CBI recruitment 2026: ସିବିଆଇରେ ଚାକିରି ସୁଯୋଗ

5 days ago 7
ARTICLE AD BOX

ନୂଆଦିଲ୍ଲୀ: କେନ୍ଦ୍ରୀୟ ଅନୁସନ୍ଧାନ ବ୍ୟୁରୋ (ସିବିଆଇ)ରେ ଚାକିରି କରିବାର ସୁଯୋଗ ଆସିଛି।। ସିବିଆଇ ପକ୍ଷରୁ ସ୍ପେଶାଲ ପବ୍ଲିକ ପ୍ରସିକ୍ୟୁଟର ପଦବି ପାଇଁ ନିଯୁକ୍ତି ପ୍ରକ୍ରିୟା ଆରମ୍ଭ ହୋଇଛି। ଯୋଗ୍ୟ ଆଶାୟୀମାନେ ଅନଲାଇନରେ ଆବେଦନ କରିପାରିବେ। ଆବେଦନର ଶେଷ ତାରିଖ  ୨୦୨୬ ଅକ୍ଟୋବର ୮ ରହିଛି।

ଶିକ୍ଷାଗତ ଯୋଗ୍ୟତା

ଆବେଦନକାରୀଙ୍କ ପାଖରେ ଏଲ୍ଏଲବି ଡିଗ୍ରି ଥିବା ଆବଶ୍ୟକ। ଏଥିସହ ବାର୍ କାଉନସିଲ୍ ଓକିଲ ଭାବେ ନାମ ପଞ୍ଜିକରଣର ପ୍ରମାଣପତ୍ର ସହିତ ସେସନ୍ସ କୋର୍ଟରେ ଅପରାଧିକ ମାମଲା ପରିଚାଳନାର ଅଭିଜ୍ଞତା ରହିଥିବା ମଧ୍ୟ ଜରୁରୀ ରହିଛି। ଏହା ବ୍ୟତୀତ ଆବେଦନକାରୀ ଓକିଲମାନେ ପରିଚାଳନା କରିଥିବା ଗୁରୁତ୍ୱପୂର୍ଣ୍ଣ ମାମଲା ଏବଂ ଦୁର୍ନୀତି ନିବାରଣ ଆଇନ, ୧୯୮୮ ଅଧୀନରେ ପରିଚାଳନା କରିଥିବା ମାମଲାର ବିବରଣୀ ଦେବାକୁ ପଡିବ।

କେଉଁଠି ହେବ ନିଯୁକ୍ତି

ଲୋକପାଳଙ୍କ ଦ୍ୱାରା ପଠାଯାଇଥିବା ସିବିଆଇ ମାମଲାର ଶୁଣାଣି ପାଇଁ ଗାଜିଆବାଦ, ଲକ୍ଷ୍ନୌ, କୋୟମ୍ବାଟୁର ଏବଂ ଜବଲପୁରରେ ସ୍ପେଶାଲ ପବ୍ଲିକ ପ୍ରସିକ୍ୟୁଟର ନିଯୁକ୍ତ କରାଯିବ। ଯୋଗ୍ୟ ଆଶାୟୀମାନେ କେବଳ ଅନଲାଇନ୍ ମାଧ୍ୟମରେ https://cbi.gov.in/vacancy-list/MQ== ଏହି ଲିଙ୍କ‌ରେ ଆବେଦନ କରିପାରିବେ। ଅଫଲାଇନ୍ ଆବେଦନ ଗ୍ରହଣ କରାଯିବ ନାହିଁ। ନୋଟିଫିକେସନ୍ ଦିଆଯାଇଥିବା ଫର୍ମାଟର ଆବେଦନପତ୍ର ପୂରଣ କରି ଆବଶ୍ୟକ ଦଲିଲପତ୍ର ସହ ଦାଖଲ କରିବାକୁ ପଡ଼ିବ।

ମାଛ ଧରିବାକୁ ଯାଇ କେନାଲରେ ଖସିଲେ ଭାଇ; ଭାଇକୁ ଖୋଜି ନଦୀରେ ଭାସିଗଲେ ଭଉଣୀ, ଉଭୟ ମୃତ

Read Entire Article
LEFT SIDEBAR AD

Hidden in mobile, Best for skyscrapers.