Brent Crude: ୯୦ ଡଲାର ତଳକୁ ଖସିଲା ଅଶୋଧିତ ତେଲ

2 days ago 3
ARTICLE AD BOX

ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତେଲ ଦର ବ୍ୟାରେଲ ପିଛା ୯୦ ଡଲାର ତଳକୁ ହ୍ରାସ ପାଇଛି। ଅଗଷ୍ଟ ମାସଠାରୁ ପ୍ରଥମ ଥର ପାଇଁ ଏହା ହୋଇଛି। ମଧ୍ୟବର୍ତ୍ତୀକାଳୀନ ନିର୍ବାଚନ ପରେ ଆମେରିକା କଂଗ୍ରେସ ଡେମୋକ୍ରାଟିକ୍‌ ଦଳର ନିୟନ୍ତ୍ରଣକୁ ଯାଇଛି।

10 Nov 2026 18:55 IST Updated 10 Nov 2026 18:56 IST

 ୯୦ ଡଲାର ତଳକୁ ଖସିଲା ଅଶୋଧିତ ତେଲ

ନୂଆଦିଲ୍ଲୀ: ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତେଲ ଦର ବ୍ୟାରେଲ ପିଛା ୯୦ ଡଲାର ତଳକୁ ହ୍ରାସ ପାଇଛି। ଅଗଷ୍ଟ ମାସଠାରୁ ପ୍ରଥମ ଥର ପାଇଁ ଏହା ହୋଇଛି। ମଧ୍ୟବର୍ତ୍ତୀକାଳୀନ ନିର୍ବାଚନ ପରେ ଆମେରିକା କଂଗ୍ରେସ ଡେମୋକ୍ରାଟିକ୍‌ ଦଳର ନିୟନ୍ତ୍ରଣକୁ ଯାଇଛି। ଏଥିଯୋଗୁ ଆଗାମୀ ଦିନରେ ଇରାନ ବିରୋଧରେ ଆମେରିକା ରା‌ଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ନରମ ଆଭିମୁଖ୍ୟ ପୋଷଣ କରିପାରନ୍ତି ବୋଲି ଆଶା କରାଯାଇଛି। ଏହା ଫଳରେ ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତେଲ ଦର କମୁଥିବା ବିଶେଷଜ୍ଞମାନେ ମତ ଦେଇଛନ୍ତି। ସୋମବାର ବ୍ରେଣ୍ଟ କ୍ରୁଡ୍‌ ଦର ୬ ପ୍ରତିଶତ କମିଥିବାବେଳେ ମଙ୍ଗଳବାର ଏଥିରେ ୩.୧ ପ୍ରତିଶତ ହ୍ରାସ ହୋଇଛି। ଅକ୍ଟୋବର ମାସରେ ଅଶୋଧିତ ତେଲ ଦର ଗତ ୬ ମାସର ସର୍ବୋଚ୍ଚ ସ୍ତରରେ ପହଞ୍ଚିଥିଲା। କିନ୍ତୁ ଚଳିତମାସରେ ଦର କମିବାରେ ଲାଗିଛି।

ସୋନିଆଙ୍କ ପୁସ୍ତକର ନାଁ ‘ବିଲଙ୍ଗିଂ’ ନୁହେଁ, ‘ହ୍ୱାଇଟ୍‌ୱାସିଂ’ ହେବା ଉଚିତ: ବିଜେପି

10 Nov 2026 18:55 IST Updated 10 Nov 2026 18:56 IST

Advertisment

Sambad Whatsapp

Sambad is now on WhatsApp

Join and get latest news updates delivered to you via WhatsApp

Read Entire Article
LEFT SIDEBAR AD

Hidden in mobile, Best for skyscrapers.