ARTICLE AD BOX
ନୂଆଦିଲ୍ଲୀ: ବିକ୍ସ ସମ୍ବିଳନୀ ପାଇଁ ଭାରତ ଆସିଛନ୍ତି ଚୀନ୍ର ରାଷ୍ଟ୍ରପତି ସି ଜିନପିଙ୍ଗ... ହେଲେ ତାଙ୍କ ସହ ଆସିଥିବା ଜଣେ ଅଧିକାରୀ ଏବେ ଚର୍ଚ୍ଚାର କେନ୍ଦ୍ରରେ । ଲମ୍ବା ଚେହେରା, ରୂପା ରଙ୍ଗର କେଶ ଏବଂ ଚୀନ୍ର କ୍ଷମତାଶାଳୀ ରାଜନୈତିକ ବ୍ୟବସ୍ଥାରେ ଅସାଧାରଣ ପ୍ରଭାବ । ନାଁ ତାଙ୍କର କ୍ୟାଇ ଚି । ସି ଜିନପିଙ୍ଗଙ୍କ ଏହି ‘ରାଇଟ୍ ହ୍ୟାଣ୍ଡ’ଙ୍କୁ ଭାରତ ଆଣିବା ପଛରେ ରହିଛି ବଡ଼ କୂଟନୈତିକ ସଙ୍କେତ । ତେବେ କିଏ ଏହି କ୍ୟାଇ ଚି? ବେଜିଂରେ କାହିଁକି ଚାଲେ ତାଙ୍କର ବୋଲ?
ଚୀନ୍ର ରାଜନୈତିକ ବ୍ୟବସ୍ଥାରେ ତାଙ୍କୁ ସି ଜିନପିଙ୍ଗଙ୍କ ସବୁଠାରୁ ନିକଟତମ ଓ ଭରସାଯୋଗ୍ୟ ସହଯୋଗୀ ଭାବେ ଦେଖାଯାଏ ।ଚୀନ୍ର କମ୍ୟୁନିଷ୍ଟ ପାର୍ଟିର ସବୁଠାରୁ ଶକ୍ତିଶାଳୀ ନେତା ହେଉଛନ୍ତି କ୍ୟାଇ ଚି ।
କ୍ୟାଇ ଚିଙ୍କ ରାଜନୈତିକ ଉତ୍ଥାନ ଖୁବ୍ ଚମକପ୍ରଦ । ୨୦୧୭ରେ ବେଜିଂର ପାର୍ଟି ମୁଖ୍ୟ ହେବାର କିଛି ମାସ ମଧ୍ୟରେ ସିଧାସଳଖ ପଲିଟବ୍ୟୁରୋରେ ସ୍ଥାନ ପାଇଥିଲେ । ସାଧାରଣତଃ ଏଭଳି ଉଚ୍ଚ ପଦକୁ ପହଞ୍ଚିବା ପାଇଁ ଅନେକ ବର୍ଷ ଲାଗିଥାଏ । କିନ୍ତୁ କ୍ୟାଇଙ୍କ କ୍ଷେତ୍ରରେ ଏହି ଉତ୍ଥାନ ଥିଲା ଅସାଧାରଣ ଭାବେ ଦ୍ରୁତ । ୨୦୨୨ରେ ସେ କମ୍ୟୁନିଷ୍ଟ ପାର୍ଟିର ସର୍ବୋଚ୍ଚ କ୍ଷମତା କେନ୍ଦ୍ର ପଲିଟବ୍ୟୁରୋ ଷ୍ଟାଣ୍ଡିଂ କମିଟିର ସଦସ୍ୟ ହେଲେ । ଏବେ ସେ ପାର୍ଟିର ଜେନେରାଲ୍ ଅଫିସ୍ର ମୁଖ୍ୟ । ଅର୍ଥାତ୍ ସି ଜିନପିଙ୍ଗଙ୍କ ପାଖରେ ରହି ଦଳ ଓ ସରକାରର ଗୁରୁତ୍ୱପୂର୍ଣ୍ଣ କାମକୁ ସମନ୍ୱୟ କରୁଛନ୍ତି । ଏହି କାରଣରୁ ତାଙ୍କୁ ସି ଜିନପିଙ୍ଗଙ୍କ ‘ଚିଫ୍ ଅଫ୍ ଷ୍ଟାଫ୍’ ଏବଂ ‘ରାଇଟ୍ ହ୍ୟାଣ୍ଡ’ ବୋଲି ମଧ୍ୟ କୁହାଯାଏ ।
କେବଳ ପଦପଦବୀ ନୁହେଁ, ସି ଜିନପିଙ୍ଗଙ୍କ ସହ କ୍ୟାଇ ଚିଙ୍କ ସମ୍ପର୍କ ମଧ୍ୟ ବେଶ୍ ପୁରୁଣା । ସାଂସ୍କୃତିକ ବିପ୍ଳବ ସମୟରେ ଉଭୟଙ୍କ ଜୀବନର ଆରମ୍ଭ ହୋଇଥିଲା ପ୍ରାୟ ସମାନ ପରିବେଶରୁ । ପରେ ଫୁଜିଆନ୍ ଓ ଝେଜିଆଙ୍ଗ୍ ଭଳି ଚୀନ୍ର ଉପକୂଳୀୟ ପ୍ରଦେଶରେ ଉଭୟେ ଦୀର୍ଘ ସମୟ ଧରି କାମ କରିଥିଲେ । ଏହି ସମୟରେ ହିଁ ସି ଜିନପିଙ୍ଗ ଓ କ୍ୟାଇ ଚିଙ୍କ ମଧ୍ୟରେ ସମ୍ପର୍କ ଆହୁରି ମଜଭୁତ ହୋଇଥିଲା । ପରଦା ପଛରେ ରହି କାମ କରିବା ପାଇଁ ପରିଚିତ କ୍ୟାଇ ଚି ଏବେ ଧୀରେ ଧୀରେ ସାମ୍ନାକୁ ଆସୁଛନ୍ତି ।
Malaysian PM: ମୋଦୀଙ୍କ ଲୋକପ୍ରିୟତାର ପ୍ରଶଂସା କଲେ ମାଲେସିଆ ପ୍ରଧାନମନ୍ତ୍ରୀ
ଟ୍ରମ୍ପ ଚୀନ୍ ଗସ୍ତରେ ଯିବାବେଳେ ତାଙ୍କ ସହ ହାତ ମିଳାଇଥିବା ପ୍ରଥମ ଚୀନ୍ ଅଧିକାରୀ ମଧ୍ୟ ଥିଲେ କ୍ୟାଇ ଚି । ତେବେ ଭାରତ ଗସ୍ତରେ ସି ଜିନପିଙ୍ଗଙ୍କ ସହ କ୍ୟାଇ ଚିଙ୍କ ଉପସ୍ଥିତି କାହିଁକି ଏତେ ଗୁରୁତ୍ୱପୂର୍ଣ୍ଣ? ଭାରତ ଓ ଚୀନ୍ ମଧ୍ୟରେ ସୀମା ବିବାଦକୁ ନେଇ ଦୀର୍ଘ ସମୟ ଧରି ତିକ୍ତତା ରହିଛି । ଏଭଳି ସମୟରେ ସି ଜିନପିଙ୍ଗଙ୍କ ସହ ଚୀନ୍ର ଏତେ ଶକ୍ତିଶାଳୀ ନେତାଙ୍କ ଭାରତ ଆସିବାକୁ ଦୁଇ ଦେଶର ସମ୍ପର୍କ ସୁଧାରିବା ପାଇଁ ଚୀନ୍ର ଗମ୍ଭୀରତାର ସଙ୍କେତ ବୋଲି ଦେଖାଯାଉଛି । କାରଣ କ୍ୟାଇ ଚି କେବଳ ଜଣେ ଅଧିକାରୀ ନୁହନ୍ତି । ସେ ସି ଜିନପିଙ୍ଗଙ୍କ ଅତ୍ୟନ୍ତ ଭରସାଯୋଗ୍ୟ ଲୋକ । ତେଣୁ ତାଙ୍କ ଉପସ୍ଥିତି ଭାରତ-ଚୀନ୍ ସମ୍ପର୍କରେ ଆଗାମୀ ଦିନରେ କିଛି ବଡ଼ ପରିବର୍ତ୍ତନର ସଙ୍କେତ ଦେଉଛି କି ସେ ଉପରେ ଏବେ ସମସ୍ତଙ୍କ ନଜର ।

5 days ago
6


