BRICS Summit: 'ବ୍ରିକ୍ସ' ପାଇଁ କୋରାପୁଟିଆ କଫି ଡ୍ରିଂକ୍ସ

5 days ago 6
ARTICLE AD BOX

ନୂଆଦିଲ୍ଲୀ: କୁହାଯାଏ ସ୍ୱାଦ ଏମିତି ଏକ ଜିନିଷ ଯାହା ଜଣଙ୍କୁ ସବୁବେଳେ ସେହି ଖାଦ୍ୟ ଆଡକୁ ଟାଣିନିଏ | ଏବେ ଏହାକୁ କାର୍ଯ୍ୟରେ କରି ଦେଖାଇବାକୁ କେନ୍ଦ୍ର ବୈଦେଶିକ ମନ୍ତ୍ରାଳୟ ଏକ ଭିନ୍ନ ପ୍ରୟାସ କରିଛି | ନୂଆଦିଲ୍ଲୀରେ ଦୁଇଦିନିଆ ବ୍ରିକ୍ସ ଶିଖର ସମ୍ମିଳନୀ ଭାରତର ଅଧ୍ୟକ୍ଷତାରେ ଶନିବାରଠାରୁ ଆରମ୍ଭ ହେବାକୁ ଯାଉଛି। ଏହି ଅବସରରେ ବିଶ୍ୱର ଅନେକ ପ୍ରମୁଖ ନେତା ଏକାଠି ହେଉଥିବା ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଶା ପ୍ରକାଶ କରିଛନ୍ତି ଯେ ଏହି ବୈଠକରେ ବିଶ୍ୱ କଲ୍ୟାଣ ଏବଂ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ସକାରାତ୍ମକ ଓ ଅର୍ଥପୂର୍ଣ୍ଣ ଆଲୋଚନା ହେବ। 

'ଭୋକାଲ ଫର ଲୋକାଲ' ଅଭିଯାନ

ତେବେ ବିଶେଷ କଥା ହେଉଛି ଯେ ଏହି ବିଶ୍ୱ ସ୍ତରୀୟ ସମ୍ମିଳନୀରେ ଆମ ଓଡ଼ିଶାର କୋରାପୁଟର କଫି ଏକ ସ୍ୱତନ୍ତ୍ର ସ୍ଥାନ ପାଇଛି | କଥାଟି ଶୁଣିବାକୁ ଅଜବ ଲାଗୁଥିଲେ ବି ଏକଥା ଏକଦମ ସତ | ବାସ୍ତବରେ ବ୍ରିକ୍ସ ସମ୍ମିଳନୀ ପାଇଁ ଭାରତ ଆସିଥିବା ବିଦେଶୀ ସାମ୍ବାଦିକ, କୂଟନୀତି ବିଶେଷଜ୍ଞଙ୍କୁ ଯେଉଁ ଉପହାର ଦିଆଯାଉଛି ସେଥିରେ କୋରାପୁଟ କଫି ସ୍ଥାନ ପାଇଛି | ମିଳିଥିବା ସୂଚନା ମୁତାବକ ଭୋକାଲ ଫର ଲୋକାଲ ଅଭିଯାନରେ କେନ୍ଦ୍ର ବୈଦେଶିକ ମନ୍ତ୍ରାଳୟ ବିହାରର ମଖାନା, ଗୁଜୁରାଟର କଳାକୃତି ଥିବା ଏକ ବ୍ୟାଗ, ବ୍ରିକ୍ସ ଲୋଗୋ ଖୋଦେଇ ହୋଇଥିବା ପାଣି ବୋତଲ ସହ କୋରାପୁଟ କଫିର ଏକ ପ୍ୟାକେଟ ଉପହାର ଭାବେ ଦେଉଛି | କୋରାପୁଟ କଫିକୁ ବିଶ୍ୱ ଦରବାରରେ ପହଞ୍ଚାଇବା ପାଇଁ କେନ୍ଦ୍ର ସରକାର ଏହି ବିଶ୍ୱସ୍ତରୀୟ ସମ୍ମିଳନୀରେ ଉପହାର ଭାବେ ଦେବାକୁ ନିଷ୍ପତ୍ତି ନେଇଛନ୍ତି | କୋରାପୁଟ କଫି କେତେ ସ୍ୱାଦିଷ୍ଟ ତାହା ଜଣାଇବାକୁ ଓ ବିଶ୍ୱର ତମାମ କୂଟନୀତି ବିଶେଷଜ୍ଞ ଓ ସାମ୍ବାଦିକଙ୍କୁ କୋରାପୁଟ କଫି ବାବଦରେ ସ୍ୱାଦ ମାଧ୍ୟମରେ ସୂଚନା ଦେବାକୁ ଭିନ୍ନ ପ୍ରୟାସ କରାଯାଇଛି |

ଆଲୋଚନାକୁ ନେଇ ସେମାନେ ଖୁସି ଓ ଗର୍ବ ପ୍ରକାଶ କରିଥିଲେ

Read Entire Article
LEFT SIDEBAR AD

Hidden in mobile, Best for skyscrapers.