ARTICLE AD BOX
ଭୁବନେଶ୍ବର: କ୍ଷତିପୂର୍ତ୍ତି ବନୀକରଣ ପାଣ୍ଠୀ (କମ୍ପେନ୍ସେଟୋରି ଏଫରେଷ୍ଟସନ୍ ଫଣ୍ଡ-କାମ୍ପା)ରୁ ୭ଲକ୍ଷରୁ ଊର୍ଦ୍ଧ୍ବ ଟଙ୍କା ହଡ଼ପ କରି ଆଠଗଡ଼ ବନ ଡିଭିଜନ୍ର ପୂର୍ବତନ ବନପାଳ ଆଶିଷ ନାୟକ ଗିରଫ ହୋଇଛନ୍ତି। ବର୍ତ୍ତମାନ ସେ କଟକଜିଲ୍ଲା ବନାଧିକାରୀ (ଡିଏଫ୍ଓ)ଙ୍କ କାର୍ଯ୍ୟାଳୟରେ କାର୍ଯ୍ୟରତ।
ଅଭିଯୁକ୍ତ ବନପାଳ ଆଶିଷ ନାୟକଭିଜିଲାନ୍ସ ବିଭାଗରୁ ମିଳିଥିବା ସୂଚନାନୁସାରେ, ୨୦୨୫-୨୬ ଆର୍ଥିକ ବର୍ଷରେ ଆସିଷ୍ଟେଡ୍ ନେଚୁରାଲ୍ ରିଜେନେରେସନ୍ (ଏଏନ୍ଆର୍) ବୃକ୍ଷ ଚାରାରୋପଣ କାର୍ଯ୍ୟକ୍ରମ ଅନ୍ତର୍ଗତ ଓରିଙ୍ଗା ସଂରକ୍ଷିତ ଜଙ୍ଗଲ ମଧ୍ୟରେ ବୃକ୍ଷରୋପଣ କରାଯାଇଥିଲା। ଏହି ଜଙ୍ଗଲଟି ଆଠଗଡ଼ ସଦର ସେକ୍ସନ୍ର କୁଲେଇଲୋ ବିଟ୍ ଓ ସଦର ବିଟ୍ ମଧ୍ୟରେ ରହିଛି। ଅଭିଯୋଗ ପରେ ଭିଜିଲାନ୍ସ ବିଭାଗ ପକ୍ଷରୁ ବିସ୍ତୃତ ତଦନ୍ତ କରାଯାଇଥିଲା। ତଦନ୍ତରେ ଜଣାପଡ଼ିଥିଲା ଯେ ଶ୍ରୀନାୟକ ୧୧ ହଜାର ୩୭୬ଟି ବୃକ୍ଷ ଚାରାରୋପଣ କରିଥିବା ଦର୍ଶାଇ ୭ଲକ୍ଷ ୪୧ହଜାର ୨୯୭ଟଙ୍କା ଉଠାଇ ନିଜ ଆକାଉଣ୍ଟରେ ଜମା କରିଥିଲେ।
CAMPA Funds: ଖର୍ଚ୍ଚ ହୋଇପାରୁନି ‘କାମ୍ପା’ ଅନୁଦାନ: ପଡ଼ିରହିଛି ୨୮.୧୯ କୋଟି
ଏହି ଘଟଣାରେ କଟକ ଦୁର୍ନୀତି ନିବାରଣ ବିଭାଗ (ଭିଜିଲାନ୍) ୩୬/ ୧୦-୯-୨୦୨୬ରେ ଦୁର୍ନୀତି ନିବାରଣ ଆଇନର ଧାରା ୧୩(୨) ସହ ୧୩(୧)(କ) ଓ ବିଏନ୍ଏସ୍ର ଧାରା ୩୧୮(୪), ୩୧୬(୫), ୬୧(୨)ରେ ମାମଲା ରୁଜୁ କରିଛି। ଏହାପରେ ଅଭିଯୁକ୍ତ ବନପାଳ ନାୟକଙ୍କୁ ଗିରଫ କରି ସ୍ବତନ୍ତ୍ର ଭିଜିଲାନ୍ସ କୋର୍ଟ ଚାଲାଣ କରିଛି।

1 week ago
7


