Cancer Patient Husband: କର୍କଟ ପୀଡ଼ିତ ସ୍ବାମୀଙ୍କୁ ଛାଡ଼ି ଅନ୍ୟ ଯୁବକଙ୍କୁ ବିବାହ କରିବା ମହିଳାଙ୍କୁ ମହଙ୍ଗା ପଡ଼ିଲା

1 week ago 8
ARTICLE AD BOX

ନୂଆଦିଲ୍ଲୀ: ଇନଷ୍ଟାଗ୍ରାମରେ ଆରମ୍ଭ ହୋଇଥିବା ପ୍ରେମ କାହାଣୀର ଏକ ସୁନ୍ଦର ଅନ୍ତ ଘଟିଥିଲା। ଦୁହେଁ ବିବାହ କରିଥିଲେ, ପରିବାରର ଅନୁମୋଦନ ପାଇଥିଲେ ଏବଂ ଏକ ନୂଆ ଜୀବନ ଆରମ୍ଭ କରିଥିଲେ। କିନ୍ତୁ କିଛି ମାସ ପରେ ପରିସ୍ଥିତି ଖରାପ ଆଡ଼କୁ ଗତି କରିଥିଲା, ଯାହା ସମ୍ପର୍କକୁ କୋର୍ଟ ପର୍ଯ୍ୟନ୍ତ ନେଇ ପହଞ୍ଚି ଯାଇଥିଲା। କର୍କଟ ରୋଗରେ ପୀଡିତ ଜଣେ ଯୁବକ ପତ୍ନୀ ତାଙ୍କୁ ପରିତ୍ୟାଗ କରି ଅନ୍ୟଜଣଙ୍କୁ ବିବାହ କରିଥିବା ଅଭିଯୋଗ କରିଛନ୍ତି। କୋର୍ଟ ବର୍ତ୍ତମାନ ଅଭିଯୁକ୍ତ ମହିଳାଙ୍କ ବିରୁଦ୍ଧରେ ମାମଲା ରୁଜୁ କରି ଗିରଫ ପରୱାନା ଜାରି କରିଛନ୍ତି।

ଇନ୍ଦୋରର ରାଜସ୍ୱ କଲୋନୀର ବାସିନ୍ଦା ଆକାଶ ଜାଟ ଇନଷ୍ଟାଗ୍ରାମ ଜରିଆରେ ରତଲାମର ସାକ୍ଷୀ ନାକୁମଙ୍କୁ ଭେଟିଥିଲେ। ଦୁହେଁ କିଛିଦିନ କଥାବାର୍ତ୍ତା ହେବାପରେ ଭଲ ବନ୍ଧୁ ହୋଇଥିଲେ। ଏହି ବନ୍ଧୁତାର ଡୋରି ପରବର୍ତ୍ତୀ ସମୟରେ ଧୀରେ ଧୀରେ ପ୍ରେମ ସମ୍ପର୍କରେ ପରିଣତ ହୋଇଥିଲା। ସମ୍ପର୍କକୁ ଆଗକୁ ବଢ଼ାଇ ଆକାଶ ଓ ସାକ୍ଷୀ ୨୦୨୨ ନଭେମ୍ବର ୨୦ରେ ଇନ୍ଦୋରର ଆର୍ଯ୍ୟ ସମାଜ ମନ୍ଦିରରେ ବିବାହ କରିଥିଲେ। ଉଭୟ ପରିବାରର ସମ୍ମତି ପାଇବା ପରେ ସାମାଜିକ ରୀତିନୀତି ଅନୁସାରେ ୨୦୨୨ ଡିସେମ୍ବର ୧୩ରେ ରତଲାମରେ ପୁନଃ ବିବାହ କରିଥିଲେ।

ବିବାହର କିଛି ମାସ ପରେ ଗୁରୁତର ଅସୁସ୍ଥତା

ବିବାହର ମାସ ପରେ ଆକାଶଙ୍କ ସ୍ୱାସ୍ଥ୍ୟାବସ୍ଥା ଖରାପ ହେବାକୁ ଲାଗିଲା। ୨୦୨୩ ଏପ୍ରିଲ ୧୦ରେ ହୋଇଥିବାନ ତାଙ୍କ ସ୍ବାସ୍ଥ୍ୟ ପରୀକ୍ଷାରୁ ଶ୍ୱାସକ୍ରିୟା ନଳୀରେ କର୍କଟ ଚିହ୍ନଟ ହୋଇଥିଲା। ଆକାଶ ଅଭିଯୋଗ କରି କହିଛନ୍ତି, ‘ମୋ ଅସୁସ୍ଥତା ବିଷୟରେ ଜାଣିବା ପରେ ହଠାତ ସ୍ତ୍ରୀର ବ୍ୟବହାର ମୋ ପ୍ରତି ବଦଳିଗଲା। କଥାକଥାରେ ଝଗଡ଼ା କରିବା ଆରମ୍ଭ କଲା। କର୍କଟ ଚିକିତ୍ସା ଚାଲିଥିବା ସମୟରେ ମହିଳା ଥାନାରେ ସାକ୍ଷୀ ମୋ ବିରୋଧରେ ମିଥ୍ୟା ମାମଲା ରୁଜୁ କଲା। ପରବର୍ତ୍ତୀ ସମୟରେ ସାକ୍ଷୀଙ୍କ ପରିବାର କୋର୍ଟରେ ଛାଡପତ୍ର ଆବେଦନ ଦାଖଲ କରିଥିଲେ।

ସ୍ବାମୀ ହତ୍ୟାକାରୀ ଶିକ୍ଷୟିତ୍ରୀ ସ୍ତ୍ରୀ ‌କଏଦୀଙ୍କୁ ପଢ଼ାଇବେ ଧାର୍ମିକ ପାଠ

ଛାଡପତ୍ର ମାମଲା କୋର୍ଟରେ ବିଚାରାଧୀନ ଥିବା ସତ୍ତ୍ୱେ ମୋ ସ୍ତ୍ରୀ ୨୦୨୪  ଜୁନ୍ ୧୦ରେ ଛତରପୁରର ଜଣେ ଯୁବକଙ୍କୁ ବିବାହ କରିଥିଲା। ଏହି ବିବାହରୁ ସେମାନଙ୍କର ଏକ ଝିଅ ଅଛି ବୋଲି ମୁଁ ଜାଣିବା ପରେ ସ୍ତବ୍ଧ ହୋଇଯାଇଥିଲି। ଏହାପରେ ମୁଁ ମୋର ଡାକ୍ତରୀ ରିପୋର୍ଟ ଏବଂ ଅନ୍ୟାନ୍ୟ ପ୍ରମାଣ ସଂଗ୍ରହ କରି ଓକିଲ ରଜନୀଶ ଶର୍ମାଙ୍କ ମାଧ୍ୟମରେ କୋର୍ଟରେ ଏକ ଫୌଜଦାରୀ ଅଭିଯୋଗ ଦାଖଲ କରିଥିଲି।

୨୦୨୬ ଏପ୍ରିଲ ୧୮ରେ ପରିବାର କୋର୍ଟ ସାକ୍ଷୀଙ୍କ ଛାଡପତ୍ର ଆବେଦନକୁ ଖାରଜ କରିଦେଇଥିଲେ। ସାକ୍ଷୀ କରିଥିବା ଅଭିଯୋଗର କୌଣସି ପ୍ରମାଣ ନଥିଲା। କୋର୍ଟ ଅନେକ ଥର ସମନ ଜାରି କରିଥିଲେ, କିନ୍ତୁ ସାକ୍ଷୀ ହାଜର ନହେବାରୁ ତାଙ୍କ ବିରୁଦ୍ଧରେ ଗିରଫ ପରୱାନା ଜାରି କରାଯାଇଛି। କୋର୍ଟ ତାଙ୍କୁ ୨୦୨୬  ଜୁଲାଇ ୨୫ ସୁଦ୍ଧାର ହାଜର ହେବାକୁ ନିର୍ଦ୍ଦେଶ ଦେଇଛନ୍ତି।

Read Entire Article
LEFT SIDEBAR AD

Hidden in mobile, Best for skyscrapers.