BRICS: ବ୍ରିକ୍ସ ଶିଖର ସମ୍ମିଳନୀ ପାଇଁ ଦିଲ୍ଲୀ ସଜେଇ ହେଉଛି: ୩ ଦିନ ବନ୍ଦ ରହିବ କୋର୍ଟ ଓ ସରକାରୀ କାର୍ଯ୍ୟାଳୟ

1 week ago 5
ARTICLE AD BOX

ନୂଆଦିଲ୍ଲୀ: ଆସନ୍ତା ୧୧ରୁ ୧୩ ସେପ୍ଟେମ୍ବର ପର୍ଯ୍ୟନ୍ତ ନୂଆଦିଲ୍ଲୀର ଭାରତ ମଣ୍ଡପମ୍‌ରେ ହେବାକୁ ଥିବା ୧୮ଶ ବ୍ରିକ୍ସ ଶିଖର ସମ୍ମିଳନୀ ପାଇଁ ରାଜଧାନୀରେ ପ୍ରସ୍ତୁତି ଜୋରଦାର ହୋଇଛି। ବିଭିନ୍ନ ରାସ୍ତା, ପ୍ରମୁଖ ସ୍ଥାନ ଓ ଛକଗୁଡ଼ିକୁ ପୋଷ୍ଟର, ଚିତ୍ର ଓ ଆଲୋକରେ ସଜାଯାଉଛି। ଏଥିପାଇଁ ଦିଲ୍ଲୀର ଅନେକ ଅଞ୍ଚଳ ଏବେ ଉତ୍ସବମୁଖର ଦେଖାଯାଉଛି। ଚଳିତବର୍ଷ ସମ୍ମିଳନୀର ମୁଖ୍ୟ ବିଷୟ ରହିଛି ‘ବିଲ୍ଡିଂ ଫର୍‌ ରେଜିଲିଏନ୍ସ, ଇନୋଭେସନ୍‌, କୋଅପରେସନ୍‌ ଆଣ୍ଡ ସଷ୍ଟେନେବିଲିଟି’।

ସମ୍ମିଳନୀରେ ବ୍ରିକ୍ସସଦସ୍ୟ ଓ ସହଯୋଗୀ ଦେଶଗୁଡ଼ିକର ରାଷ୍ଟ୍ରମୁଖ୍ୟ, ବରିଷ୍ଠ ପ୍ରତିନିଧି ଓ ଅନ୍ତର୍ଜାତୀୟ ସଂଗଠନର ମୁଖ୍ୟମାନେ ଯୋଗଦେବେ। ବିଦେଶୀ ଅତିଥିଙ୍କ ଯାତାୟାତ ଓ ସୁରକ୍ଷାକୁ ଦୃଷ୍ଟିରେ ରଖି ଦିଲ୍ଲୀ ପୁଲିସ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି। ପ୍ରାୟ ୨୫ ହଜାର ସୁରକ୍ଷାକର୍ମୀ ମୁତୟନ ହେବା ସହ ଏନ୍‌ଏସ୍‌ଜି କମାଣ୍ଡୋ ଓ ଆଣ୍ଟି-ଡ୍ରୋନ୍‌ ବ୍ୟବସ୍ଥା ମଧ୍ୟ ରହିବ।

ଆହୁରି ପଢନ୍ତୁ: BJP: ବିଜେପିର ‘ନାରାଜ ଫୁଫା’ ରିଲ୍‌, ବୁଲେଟ୍‌ ଟ୍ରେନ୍‌କୁ ନେଇ କଂଗ୍ରେସକୁ ମୋଦୀଙ୍କ କଟାକ୍ଷ ପରେ ଭିଡିଓ

ଶିଖର ସମ୍ମିଳନୀ ସମୟରେ ଭିଭିଆଇପି କାରକେଡ୍‌ର ଯାତାୟାତ ପାଇଁ ଦିଲ୍ଲୀର ୩୫ରୁ ଅଧିକ ରାସ୍ତାରେ ଟ୍ରାଫିକ୍‌ ନିୟନ୍ତ୍ରଣ କିମ୍ବା ଡାଇଭର୍ସନ୍‌ ବ୍ୟବସ୍ଥା କରାଯିବ। ଏଥିପାଇଁ ୨୨ଟି ଡାଇଭର୍ସନ୍‌ ପଏଣ୍ଟ ଚିହ୍ନଟ ହୋଇଛି। ମଥୁରା ରୋଡ୍‌, ଜନପଥ, ଅଶୋକା ରୋଡ୍‌, ସର୍ଦ୍ଦାର ପଟେଲ ମାର୍ଗ, ଲୋଧି ରୋଡ୍‌, ପଞ୍ଚଶୀଲ ମାର୍ଗ, ଆଫ୍ରିକା ଆଭେନ୍ୟୁ, ଶାନ୍ତି ପଥ ଓ ତିନମୂର୍ତ୍ତି ମାର୍ଗ ସମେତ ଅନେକ ରାସ୍ତା ଏହାର ଅନ୍ତର୍ଗତ ହେବ। ଯାତ୍ରୀମାନଙ୍କୁ ଯାତ୍ରା ପୂର୍ବରୁ ବିକଳ୍ପ ରାସ୍ତା ବାଛିବାକୁ ଏବଂ ସମ୍ଭବ ହେଲେ ମେଟ୍ରୋ ବ୍ୟବହାର କରିବାକୁ ପୁଲିସ ପରାମର୍ଶ ଦେଇଛି।

ଆହୁରି ପଢନ୍ତୁ: Karnnataka: କର୍ଣ୍ଣାଟକରେ ସିଦ୍ଦରମୈୟାଙ୍କ ୭୫% ସଂରକ୍ଷଣ ଦାବି: ନିଜ ଜାଲରେ ଫସିଲା କଂଗ୍ରେସ, ଜାତିଗତ ସର୍ଭେ ରିପୋର୍ଟ ଲାଗୁ ପାଇଁ ଚାପ

ସମ୍ମିଳନୀ ଯୋଗୁଁ ଦିଲ୍ଲୀ ହାଇକୋର୍ଟ ଓ ସମସ୍ତ ଜିଲ୍ଲା ଅଦାଲତ ୧୧ ସେପ୍ଟେମ୍ବରରେ ବନ୍ଦ ରହିବ। ଟ୍ରାଏଲ୍‌ କୋର୍ଟଗୁଡ଼ିକ ୧୨ ସେପ୍ଟେମ୍ବରରେ ମଧ୍ୟ ବନ୍ଦ ରହିବ। ଫଳରେ ୧୧ରୁ ୧୩ ସେପ୍ଟେମ୍ବର ପର୍ଯ୍ୟନ୍ତ ତିନିଦିନ ଧରି ଦିଲ୍ଲୀର ନିମ୍ନ ଅଦାଲତଗୁଡ଼ିକରେ କାର୍ଯ୍ୟ ହେବ ନାହିଁ। ଏହାଛଡ଼ା ଦିଲ୍ଲୀ ଓ ନୂଆଦିଲ୍ଲୀରେ ଥିବା କେନ୍ଦ୍ର ସରକାରଙ୍କ ସମସ୍ତ କାର୍ଯ୍ୟାଳୟ ୧୧ ସେପ୍ଟେମ୍ବର ଶୁକ୍ରବାର ବନ୍ଦ ରହିବ। ୧୨ ଓ ୧୩ ସେପ୍ଟେମ୍ବର ଶନିବାର ଓ ରବିବାର ଥିବାରୁ କାର୍ଯ୍ୟାଳୟଗୁଡ଼ିକ ସ୍ୱାଭାବିକ ଭାବେ ବନ୍ଦ ରହିବ।

Read Entire Article
LEFT SIDEBAR AD

Hidden in mobile, Best for skyscrapers.