ARTICLE AD BOX
ଭୁବନେଶ୍ବର: ଏକ ଲାଞ୍ଚ ମାମଲାର ବିଚାର କରି ଆଜି (ମଙ୍ଗଳବାର) ସ୍ବତନ୍ତ୍ର ଭିଜିଲାନ୍ସ କୋର୍ଟ ଢେଙ୍କାନାଳଜିଲ୍ଲା ହିନ୍ଦୋଳ ତହସିଲର ପଞ୍ଚୁପଡ଼ା ଅଧୀନ କଣ୍ଡାରସିଂଘ ରାଜସ୍ବ ସର୍କଲର ପୂର୍ବତନ ରାଜସ୍ବ ନିରୀକ୍ଷକ (ଆର୍ଆଇ) ମାଳତୀ ଦେହୁରୀଙ୍କୁ ଦୋଷୀ ସାବ୍ୟସ୍ତ କରି ଦଣ୍ଡବିଧାନ କରିଛି।
ଆର୍ଆଇଙ୍କୁ ଅଫିସ୍ରୁ ଘୋଷାରି ଆଣି ପିଟିଲେ: ବେଆଇନ କାର୍ଯ୍ୟ କଲେନି...
ଏକ ମ୍ୟୁଟେସନ୍ ମାମଲାରେ ତଦନ୍ତ ରିପୋର୍ଟ ଦାଖଲ କରିବାକୁ ଲାଞ୍ଚ ନେବା ମାମଲାରେ ଦୁର୍ନୀତି ନିବାରଣ ଆଇନ ୧୯୮୮ର ଧାରା ୧୩(୨), (୧୩(୧)(ଡି) ଓ ୭ରେ ଏକ ମାମଲା ରୁଜୁ କରିଥିଲା। ଏହି ଘଟଣାରେ ଭିଜିଲାନ୍ସ ଉକ୍ତ ଆର୍ଆଇଙ୍କୁ ରଙ୍ଗେହାତ ଧରିଥିଲା। ଏହି ମାମଲାରେ କୋର୍ଟ ଅଭିଯୁକ୍ତଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି । ଏହା ସହ ୨ ବର୍ଷ କାରାଦଣ୍ଡ ଓ ଜୋରିମାନା ଦଣ୍ଡରେ ଦଣ୍ଡିତ କରିଛନ୍ତି।

6 days ago
4


