Britain: ଆଣ୍ଡି ବର୍ଣ୍ଣହାମ ବ୍ରିଟେନର ନୂଆ ପ୍ରଧାନମନ୍ତ୍ରୀ, ଷ୍ଟାର୍ମରଙ୍କ ବିଦାୟ

2 weeks ago 9
ARTICLE AD BOX

ଲଣ୍ଡନ: ବ୍ରିଟେନରେ ସୋମବାର କ୍ଷମତା ହସ୍ତାନ୍ତର ପ୍ରକ୍ରିୟା ସମ୍ପନ୍ନ ହୋଇଛି। ଆଣ୍ଡି ବର୍ଣ୍ଣହାମ ଦେଶର ନୂଆ ପ୍ରଧାନମନ୍ତ୍ରୀ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି। ଲେବର୍ ପାର୍ଟିର ନେତା ଭାବେ ନିର୍ବାଚିତ ହେବା ପରେ ସେ ରାଜା ଚାର୍ଲସ ତୃତୀୟଙ୍କ ସହ ସାକ୍ଷାତ୍ କରି ସରକାର ଗଠନର ଦାୟିତ୍ୱ ନେଇଛନ୍ତି। ଦାୟିତ୍ୱ ଗ୍ରହଣ ପରେ ପୂର୍ବତନ ମଞ୍ଚେଷ୍ଟର ମେୟର ଆଣ୍ଡ୍ର୍ୟୁ (ଆଣ୍ଡି) ବର୍ଣ୍ଣହାମ କହିଛନ୍ତି, ଦେଶର ଅର୍ଥନୀତିକୁ ଗତିଶୀଳ କରିବା, ଜୀବନଯାପନ ଖର୍ଚ୍ଚ ହ୍ରାସ, ଗୃହହୀନ ସମସ୍ୟାର ସମାଧାନ ଓ ଆଞ୍ଚଳିକ ବିକାଶକୁ ତାଙ୍କ ସରକାର ସର୍ବାଧିକ ପ୍ରାଥମିକତା ଦେବ। ସେହିପରି ଦେଶ ପାଇଁ ୧୦ ବର୍ଷିଆ ଜାତୀୟ ବିକାଶ ଯୋଜନା ପ୍ରସ୍ତୁତ କରିବା ସହ ଖୁବ୍‌ଶୀଘ୍ର ନୂଆ ମନ୍ତ୍ରିମଣ୍ଡଳ ଗଠନ କରାଯିବ ବୋଲି ସେ ସୂଚନା ଦେଇଛନ୍ତି।

ଆହୁରି ପଢନ୍ତୁ: Accident: ମହାରାଷ୍ଟ୍ରରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା

ଏହାପୂର୍ବରୁ ୧୦ ଡାଉନିଂ ଷ୍ଟ୍ରିଟ୍‌ ବାହାରେ ବିଦାୟୀ ଭାଷଣରେ ପୂର୍ବତନ ପ୍ରଧାନମନ୍ତ୍ରୀ କିର ଷ୍ଟାର୍ମର କହିଥିଲେ, ମୁଁ ସଦ୍‌ଭାବନା ସହ ହସିହସି ବିଦାୟ ନେଉଛି। ସେ ନିଜ ଉତ୍ତରାଧିକାରୀ ଆଣ୍ଡି ବର୍ଣ୍ଣହାମଙ୍କୁ ପୂର୍ଣ୍ଣ ସମର୍ଥନ ଜଣାଇ କହିଥିଲେ ଯେ, ତାଙ୍କ ନେତୃତ୍ୱରେ ବ୍ରିଟେନ ଆହୁରି ଆଗକୁ ବଢ଼ିବ। ଷ୍ଟାର୍ମର କହିଥିଲେ, ପ୍ରଧାନମନ୍ତ୍ରୀ ଭାବେ ଦେଶସେବା କରିବା ତାଙ୍କ ଜୀବନର ସବୁଠୁ ବଡ଼ ସମ୍ମାନ ଥିଲା। ନିଜ ସରକାର ସମୟରେ ଅର୍ଥନୀତିକୁ ସୁଦୃଢ଼ କରିବା, ଦାରିଦ୍ର୍ୟ ହ୍ରାସ, ଶ୍ରମିକଙ୍କ ଅଧିକାର ସୁରକ୍ଷା, ସାର୍ବଜନୀନ ସେବାରେ ସୁଧାର, ଦେଶର ସୁରକ୍ଷା ବ୍ୟବସ୍ଥାକୁ ଶକ୍ତିଶାଳୀ କରିବା ଓ ୟୁକ୍ରେନ ପ୍ରତି ବ୍ରିଟେନର ସମର୍ଥନ ଜାରି ରଖିବା ତାଙ୍କ ସରକାରର ପ୍ରମୁଖ ସଫଳତା ବୋଲି ସେ ଉଲ୍ଲେଖ କରିଥିଲେ।

Read Entire Article
LEFT SIDEBAR AD

Hidden in mobile, Best for skyscrapers.