ARTICLE AD BOX
ଯୋଡ଼ା (ବେଣୁଧର ବେହେରା): ଯୋଡା ସହରର ସେଣ୍ଟ ଟେରେସା ସ୍କୁଲ୍ ନିକଟ ରାସ୍ତାରେ ଆଜି (ରବିବାର) ଏକ ଯାତ୍ରୀବାହୀ ବସ୍ର ଚାଳକ ଓ କଣ୍ଡକ୍ଟରଙ୍କୁ ୬ଜଣ ଦୁବୃର୍ତ୍ତ ମାଡ଼ ମାରି ଆହତ କରି ଫେରାର୍ ହୋଇଯାଇଛନ୍ତି। ଘଟଣା ପରେ ବସ୍ ଅଟକି ରହିଥିବା ବେଳେ ଯାତ୍ରୀମାନେ ଅନେକ ହଇରାଣର ସମ୍ମୁଖିନ ହୋଇଛନ୍ତି।
Bus Driver Cruelty: ବର୍ବରତା ଏବଂ ଅମାନୁଷିକତାର ସବୁ ସୀମା ଟପିଲେ ବସ୍ ଚାଳକ
ସୂଚନା ଅନୁଯାୟୀ, ଅପରାହ୍ଣ ପ୍ରାୟ ସାଢ଼େ ୪ଟା ସମୟରେ ଭୁବନେଶ୍ୱର ରୁ ଭାୟା ଯୋଡ଼ା ଦେଇ ଯାଉଥିବା ଏକ ଘରୋଇ ବସ(ଓଡ଼ି ୦୫ବି ଇ ୯୨୧୦) ଯୋଡ଼ା ସେଣ୍ଟ ଟେରେସା ସ୍କୁଲ ନିକଟରେ ରାସ୍ତାକଡ଼ରେ ରଖି ବସ୍ରେ ଥିବା କିଛି ସାମଗ୍ରୀ ଓହ୍ଲାଉଥିଳେ। ଏହି ସମୟରେ ପ୍ରଥମେ ତିନି ଜଣ ଦୃର୍ବୁତ୍ତ ସେଠାରେ ପହଞ୍ଚି ଚାଳକଙ୍କୁ ଆକ୍ରମଣ ପରିଥିଲେ। ପରେ ଆଉ ତିନି ଜଣ ଦୁବୃର୍ତ୍ତ ପହଞ୍ଚି ଆକ୍ରମଣରେ ଯୋଡ଼ି ହୋଇଥିଲେ। ବଞ୍ଚାଇବାକୁ ଆସିଥିବା କଣ୍ଡକ୍ଟରଙ୍କୁ ମଧ୍ୟ ନିସ୍ତୁକ ମାଡ଼ ମାରି ଥିଲେ। ଆକ୍ରମଣରେ ଡ୍ରାଇଭର ଗୁରୁତର ଆହତ ହୋଇଥିଲେ।
ରାସ୍ତା କଡ଼ର ପିଲାଙ୍କୁ ବିସ୍କୁଟ୍ ବାଣ୍ଟି ପ୍ରଶଂସା ସାଉଁଟିଲେ ବସ୍ ଚାଳକ
ଘଟଣା ସଂପର୍କରେ ସୂଚନା ପାଇ ଯୋଡା ଥାନା ପୁଲିସ ଘଟଣା ସ୍ଥଳରେ ପହଞ୍ଚିଥିଲା। ଉକ୍ତ ବସ ରେ ପ୍ରାୟ ୨୫ ଜଣ କୋଇଡା ଯାତ୍ରୀଙ୍କୁ ପୁଲିସର ସହଯୋଗ ରେ ଅନ୍ୟ ଏକ ବସ ଯୋଗେ ସେମାନଙ୍କୁ ପଠାଯାଇଥିଲା। ଆହତଙ୍କୁ ଚିକିତ୍ସା ପାଇଁ ଡାକ୍ତରଖାନରେ ଭର୍ତ୍ତି କରାଯାଇଥିଲା। ବର୍ତମାନ ସୁଦ୍ଧା ଆକ୍ରମଣର କାରଣ ଜଣାପଡ଼ିନଥିବା ବେଳେ କୌଣସି ଦୁର୍ବୃତ୍ତ ଗିରଫ ହୋଇନାହାନ୍ତି।

3 weeks ago
11


