଣୁ ଅଭିଯୋଗକାରୀ କେବେ ନ୍ୟାୟ ପାଇବେ ସେ ନେଇ ମଧ୍ୟ ଅନିଶ୍ଚିତତା ମଧ୍ୟରେ ରହିଛନ୍ତି।

Read Entire Article
LEFT SIDEBAR AD

Hidden in mobile, Best for skyscrapers.