Cabinet Reshuffle: କ୍ୟାବିନେଟ୍‌ ଅଦଳବଦଳ: ଅମିତ୍‌ ଶାହଙ୍କୁ ମିଳିପାରେ ଉପ ପ୍ରଧାନମନ୍ତ୍ରୀ ପଦ

1 month ago 13
ARTICLE AD BOX

ନୂଆଦିଲ୍ଲୀ: ଆସନ୍ତା ବର୍ଷ ଉତ୍ତର ପ୍ରଦେଶ ଓ ପଞ୍ଜାବ ପରି ୭ଟି ରାଜ୍ୟରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବାକୁ ଥିବାବେଳେ ବିଜେପି ନେତୃତ୍ବାଧୀନ କେନ୍ଦ୍ର ସରକାର ମନ୍ତ୍ରିମଣ୍ଡଳରେ ଅଦଳବଦଳ କରିବାକୁ ଯାଉଥିବା ଚର୍ଚ୍ଚା ହେଉଛି। ନିର୍ବାଚନକୁ ଦୃଷ୍ଟିରେ ରଖି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କିଛି ବଡ଼ ନିଷ୍ପତ୍ତି ନେଇପାରନ୍ତି ବୋଲି କୁହାଯାଉଛି। କ୍ୟାବିନେଟରେ ଗୃହମନ୍ତ୍ରୀ ଅମିତ ଶାହଙ୍କ ଗୋଷ୍ଠୀର ଅଧିକ ନେତାଙ୍କୁ ସ୍ଥାନ ମିଳିବାର ସମ୍ଭାବନା ରହିଛି। ଅନ୍ୟପକ୍ଷରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ କ୍ୟାବିନେଟରୁ ଇସ୍ତଫା ଦେଇପାରନ୍ତି।

କ୍ୟାବିନେଟ୍‌ରୁ ଇସ୍ତଫା ଦେଇପାରନ୍ତି ରାଜନାଥ ସିଂହ

ଆହୁରି ମଧ୍ୟ ଜାଣିବାକୁ ମିଳିଛି ଯେ, ଆସନ୍ତାବର୍ଷ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ କାର୍ଯ୍ୟକାଳ ଶେଷ ହେଉଥିବାରୁ ରାଜନାଥ ସିଂହଙ୍କୁ ବିଜେପି ରାଷ୍ଟ୍ରପତି ପଦ ପାଇଁ ପ୍ରାର୍ଥୀ କରିପାରେ। ଅନ୍ୟପକ୍ଷରେ ଅମିତ ଶାହଙ୍କୁ ପଦୋନ୍ନତି ଭାବେ ଉପପ୍ରଧାନମନ୍ତ୍ରୀ ପଦବୀ ମିଳିପାରେ ବୋଲି କୁହାଯାଉଛି। ବିଜେପି ନିଜର ପୂରାପୂରି ପ୍ରସ୍ତୁତ କରିସାରିଛି। ଏବେ ସମସ୍ତଙ୍କ ନଜର ସମ୍ଭାବ୍ୟ କ୍ୟାବିନେଟ ସମ୍ପ୍ରସାରଣ ଓ ବିଭାଗ ବଣ୍ଟନ ଉପରେ ରହିଛି। କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ପେଟ୍ରୋଲିୟମ ମନ୍ତ୍ରୀ ହରଦୀପ ସିଂହ ପୁରୀଙ୍କୁ ସମେତ କେତେକ କେନ୍ଦ୍ରମନ୍ତ୍ରୀଙ୍କ ବିଭାଗ ଅଦଳବଦଳ କରି ନୂଆ ଦାୟିତ୍ବ ଦିଆଯାଇପାରେ।

Delhi High Court: ହାଜତ ମୃତ୍ୟୁ ଆତ୍ମହତ୍ୟା ହୋଇଥିଲେ ମଧ୍ୟ ରାଜ୍ୟ ସରକାର ଦାୟୀ: ଦିଲ୍ଲୀ ହାଇକୋର୍ଟ

ରାଜନାଥ ସିଂହଙ୍କୁ ବିଜେପିର ଜଣେ ଅନୁଭବ ସମ୍ପନ୍ନ ଓ ସବୁ ମହଲରେ ଗ୍ରହଣୀୟ ନେତା ଭାବେ ବିଚାର କରାଯାଏ। ଉତ୍ତର ପ୍ରଦେଶର ମୁଖ୍ୟମନ୍ତ୍ରୀଠାରୁ ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ, କେନ୍ଦ୍ର ଗୃହମନ୍ତ୍ରୀ ଓ ବର୍ତ୍ତମାନ ପ୍ରତିରକ୍ଷା ମନ୍ତ୍ରୀ ପଦବୀ ପର୍ଯ୍ୟନ୍ତ ତାଙ୍କ ରାଜନୈତିକ ଯାତ୍ରା ତାଙ୍କୁ ଦେଶର ସର୍ବୋଚ୍ଚ ସାମ୍ବିଧାନିକ ପଦବୀ ପାଇଁ ସବୁଠୁ ମଜଭୁତ ଦାବିଦାର ଭାବେ ଉପସ୍ଥାପନ କରିବ। ଯଦି ରାଜନାଥ ସିଂହ ରାଷ୍ଟ୍ରପତି ପଦବୀ ପାଇଁ ପ୍ରାର୍ଥୀ ଭାବେ ମନୋନୀତ ହୁଅନ୍ତି ତେବେ ତାଙ୍କ ପାରମ୍ପରିକ ଲକ୍ଷ୍ନୌ ଆସନ ଖାଲି ପଡ଼ିପାରେ। ରାଜନାଥଙ୍କ ପୁଅ ନିରଜ ସିଂହଙ୍କ ଏହି ଆସନରୁ ନିର୍ବାଚନ ଲଢ଼ିବାର ସମ୍ଭାବନା ଉପରେ ଚର୍ଚ୍ଚା ହେଉଛି।

Read Entire Article
LEFT SIDEBAR AD

Hidden in mobile, Best for skyscrapers.