ARTICLE AD BOX
ନୂଆଦିଲ୍ଲୀ: ଦିଲ୍ଲୀର ସତ୍ୟ ନିକେତନ ଅଞ୍ଚଳରେ ଏକ ୫ ମହଲା କୋଠା ଭୁଶୁଡ଼ି ୭ ଜଣଙ୍କର ମୃତ୍ୟୁ ଘଟିବା ଘଟଣାରେ ଦିଲ୍ଲୀ ପୋଲିସ କାର୍ଯ୍ୟାନୁଷ୍ଠାନକୁ ଆହୁରି କଡ଼ାକଡ଼ି କରିଛି। ବୁଧବାର ସକାଳେ ''ହଷ୍ଟେଲ ଡେଜ୍'' ନାମକ ବଏଜ୍ ପିଜି ଚଳାଉଥିବା ଦୁଇଜଣ ବ୍ୟବସାୟୀଙ୍କ ମଧ୍ୟରୁ ଅଭିଯୁକ୍ତ ସୁଧାଂଶୁଙ୍କୁ ପୋଲିସ ଗିରଫ କରିଛି। ଅନ୍ୟଜଣ ସହ-ଅଂଶୀଦାର ଶୁଭମ ତ୍ୟାଗୀ ଏବେ ବି ଫରାର୍ ଥିବା ବେଳେ ତାଙ୍କୁ ଧରିବା ପାଇଁ ପୋଲିସ ଚଢ଼ାଉ ଜାରି ରଖିଛି।
ଆହୁରି ପଢ଼ନ୍ତୁ: ଚାନ୍ଦବାଲିର ତାରିଣୀ ମନ୍ଦିରରୁ ବଡ଼ ଧରଣର ଚୋରି
ଗତ ରବିବାର ଅପରାହ୍ନରେ ଏହି ୫ ମହଲିଆ କୋଠାଟି ସମ୍ପୂର୍ଣ୍ଣ ଭୁଶୁଡ଼ି ପଡ଼ିବା ଫଳରେ ୫ ଜଣ ଛାତ୍ରଙ୍କ ସମେତ ମୋଟ ୭ ଜଣଙ୍କର ଶୋଚନୀୟ ମୃତ୍ୟୁ ଘଟିଥିଲା। ଦକ୍ଷିଣ-ପଶ୍ଚିମ ଦିଲ୍ଲୀର ପୋଲିସ ଡିସିପି ଅମିତ ଗୋଏଲଙ୍କ ଅନୁଯାୟୀ, ବର୍ଷା ଦିନିଆ ପାଣି ଓ ବର୍ଜ୍ୟବସ୍ତୁ ଜମି ରହୁଥିବାରୁ ଗତ ୮-୧୦ ଦିନ ହେବ ବେସମେଣ୍ଟରେ ମରାମତି କାମ ଚାଲିଥିଲା। ଏଥିସହିତ ଗ୍ରାଉଣ୍ଡ ଫ୍ଲୋରକୁ ବ୍ୟବସାୟିକ ସମ୍ପ୍ରସାରଣ ପାଇଁ ବେଆଇନ୍ ଭାବେ ଭଙ୍ଗାଗଢ଼ା କରାଯାଉଥିବାରୁ କୋଠାଟି ଦୁର୍ବଳ ହୋଇ ଭୁଶୁଡ଼ି ପଡ଼ିଥିଲା। ଏହି ମାମଲାରେ ପୋଲିସ ପୂର୍ବରୁ ବେସମେଣ୍ଟ ମରାମତି କାମର ତଦାରଖ କରୁଥିବା ଠିକାଦାର ସନୋଜଙ୍କୁ ଗିରଫ କରିଥିଲା। ଏହାପରେ ରାଜସ୍ଥାନର ଭିୱାଡିରୁ ୮୧ ବର୍ଷୀୟ କୋଠା ମାଲିକ ହରିରାମ ବଂଶଲ, ତାଙ୍କ ସ୍ତ୍ରୀ ଉର୍ମିଳା ଗୁପ୍ତା ଏବଂ ପୁଅ ମହେଶ ଗୁପ୍ତାଙ୍କୁ ଗିରଫ କରାଯାଇଥିଲା। କୋର୍ଟ ବୃଦ୍ଧ ଦମ୍ପତିଙ୍କୁ ୧୪ ଦିନିଆ ଜେଲକୁ ପଠାଇଥିବା ବେଳେ କୋଠାର ସମସ୍ତ ପରିଚାଳନା କରୁଥିବା ପୁଅ ମହେଶଙ୍କୁ ୨ ଦିନିଆ ପୋଲିସ ରିମାଣ୍ଡରେ ପଠାଇଛନ୍ତି। ସୂତ୍ରରୁ ଜଣାପଡ଼ିଛି ଯେ, ଉତ୍ତରପ୍ରଦେଶର ସୁଧାଂଶୁ ଓ ଶୁଭମ ୨୦୨୫ ଅଗଷ୍ଟରୁ ଏହି କୋଠାକୁ ଭଡ଼ାରେ ନେଇ ପିଜି ଚଲାଉଥିଲେ। ସ୍ଥାନୀୟ ଅଞ୍ଚଳରେ ସେମାନଙ୍କର ଅନ୍ୟ ୩ଟି ପିଜି ଚାଲୁଥିବା ଜଣାପଡ଼ିବା ପରେ ତଦନ୍ତ ବ୍ୟାପକ କରାଯାଇଛି।
ଆହୁରି ପଢ଼ନ୍ତୁ: ଚୀନ୍ ଏଆଇ ଫାର୍ମଗୁଡ଼ିକ ଆମେରିକୀୟ ପ୍ରତିଦ୍ୱନ୍ଦ୍ୱୀମାନଙ୍କଠାରୁ ମଡେଲ ଚୋରି କରୁଛନ୍ତି: ଅଭିଯୋଗ ଆଣିଲା ୱାସିଂଟନ
ଅଧିକ ଦେଖନ୍ତୁ:

1 week ago
7


