ARTICLE AD BOX
ପଟ୍ଟାମୁଣ୍ଡାଇ: ଆଜି (ବୁଧବାର) ଅପରାହ୍ନରେ ପଟ୍ଟାମୁଣ୍ଡାଇ -ରାଜନଗର ତଳ ବସ ରାସ୍ତାର ଠିକିରି ପୋଲ ନିକଟରେ ଦୁର୍ଘଟଣା ଗ୍ରସ୍ତ ହୋଇଛି। ତେବେ ଦୁର୍ଘଟଣାରେ କେହି ମୃତାହତ ହୋଇନାହାନ୍ତି।
Bus Accident: ଇଜିପ୍ଟର ଦକ୍ଷିଣ ସିନାଇରେ ବସ ଦୁର୍ଘଟଣାରେ ୧୬ ମୃତ, ୨୮ ଆହତ
ସୂଚନାନୁସାରେ, ବସ୍ (ଓଡି ୨୯ଏଫ୍ ୬୯୬୬) ଟି କଟକରୁ ରାଜନଗରର ରଂଗଣି ଯାଉଥିଲା। ବସ୍ରେ ୩୦ଜଣ ଯାତ୍ରୀ ବସିଥିଲେ।
/filters:format(webp)/sambad/media/media_files/2026/09/09/bus-accident-2026-09-09-20-26-02.jpeg)
ଷ୍ଟେରିଂ ଫେଲ୍ ହେବା ଯୋଗୁଁ ରାସ୍ତା କଡ଼କୁ ବସଟି ଖସି ଯାଇ ଏକ ଗଛକୁ ଧକ୍କା ଦେଇଥିଲା। ଯାତ୍ରୀମାନଙ୍କ ମଧ୍ୟରୁ ୫ରୁ୭ଜଣ ସାମାନ୍ୟ ଆହତ ହୋଇଛନ୍ତି।
Fruit-shaped bus stop: ଫଳ ଆକୃତିର ବସ୍ ଷ୍ଟପ୍
ଗଛଯୋଗୁଁ ବସ୍ଟି ପାଣି ଭରା ଖାଲ ଭିତରକୁ ଖସିନଥିଲା, ଫଳରେ ବଡ଼ ଧରଣର ଦୁର୍ଘଟଣାରୁ ବର୍ତ୍ତି ଯାଇଥିଲା। ଖବର ପାଇ ଗ୍ରାମାଞ୍ଚଳ ଓ ଆଦର୍ଶ ଥାନା ପୋଲିସ ଅଧିକାରୀ, ଦମକଳ ବାହିନୀ ଓ ସ୍ଥାନୀୟ ଲୋକଙ୍କ ସହଯୋଗରେ ଯାତ୍ରୀମାନଙ୍କୁ ଉଦ୍ଧାର କରାଯାଇ ସେମାନଙ୍କୁ ଘରକୁ ପଠାଇବାରେ ବ୍ୟବସ୍ଥା କରାଯାଇଛି।

1 week ago
5


