ARTICLE AD BOX
ନୂଆଦିଲ୍ଲୀ: ଭାରତୀୟ ବେସାମରିକ ବିମାନ ଚଳାଚଳ ବଜାରରେ ବଡ଼ ପ୍ରବେଶ ପାଇଁ ରୁଷ୍ ଉଦ୍ୟମ ଆରମ୍ଭ କରିଛି। ରୁଷ୍ର ସରକାରୀ ବିମାନ ନିର୍ମାତା ୟୁନାଇଟେଡ୍ ଏୟାର୍କ୍ରାଫ୍ଟ କର୍ପୋରେସନ୍ (ୟୁଏସି) ଭାରତୀୟ ବିମାନ କମ୍ପାନିଗୁଡ଼ିକ ସହ ୧୦୫ଟି ଇଲ୍-୧୧୪-୩୦୦ ଆଞ୍ଚଳିକ ଯାତ୍ରୀବାହୀ ବିମାନ ଯୋଗାଣ ପାଇଁ ବିଭିନ୍ନ ବୁଝାମଣା କରିଛି। ନୂଆଦିଲ୍ଲୀରେ ଚାଲିଥିବା ‘ଇନୋପ୍ରମ୍ ଇଣ୍ଡିଆ-୨୦୨୬’ ପ୍ରଦର୍ଶନୀ ଅବସରରେ ଏହି ବୁଝାମଣା ହୋଇଛି।
ଏହି ବ୍ୟବସ୍ଥା ଅନୁସାରେ ପିନାକଲ୍ ଏୟାର ପାଇଁ ୫୦ଟି ଏବଂ ଏୟାର୍ କେରଳ ପାଇଁ ୨୦ଟି ପର୍ଯ୍ୟନ୍ତ ଇଲ୍-୧୧୪-୩୦୦ ବିମାନ ଯୋଗାଣ ନେଇ କଥାବାର୍ତ୍ତା ହୋଇଛି। ଏହାବ୍ୟତୀତ ସ୍ଲିକ୍ ଏଭିଏସନ୍ ସହ ୩୫ଟି ବିମାନ ଯୋଗାଣ ପାଇଁ ବୁଝାମଣାପତ୍ର (ଏମ୍ଓୟୁ) ସ୍ୱାକ୍ଷର ହୋଇଛି। ସ୍ଲିକ୍ ଏଭିଏସନ୍ରେ ଫୁଲ୍-ଫ୍ଲାଇଟ୍ ସିମୁଲେଟର ସହ ଏକ ପ୍ରଶିକ୍ଷଣ କେନ୍ଦ୍ର ଖୋଲିବା ନେଇ ମଧ୍ୟ ବୁଝାମଣା ହୋଇଛି।
Rain: ଦିଲ୍ଲୀରେ ପ୍ରବଳ ବର୍ଷା ଏବଂ ଝଡ଼ତୋଫାନ: ଖରାପ୍ ପାଗ ପାଇଁ ବିମାନ ଚଳାଚଳ ପ୍ରଭାବିତ
ଇଲ୍-୧୧୪-୩୦୦ ଏକ ଆଞ୍ଚଳିକ ଯାତ୍ରୀବାହୀ ଟର୍ବୋପ୍ରପ୍ ବିମାନ। ଛୋଟ ବିମାନବନ୍ଦର ଏବଂ କମ୍ ଲମ୍ବର ରନ୍ୱେରୁ ଏହା ଚଳାଚଳ କରିପାରିବ। ତେଣୁ ଦେଶର ଛୋଟ ସହରଗୁଡ଼ିକୁ ବିମାନ ଯୋଗାଯୋଗରେ ଯୋଡ଼ିବା ପାଇଁ ଏହାକୁ ଉପଯୋଗୀ ବିକଳ୍ପ ଭାବେ ରୁଷ୍ ପ୍ରସ୍ତୁତ କରୁଛି। ଏହା ସହ ଭାରତରେ ଏସ୍ଜେ-୧୦୦ ବିମାନ ଉତ୍ପାଦନ ପାଇଁ ରୁଷ୍ ଓ ହିନ୍ଦୁସ୍ତାନ ଏରୋନଟିକ୍ସ ଲିମିଟେଡ୍ (ହାଲ୍) ମଧ୍ୟରେ ଆଲୋଚନା ଜାରି ରହିଛି।

1 week ago
6


