ARTICLE AD BOX
ରାୟଗଡା/ମୁକୁନ୍ଦପୁର: ରାୟଗଡା ଜିଲ୍ଲା ଚାନ୍ଦିଲି ଥାନା ଅନ୍ତର୍ଗତ ମୁକୁନ୍ଦପୁର ଗ୍ରାମରେ ଜୁନ୍ ୨୯ ତାରିଖରେ ଘଟିଥିବା ଏକ ବଡ଼ଧରଣର ଚୋରି ଘଟଣାରେ ପୁଲିସକୁ ସଫଳତା ମିଳିଛି। ଚୋରି ଘଟଣାରେ ସମ୍ପୃକ୍ତ ୪ ଅଭିଯୁକ୍ତଙ୍କୁ ଚାନ୍ଦିଲି ପୁଲିସ ଗିରଫ କରିଛି।
ପୁଲିସ ଠାରୁ ମିଳିଥିବା ସୂଚନାନୁସାରେ, ଗିରଫ ହୋଇଥିବା ବ୍ୟକ୍ତିମାନେ ହେଲେ କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ଥାନା ଅନ୍ତର୍ଗତ ବାନିଗାଁର ଟୁନୁ ମାଝି, ମାନୁ ମାଝି ଏବଂ ରାୟଗଡ଼ା ଜିଲ୍ଲା କଲ୍ୟାଣସିଂହପୁର ଥାନା ଅନ୍ତର୍ଗତ ଖରଯୋଡ଼ା ଗ୍ରାମର ସହଦେବ ଛତ୍ରିୟା ଓ ଜିତେନ୍ଦ୍ର ନାୟକ । ସେମାନଙ୍କ ନିକଟରୁ ଏକ ଟିଭିଏସ୍ ଆପାଚି ମୋଟରସାଇକଲ୍,୩୭ ହଜାର ଟଙ୍କା, ୨ଟି ମୋବାଇଲ୍ ଫୋନ୍, ଏକାଧିକ ମାରଣାସ୍ତ୍ର ଓ ଘର ଭାଙ୍ଗିବା ପାଇଁ ଆବଶ୍ୟକ ସରଞ୍ଜାମ ଜବତ କରିଛି ।
କାଉନସିଲରଙ୍କ ଘରୁ ଚୋରି ମାମଲାରେ ଦୋଷୀକୁ ୩ ବର୍ଷ ଜେଲ୍
ମାମଲାର ବିବରଣୀ ଅନୁସାରେ, ଜୁନ ୨୯ ତାରିଖରେ କୋଲନରା ବ୍ଲକ୍ ମୁକୁନ୍ଦପୁର ଗ୍ରାମରେ ରହି ନମକିନ୍ ବେପାର କରୁଥିବା ତପନ କୁମାର ପୃଷ୍ଟିଙ୍କ ଘରେ ବିଳମ୍ବିତ ରାତିରେ ୮ ଜଣ ଦୁର୍ବୃତ୍ତ ପଶିଥିଲେ। ଶ୍ରୀ ପୃଷ୍ଟି ଓ ପରିବାରର ଅନ୍ୟମାନଙ୍କୁ ହତ୍ୟା ଧମକ ଦେଇ ଘରୁ ଲୁଟ କରିଥିଲେ । ଡକାୟତ ମାନେ ଗୋଟିଏ ମଙ୍ଗଳସୁତ୍ର, ୨ତୋଳା ସୁନା ଚେନ ଓ ନଗଦ ୮୦ ହଜାର ଟଙ୍କା ଲୁଟ କରିନେଇଥିଲେ। ଏନେଇ ଦାଖଲ ଅଭିଯୋଗ ପରେ ଚାନ୍ଦିଲି ପୁଲିସ ତତ୍ପରତା ପ୍ରକାଶ କରି ସାଇଣ୍ଟିଫିକ ଟିମର ସହାୟତା ନେଇ ତଦନ୍ତ କରିଥିଲା । ତଦନ୍ତ ସମୟରେ ଟୁନୁ ମାଝି, ମାନୁ ମାଝି ଏବଂ ଜିତେନ୍ଦ୍ର ନାୟକଙ୍କୁ ଏକ ଆପାଚି ମୋଟରସାଇକଲ ସହ ଗିରଫ କରିଥିଲା । ଅଭିଯୁକ୍ତ ଜିତେନ୍ଦ୍ର ନାଏକ ଡକାୟତି ଏବଂ ଅନ୍ୟ ଦୁଇଟି ଚୋରି ମାମଲାରେ ସମ୍ପୃକ୍ତି ଥିବା ପୁଲିସ ଆଗରେ ସ୍ୱୀକାର କରିଥିଲା । ପରବର୍ତ୍ତୀ ସମୟରେ ଅନ୍ୟ ଏକ ଅଭିଯୁକ୍ତ ସହଦେବ ଛତ୍ରିଆଙ୍କୁ ମଧ୍ୟ ଗିରଫ କରାଯାଇଥିଲା ।
ଉକ୍ତ ଡକାୟତି ଘଟଣାର ତଦନ୍ତ ଅଧିକାରୀ ତଥା ଚାନ୍ଦିଲି ଆଇଆଇସି ଉତ୍ତମ କୁମାର ସାହୁ କହିଛନ୍ତି, ଘଟଣାରେ ସଂପୃକ୍ତ ଅନ୍ୟ ଅଭିଯୁକ୍ତ ମାନଙ୍କୁ ଖୁବ ଶୀଘ୍ର ଗିରଫ କରାଯିବ। ଅଭିଯୁକ୍ତ ମାନଙ୍କୁ ଆଜି କୋର୍ଟରେ ହାଜର କରି ଜାମିନ ନାମଞ୍ଜୁର ହେବାରୁ ବିଚାରବିଭାଗୀୟ ହାଜତକୁ ପଠାଇଦିଆଯାଇଛି।

3 weeks ago
15


