BRICS Summit: ଦିଲ୍ଲୀରେ ୧୮ତମ ବ୍ରିକ୍ସ ସମ୍ମିଳନୀ: ଏକାଠି ହେବେ ୧୧ ପ୍ରମୁଖ ବିଶ୍ବନେତା

1 week ago 6
ARTICLE AD BOX

ନୂଆଦିଲ୍ଲୀ: ଶନିବାରଠାରୁ  ନୂଆଦିଲ୍ଲୀସ୍ଥିତ ଭାରତ ମଣ୍ଡପମଠାରେ ଆରମ୍ଭ ହେବାକୁ ଯାଉଛି ବହୁପ୍ରତୀକ୍ଷିତ ୧୮ତମ ବ୍ରିକ୍ସ ଶିଖର ସମ୍ମିଳନୀ। ବିଶ୍ୱ ଅର୍ଥ ବ୍ୟବସ୍ଥାକୁ ନୂଆ ଦିଗଦର୍ଶନ ଦେବା ପାଇଁ ଆୟୋଜିତ ଏହି ଦୁଇଦିନିଆ ଶିଖର ସମ୍ମିଳନୀରେ ଭାରତ, ବ୍ରାଜିଲ, ଚୀନ୍‌, ରୁଷ, ଦକ୍ଷିଣ ଆଫ୍ରିକା, ଇଜିପ୍‌ଟ, ଇଥିଓପିଆ, ଇଣ୍ଡୋନେସିଆ, ଇରାନ, ସାଉଦି ଆରବ, ସଂଯୁକ୍ତ ଆରବ ଏମିରେଟ୍‌ସ (ୟୁଏଇ) ଭଳି ୧୧ଟି ପ୍ରମୁଖ ରାଷ୍ଟ୍ରର ନେତା ଏକାଠି ହେଉଛନ୍ତି। ଏହା ସହିତ ବେଲାରୁଷ, କ୍ୟୁବା, ମାଲେସିଆ ଓ ଭିଏତନାମ ସମେତ ୧୦ଟି ସହଯୋଗୀ ରାଷ୍ଟ୍ର ଏଥିରେ ସାମିଲ ହେବେ। ସୂଚନାଯୋଗ୍ୟ, ବ୍ରିକ୍ସ ସମୂହ ବିଶ୍ୱ ଜନସଂଖ୍ୟାର ପ୍ରାୟ ୪୯ ପ୍ରତିଶତ ଏବଂ ମୋଟ ବିଶ୍ୱ ଜିଡିପିର ୪୦ ପ୍ରତିଶତ ପ୍ରତିନିଧିତ୍ୱ କରେ।

Literary Climate: ସାହିତ୍ୟିକ ପାଣିପାଗ: ଏକ ଅନାଲୋଚିତ ପୁସ୍ତକର ରେଭେନ୍‌ସା

ଭାରତ ମଣ୍ଡପମ୍‌ରେ ଶନିବାରରୁ ଦୁଇଦିନିଆ ଶିଖର ସମ୍ମିଳନୀ
ସାମିଲ ହେବେ ୧୦ ସହଯୋଗୀ ରାଷ୍ଟ୍ର

ଏହି ସମ୍ମିଳନୀରେ ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ, ଚୀନ୍‌ ରାଷ୍ଟ୍ରପତି ସି ଜିନ୍‌ପିଙ୍ଗ, ଦକ୍ଷିଣ ଆଫ୍ରିକା ରାଷ୍ଟ୍ରପତି ସିରିଲ ରାମାଫୋସା, ଇଜିପ୍‌ଟ ରାଷ୍ଟ୍ରପତି ଅବଦେଲ ଫତାହ ଅଲ୍‌-ସିସି, ଇଣ୍ଡୋନେସିଆ ରାଷ୍ଟ୍ରପତି ପ୍ରବୋୱୋ ସୁବିଆନ୍ତୋ, ଇରାନ ରାଷ୍ଟ୍ରପତି ମସୁଦ ପେଜେସ୍କିଆନ, ଆବୁଧାବିର ଯୁବରାଜ ଶେଖ ଖାଲେଦ ବିନ୍‌ ମହମ୍ମଦ ବିନ ଜାୟଦ ଅଲ ନାହ୍ୟାନ ଏବଂ ଇଥିଓପିଆ ପ୍ରଧାନମନ୍ତ୍ରୀ ଆବି ଅହମ୍ମଦ ଆଲି ଯୋଗ ଦେବେ। ବ୍ରାଜିଲ ପକ୍ଷରୁ ବୈଦେଶିକ ମନ୍ତ୍ରୀ ମୌରୋ ଭିଏରା ଏବଂ ସାଉଦି ଆରବ ପକ୍ଷରୁ ବୈଦେଶିକ ମନ୍ତ୍ରୀ ପ୍ରିନ୍‌ସ ଫୈଜଲ ବିନ୍‌ ଫରହାନ ଅଲ୍‌ ସାଉଦ ପ୍ରତିନିଧିତ୍ୱ କରିବେ।

BRICS Summit 2026: ବ୍ରିକ୍ସ ସମ୍ମିଳନୀ ପୂର୍ବରୁ ୧୦୫ ବିମାନ ପାଇଁ ଭାରତୀୟ କମ୍ପାନି ସହ ରୁଷ୍‌ର ବୁଝାମଣା

ଶନିବାର ଦିନ ବ୍ରିକ୍ସ ସଦସ୍ୟ ଦେଶଗୁଡ଼ିକର ‘ଅନ୍ତର୍ଭୁକ୍ତୀକରଣ ବିଶ୍ୱ ପ୍ରଶାସନ ଏବଂ ବହୁପାକ୍ଷିକତାର ସୁଦୃଢ଼ୀକରଣ’ ଶୀର୍ଷକ ଏକ ବୈଠକରୁ ସମ୍ମିଳନୀ ଆରମ୍ଭ ହେବ। ନେତାମାନେ ଭାରତ ମଣ୍ଡପମଠାରେ ‘ଭାରତ ଇନୋଭେଟ୍ସ’ ପ୍ରଦର୍ଶନୀ ପରିଦର୍ଶନ କରିବା ସହ ମିଳିତ ବୃକ୍ଷରୋପଣ କରିବେ। ଏହାପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦ୍ୱାରା ନିମନ୍ତ୍ରିତ ନୈଶଭୋଜିରେ ସାମିଲ ହେବେ। ଏହି ଅବସରରେ ପ୍ରଧାନମନ୍ତ୍ରୀ ମୋଦୀ ବିଭିନ୍ନ ବ୍ରିକ୍ସ ନେତାଙ୍କ ସହ ଦ୍ୱିପାକ୍ଷିକ ଆଲୋଚନା କରିବେ। ରୁଷ୍‌ ରାଷ୍ଟ୍ରପତି ପୁଟିନ ଏବଂ ଚୀନ୍‌ ରାଷ୍ଟ୍ରପତି ଜିନ୍‌ପିଙ୍ଗ ଆସନ୍ତାକାଲି ଦିଲ୍ଲୀରେ ପହଞ୍ଚିବା କାର୍ଯ୍ୟକ୍ରମ ରହିଛି। ସମ୍ମିଳନୀ ପାଇଁ  ଦିଲ୍ଲୀରେ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି।

Read Entire Article
LEFT SIDEBAR AD

Hidden in mobile, Best for skyscrapers.