ARTICLE AD BOX
ସାମାନ୍ୟ କଥାରୁ ଜନ୍ମନେଲା ଶତ୍ରୁତା | ଆଉ କିଛିଦିନ ଧରି ଶତ୍ରୁତା କୁହୁଳି ଆଜି ବୋମା ବିସ୍ଫୋରଣର ରୂପ ନେଇଛି |
Representational imageବ୍ରହ୍ମପୁର: ସାମାନ୍ୟ କଥାରୁ ଜନ୍ମନେଲା ଶତ୍ରୁତା | ଆଉ କିଛିଦିନ ଧରି ଶତ୍ରୁତା କୁହୁଳି ଆଜି ବୋମା ବିସ୍ଫୋରଣର ରୂପ ନେଇଛି | ବ୍ରହ୍ମପୁର ସହର ଉପକଣ୍ଠ ଓ ସଦର ଥାନା ଅଧୀନ କୁକୁଡ଼ାଖଣ୍ଡି ଗ୍ରାମର ଦାସସାହିରେ ଆଜି ଗୋଷ୍ଠୀ ବିବାଦକୁ କେନ୍ଦ୍ର କରି ଖଣ୍ଡା ବୁଲିବା ସହ ବୋମା ଫୁଟିଛି। ମିଳିଥିବା ସୂଚନା ମୁତାବକ ଆଜି ଅପରାହ୍ଣରେ ସାହିର ଦୁଇ ଗୋଷ୍ଠୀ ଭିତରେ ପୂର୍ବ ବିବାଦକୁ କେନ୍ଦ୍ର କରି ଗୋଷ୍ଠୀ ସଂଘର୍ଷ ଘଟିଥିଲା।
ଆହୁରି ପଢନ୍ତୁ: Kashinagar Theft: କାଶୀନଗରରେ ଗୋଟିଏ ରାତିରେ କଳାକନା ବୁଲାଇଲେ ଚୋର
ଖଣ୍ଡା ଆକ୍ରମଣରେ ସନିଆ ଦାସ ନାମକ ଜଣେ ଯୁବକ ଆହତ ହୋଇଥିଲେ। ଏଥିରେ ପ୍ରତିପକ୍ଷ ଗୋଷ୍ଠୀ ଉତ୍କ୍ଷିପ୍ତ ହୋଇ ଉଠିବା ସହ ସନ୍ଧ୍ୟା ୬ଟାରେ ବ୍ରହ୍ମପୁର ସହରର କିଛି ଯୁବକଙ୍କୁ ଡାକିଥିଲେ। ପ୍ରାୟ ୨୦ଟି ବାଇକ୍ରେ ୨୫ରୁ ୩୦ ଜଣ ଦୁର୍ବୃତ୍ତ ଆସି ସାହିମୁହଁରେ ଅତର୍କିତ ଭାବେ ବୋମାମାଡ଼ କରି ଆତଙ୍କ ସୃଷ୍ଟି କରିଥିଲେ। ଘଟଣାସ୍ଥଳରୁ ଖସି ପଳାଉଥିବା ବେଳେ ସାହିବାସିନ୍ଦା ଦୁଇଜଣଙ୍କୁ କାବୁ କରିଥିଲେ।
Advertisment
![]()
Sambad is now on WhatsApp
Join and get latest news updates delivered to you via WhatsApp

3 days ago
3


