Bus Strike: ଉଦଳା ମଟର କର୍ମଚାରୀ ସଂଘ ପକ୍ଷରୁ କାର୍ଯ୍ୟବନ୍ଦ ଆନ୍ଦୋଳନ, ଉଦଳାରୁ ଗଡ଼ୁନି ବସ୍

3 weeks ago 10
ARTICLE AD BOX

ଉଦଳା: ଉଦଳାରୁ ଭୁବନେଶ୍ୱର ଚାଲୁଥିବା ଏକ ଯାତ୍ରୀବାହୀ ବସର କଣ୍ଡକ୍ଟର ରବୀନ୍ଦ୍ର ପରିଚ୍ଛାଙ୍କୁ ମରଣାନ୍ତକ ଆକ୍ରମଣ ମାମଲାରେ ଆସାମୀମାନଙ୍କୁ ଗିରଫ କରା ଯାଉନଥିବାରୁ ଆଜି ଉଦଳା ମଟର କର୍ମଚାରୀ ସଂଘ ପକ୍ଷରୁ କାର୍ଯ୍ୟ ବନ୍ଦ ଆନ୍ଦୋଳନ ଡାକରା ଦିଆଯାଇଛି। ଏ ନେଇ ଗତକାଲି ଆୟୋଜିତ ଏକ ସାମ୍ୱାଦିକ ସମ୍ମିଳନୀରେ ସୂଚନା ଦିଆଯିବା ସହିତ ପୁଲିସର ଏତାଦୃଶ କାର୍ଯ୍ୟକୁ ସମାଲୋଚନା କରିଥିଲା ସଂଘ। ଥାନାରେ ଦୁଇଜଣ ଆସାମୀଙ୍କୁ ଅଟକ ରଖାଯାଇଥିବା ବେଳେ ପରବର୍ତ୍ତୀ ମୂହୂର୍ତ୍ତରେ ଛାଡ଼ି ଦିଆଯାଇଥିଲା।

BJP: ଆଜି ପଦ୍ମ ଧରିବେ ପ୍ରଭାତରଂଜନ ବିଶ୍ଵାଳ, ହଜାର ହଜାର ସମର୍ଥକଙ୍କ ସହ ବିଜେପିରେ ଯୋଗ ଦେବେ

ଚାରି ଅଭିଯୁକ୍ତ ଗିରଫ

ସଂଘର ସମ୍ପାଦକ ହରିଶ ଚନ୍ଦ୍ର ଦାସ କହିଥିଲେ, ଏହାର ପ୍ରଭାବରେ ଆଜି ସକାଳ ପାଖରୁ ଉଦଳାରୁ ଗୋଟିଏ ହେଲେ ଯାତ୍ରୀବାହୀ ବସ୍ ଗଡ଼ିନାହିଁ । ଅନ୍ୟ ପକ୍ଷରେ ସଂଘର ଏଭଳି ଆନ୍ଦୋଳନ ଡାକରା ପରେ ଉଦଳା ପୁଲିସ ଗତକାଲି ଚଢ଼ଉ କରି ଆକ୍ରମଣ ଘଟଣାରେ ସାମିଲ ଥିବା ଚାରି ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି। ତେବେ ଅଭିଯୁକ୍ତମାନଙ୍କୁ କୋର୍ଟ ଚାଲାଣ କରିବା ପରେ ଆନ୍ଦୋଳନ ପ୍ରତ୍ୟାହୃତ କରାଯିବ ବୋଲି ମଟର କର୍ମଚାରୀ ସଂଘର ସଭାପତି ମନୋରଞ୍ଜନ ମହାନ୍ତି ସୂଚନା ଦେଇଛନ୍ତି। ଶେଷ ଖବର ଅନୁଯାୟୀ ଡାକ୍ତରୀ ମାଇନା କରିବା ନିମନ୍ତେ ଅଭିଯୁକ୍ତମାନଙ୍କୁ ଉଦଳା ଡାକ୍ତରଖାନାକୁ ଅଣାଯାଇଛି।

Read Entire Article
LEFT SIDEBAR AD

Hidden in mobile, Best for skyscrapers.