Carrom Championship: ରାଜ୍ୟସ୍ତରୀୟ କ୍ୟାରମ୍ ଉଦ୍ୟାପିତ

1 month ago 16
ARTICLE AD BOX

ଭୁବନେଶ୍ବର: ବରମୁଣ୍ଡାସ୍ଥିତ ଚେଷ୍ଟା ଚାରିଟେବଲ୍ ଟ୍ରଷ୍ଟ ପକ୍ଷରୁ ଆୟୋଜିତ ଦୁଇଦିନିଆ ରାଜ୍ୟସ୍ତରୀୟ କ୍ୟାରମ୍ ପ୍ରତିଯୋଗିତା ରବିବାର ଉଦ୍ୟାପିତ ହୋଇଯାଇଛି। ଏଥିରେ ଦାନଗହିରର ଟୁକ ଓ ମୋଜାହିଦ୍ ବିଜେତା ହୋଇଥିବାବେଳେ ମଣ୍ଟୁ ଓ ରିଙ୍କୁ ଉପବିଜେତା ହୋଇଛନ୍ତି। ଉଭୟ ଯୋଡ଼ି ଯଥାକ୍ରମେ ୧୭ ହଜାର ଓ ୧୩ ହଜାର ଟଙ୍କାର ଆର୍ଥିକ ପୁରସ୍କାର ସହ ଆକର୍ଷଣୀୟ ଟ୍ରଫି ଜିିତିଛନ୍ତି। 

ଏହି ପ୍ରତିଯୋଗିତାରେ ଖୋର୍ଦ୍ଧା, ଭୁବନେଶ୍ବର, ପୁରୀ, ଭବାନୀପାଟଣା, କେନ୍ଦୁଝର, କଟକ, ସାଲେପୁର, ଅନୁଗୁଳରୁ ମୋଟ ୩୨ଟି ଦଳ ଅଂଶଗ୍ରହଣ କରିଥିଲେ। ଏକାମ୍ର ବିଧାୟକ ବାବୁ ସିଂହ ମୁଖ୍ୟ ଅତିଥିଭାବେ ଯୋଗ ଦେଇ ବିଜେତାମାନଙ୍କୁ ପୁରସ୍କାର ପ୍ରଦାନ କରିଥିଲେ। ସୂଚନାଯୋଗ୍ୟଯେ, ଏହି ପ୍ରତିଯୋଗିତା ଚଳିତ ଜୁଲାଇ ୧୮ ଓ ୧୯ ଦୁଇଦିନ ଧରି ଖେଳାଯାଇଥିଲା। ଆଗାମୀ ସମୟରେ ଏହାକୁ ଅଧିକ ବ୍ୟାପକ ଓ ବିସ୍ତୃତ କରାଯିବ ବୋଲି ଆୟୋଜକ ସୂଚନା ଦେଇଛନ୍ତି।

Read Entire Article
LEFT SIDEBAR AD

Hidden in mobile, Best for skyscrapers.