Bribe: ୩୧ ବର୍ଷ ତଳେ ୧୦୦ ଟଙ୍କା ଲାଞ୍ଚ ନେଇଥିଲେ, ୭୫ ବର୍ଷ ବୟସରେ ଜେଲ୍‌ ଯିବେ

2 hours ago 1
ARTICLE AD BOX

ରାଞ୍ଚି: ୧୯୯୫ ମସିହାର ଏକ ଲାଞ୍ଚ ମାମଲାରେ ଜଣେ ୭୫ ବର୍ଷ ବୟସ୍କ ବ୍ୟକ୍ତି ଏବେ ୧ ବର୍ଷ ଜେଲ୍‌ରେ ରହିବେ। ୧୯୯୫ ମସିହାରେ ରାଞ୍ଚିର ହଟିୟା ରେଳ ଷ୍ଟେସନ୍‌ରେ ୧୦୦ ଟଙ୍କା ଲାଞ୍ଚ ନେବା‌ ମାମଲା ସହ ଏହା ଜଡ଼ିତ। ପୂର୍ବତନ ପାର୍ସଲ କ୍ଲର୍କ କାଳିଶଙ୍କର ଧୋବି ସେ ସମୟରେ ରାଞ୍ଚିର ହଟିୟା ରେଳ ଷ୍ଟେସନ୍‌ରେ ଚାକିରି କରିଥିଲେ। ଅଭିଯୋଗକାରୀ ନିର୍ମଳ କୁମାର ବେଗାନୀ ତାଙ୍କ ମୋଟରସାଇକେଲ୍‌କୁ ହଟିୟା ରେଳ ଷ୍ଟେସନ୍‌ରୁ ବିହାରର ସମସ୍ତିପୁର ପଠାଇବା ପାଇଁ ଚାହିଥିଲେ। ତେବେ ପାର୍ସଲ କ୍ଲର୍କ ମୋଟରସାଇକେଲ୍‌ ବୁକ୍‌ କରିବା ପାଇଁ ୧୦୦ ଟଙ୍କା ଲାଞ୍ଚ ମାଗିଥିବା ଅଭିଯୋଗ ହୋଇଥିଲା।

ଆହୁରି ପଢନ୍ତୁ :Modi: ପ୍ରଧାନମନ୍ତ୍ରୀ ମୋଦୀଙ୍କ ୭୬ତମ ଜନ୍ମଦିନ: ୨୫ ବର୍ଷର ଜନସେବା ପାଇଁ ଶୁଭେଚ୍ଛାର ସୁଅ

ଏହି ଘଟଣାରେ ଅଭିଯୋଗକାରୀ ନିର୍ମଳ କୁମାର ସିବିଆଇରେ ଅଭିଯୋଗ କରିଥିଲେ। ଅଭିଯୋଗକୁ ଭଲଭାବେ ଯାଞ୍ଚ କରିବା ପରେ ସିବିଆଇ ଏକ ଫାଶ ବୁଣିଥିଲା। ୧୯୯୫ ଏପ୍ରିଲ ୨୭ ତାରିଖରେ ତତ୍କାଳୀନ ପାର୍ସଲ କ୍ଲର୍କ କାଳିଶଙ୍କର ଧୋବି ୧୦୦ ଟଙ୍କା ଲାଞ୍ଚ ନେଉଥିବାବେଳେ ସିବିଆଇ ଟିମ୍‌ ତାଙ୍କୁ ରଙ୍ଗାହାତରେ ଧରିଥିଲେ। ତାଙ୍କ ବିରୋଧରେ ଦୁର୍ନୀତି ନିବାରଣ ଆଇନ ଅଧୀନରେ ଏକ ମାମଲା ରୁଜୁ ହେଲା। ସିବିଆଇ ହସ୍ତକ୍ଷେପ ପରେ ମାମଲା ଏକ ସ୍ବତନ୍ତ୍ର କୋର୍ଟରେ ପହଞ୍ଚିଲା। ୯ ବର୍ଷର ବିଚାରଣ ପରେ ସ୍ବତନ୍ତ୍ର କୋର୍ଟ କାଳିଶଙ୍କର ଧୋବିଙ୍କୁ ଏହି ମାମଲାରେ ୨୦୦୪ ମସିହାରେ ଦୋଷୀ ସାବ୍ୟସ୍ତ କଲେ। ସ୍ବତନ୍ତ୍ର କୋର୍ଟ ତାଙ୍କୁ ଏହି ମାମଲାରେ ଦୁର୍ନୀତି ନିବାରଣ ଆଇନର ଧାରା ୭ ଅଧୀନରେ ଗୋଟିଏ ବର୍ଷ ଜେଲ୍‌ଦଣ୍ଡ ସହ ୪ ହଜାର ଟଙ୍କା ଜରିମାନା କରିଥି‌‌ଲେ। ସେହିପରି ଧାରା ୧୩ (୨) ଅଧୀନରେ ତାଙ୍କୁ ଅତିରିକ୍ତ ଦେଢ଼ ବର୍ଷ କାରାଦଣ୍ଡ ସହ ୬ ହଜାର ଟଙ୍କା ଜରିମାନା କରାଯାଇଥିଲା। ତେବେ ନିମ୍ନ ଅଦାଲତର ରାୟ ବିରୋଧରେ କାଳିଶଙ୍କର ଝାଡ଼ଖଣ୍ଡ ହାଇକୋର୍ଟରେ ଆବେଦନ କଲେ। ହାଇକୋର୍ଟରେ ମଧ୍ୟ ଏହି ମାମଲା ୨ ଦଶନ୍ଧି ଧରି ଚାଲିଲା।

ଆହୁରି ପଢନ୍ତୁ :Wishes: ପୁଟିନ୍, ମେଲୋନୀ, ନେତାନ୍ୟାହୁଙ୍କ ସମେତ ବିଶ୍ୱ ନେତାଙ୍କ ଶୁଭେଚ୍ଛା

 ୧୯୯୫ ମସିହାରୁ ଏହି ମାମଲାର ଶୁଣାଣି ଆରମ୍ଭ ହୋଇଥିବାବେ‌ଳେ ଏହାକୁ ୩୧ ବର୍ଷ ପୂରିଯାଇଛି। ଜଷ୍ଟିସ୍‌ ପ୍ରଦୀପ କୁମାର ଶ୍ରୀବାସ୍ତବ ଏହି ମାମଲାର ଶୁଣାଣି କରୁଥିଲେ। ଉଭୟ ପକ୍ଷକୁ ଶୁଣିବା ପରେ ହାଇକୋର୍ଟ ନିମ୍ନ ଅଦାଲତଙ୍କ ରାୟକୁ କାଏମ ରଖିଛନ୍ତି। ‌ତେବେ ବୟସ ଦୃଷ୍ଟିରୁ କୋର୍ଟ କାଳିଶଙ୍କରଙ୍କ କାରାଦଣ୍ଡ ଅବଧିକୁ କମାଇ ଦେଇଛନ୍ତି। ୭୫ ବର୍ଷୀୟ କାଳିଶଙ୍କର ଏବେ ପାଖାପାଖି ୧ ବର୍ଷ ଜେଲ୍‌ରେ ରହିବେ। ପୂର୍ବରୁ ସେ ଏହି ମାମଲାରେ ଦୋଷୀସାବ୍ୟସ୍ତ ହେବାପରେ ତାଙ୍କ ସରକାରୀ ଚାକିରି ହରାଇ ସାରିଛନ୍ତି। ତାଙ୍କ ବିରୋଧରେ ପୂର୍ବରୁ କୌଣସି ଆପରାଧିକ ରେକର୍ଡ ନ ଥିବା ନେଇ ମଧ୍ୟ ହାଇକୋର୍ଟଙ୍କୁ ଅବଗତ କରାଯାଇଛି। ଏହାସତ୍ତ୍ବେ କୋର୍ଟ ଏହି ମାମଲାରେ ସେ ଦୋଷୀସାବ୍ୟସ୍ତ ହେବାକୁ କାଏମ ରଖିଛନ୍ତି। ହାଇକୋର୍ଟ ମଧ୍ୟ କାଳିଶଙ୍କରଙ୍କ ଜାମିନ ରଦ୍ଦ କରିଦେଇଛନ୍ତି ଏବଂ ତାଙ୍କୁ ୨ ମାସ ମଧ୍ୟରେ ଆତ୍ମସମର୍ପଣ କରିବାକୁ କହିଛନ୍ତି।

Read Entire Article
LEFT SIDEBAR AD

Hidden in mobile, Best for skyscrapers.