ARTICLE AD BOX
ନୂଆଦିଲ୍ଲୀ: ବିଶ୍ବର ପ୍ରମୁଖ ଏଆଇ ଟୁଲ୍ ଚାଟ୍ଜିପିଟି ଡାଉନ୍ ଥିଲା। ଭାରତ ସମେତ ବିଭିନ୍ନ ଦେଶରେ ଲୋକମାନେ ତାହା ବ୍ୟବହାର କରିବାରେ ଅସୁବିଧା ସାମନା କରିଥିଲେ। ଭାରତରେ ମୁଖ୍ୟତଃ ଦିଲ୍ଲୀ, ମୁମ୍ବାଇ, ଚେନ୍ନାଇ, ଜୟପୁର, କୋଲକାତା, ହାଇଦ୍ରାବାଦ, ପୁଣେ, ବେଙ୍ଗାଲୁରୁ ଓ ଅହମଦାବାଦରେ ଲୋକମାନ ଅସୁବିଧା ଭୋଗିଥିଲେ। ୭୯ ପ୍ରତିଶତ ଲୋକ ଚାଟ୍ଜିପିଟିର ୱେବ୍ ଭର୍ସନକୁ ବ୍ୟବହାର କରିପାରିନଥିଲେ। ଆପ୍ରେ ବିଭ୍ରାଟ ପରିମାଣ କମ୍ ରହିଛି। ଡାଉନ୍ଡିଟେକ୍ଟରରେ ଭାରତରୁ ୧୫୦୦ ପାଖାପାଖି ଲୋକ ଚାଟ୍ଜିପିଟିରେ ବିଭ୍ରାଟ ଥିବା ଅଭିଯୋଗ କରିଥିଲେ।
ଆହୁରି ପଢନ୍ତୁ: Editorial: ପିଲାଙ୍କ ପାଠ୍ୟପୁସ୍ତକ କେମିତି ହେବ: ଗୌରାଙ୍ଗ ଚରଣ ପରିଡ଼ାଙ୍କ ସମ୍ପାଦକୀୟ ଗାନ୍ଧୀ ଦୃଷ୍ଟିରେ ପଢ଼ନ୍ତୁ ଏଥର...
ଆମେରିକାରେ ୩୨୪୩ ଜଣ ଲୋକ ସେଭଳି ଅସୁବିଧା ସାମନା କରିଥିଲେ। ସେଥିରୁ ୮୦ ପ୍ରତିଶତ ଲୋକ ୱେବ୍ ଭର୍ସନକୁ ବ୍ୟବହାର କରିପାରୁନଥିବା କହିଥିଲେ। ଆମେରିକାର ସାନ ଫ୍ରାନ୍ସିସ୍କୋ, ଲସ୍ ଆଞ୍ଜେଲ୍ସ ଓ ନ୍ୟୁୟର୍କରେ ଅଧିକ ଅସୁବିଧା ଦେଖାଦେଇଥିଲା। ସେହିପରି ବ୍ରିଟେନରେ ମଧ୍ୟ ୩୦୦୦ରୁ ଅଧିକ ଅଭିଯୋଗ ହୋଇଥିଲା। ମୁଖ୍ୟତଃ ଲଣ୍ଡନ ଓ ସାଉଥଆମ୍ପଟନ ଲୋକମାନେ ଚାଟ୍ଜିପିଟିକୁ ବ୍ୟବହାର କରିପାରିନଥିଲେ।ଚାଟ୍ଜିପିଟି ବିଭ୍ରାଟକୁ ଏହାର ମାଲିକାନା ସଂସ୍ଥା ଓପନଏଆଇ ସ୍ବୀକାର କରିଛି।
ଆହୁରି ପଢନ୍ତୁ: Suna Besha 2026: ସୁନାବେଶରେ ଝଟକୁଛନ୍ତି ମହାପ୍ରଭୁ, ବିଳମ୍ବିତ ରାତି ପର୍ଯ୍ୟନ୍ତ ଜାରି ରହିବ ଦିବ୍ୟ ଦର୍ଶନ
ଅପରାହ୍ନରେ ଆରମ୍ଭ ହୋଇଥିବା ଏହି ବିଭ୍ରାଟ ଉତ୍ତର ଆମେରିକା, ୟୁରୋପ, ଏସିଆ ଓ ଅଷ୍ଟ୍ରେଲିଆ ପର୍ଯ୍ୟନ୍ତ ବ୍ୟାପିଥିଲା। ସମସ୍ୟା ସମାଧାନ କରିବା ଲାଗି କମ୍ପାନିର ଇଞ୍ଜିନିୟରମାନେ ଲାଗି ପଡ଼ିଛନ୍ତି। ତେବେ କେଉଁ କାରଣ ପାଇଁ ସେବାରେ ବିଭ୍ରାଟ ଦେଖାଦେଇଛି ତାହା କମ୍ପାନି ଜଣାଇନାହିଁ। ଚାଟ୍ଜିପିଟିରେ ଏହା ପ୍ରଥମ ବିଭ୍ରାଟ ନୁହେଁ। ଏହା ପୂର୍ବରୁ ଜୁଲାଇ ୨୩ରେ କମ୍ପାନିର ଚାଟ୍ଜିପିଟି, କୋଡେକ୍ସ ଓ ଏପିଆଇରେ ବିଭ୍ରାଟ ଘଟିଥିଲା। ତାହାର ଦୁଇ ଦିନ ବିତିନଥିବା ବେଳେ କାହିଁକି ହଠାତ୍ ପୁଣି ବିଭ୍ରାଟ ଦେଖାଗଲା ତାହାକୁ ନେଇ ଅଧିକାଂଶ ବ୍ୟବହାରକାରୀ ପ୍ରଶ୍ନ କରିଛନ୍ତି।

1 week ago
4


