ARTICLE AD BOX
ସମ୍ବଲପୁର: ତୃତୀୟ ଥର ପାଇଁ ସମ୍ବଲପୁର କୋର୍ଟକୁ ଆସିଲା ବୋମା ଧମକ। ଏହି ଖବର ପ୍ରଚାର ହେବା ପରେ ସମ୍ବଲପୁରଜିଲ୍ଲା କୋର୍ଟ ଓ ତାର ଆଖପାଖ ଅଞ୍ଚଳମାନଙ୍କରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି। ଏନେଇ ସୂଚନା ଦେଇଛନ୍ତି ଏସଡିପିଓ ତୋଫାନ ବାଗ୍। କୋର୍ଟ ପରିସରରେ ବୋମା ନିରୋଧକ ସ୍କ୍ବାର୍ଡ଼, ସନ୍ଧାନୀ କୁକୁର, ମେଟାଲ ଡିଟେକ୍ଟର, ଏନଏଲଜେଡି, ଅପଟିକାଲ ଫାଇବର ସ୍କୋପ ଦ୍ୱାରା ଯାଞ୍ଚ କରାଯାଇଥିଲା।
Loot: ବୃଦ୍ଧାଙ୍କ ବେକରୁ ଝାମ୍ପିନେଲେ ଚାରିଲକ୍ଷ ଟଙ୍କାର ସୁନାହାର, ପରିଚୟ ପଚାରିବା ବାହାନାରେ ଲୁଟ୍
ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି
ସେହିପରି କୋର୍ଟ ବାହାରେ ଥିବା ସମସ୍ତ ଗାଡ଼ି, ଗାଡ଼ିର ଡିକି, ସବୁ ସ୍ଥାନକୁ ମଧ୍ୟ ଯାଞ୍ଚ କରାଯାଇଥିବା ଦେଖିବାକୁ ମିଳିଥିଲା। ତେବେ ଜାନୁଆରି ୮ ତାରିଖରେ ସମ୍ବଲପୁର କୋର୍ଟକୁ ବୋମା ଧମକ ଆସିଥିବା ବେଳେ ମାର୍ଚ୍ଚ ୨ରେ ଆଉଥରେ ଆସିଥିଲା ଏବଂ ଆଜି ପୁଣି ଆସିଥିବା ସମ୍ବଲପୁର ପୁଲିସ ପକ୍ଷରୁ ସୂଚନା ମିଳିଛି । କିନ୍ତୁ ଏଭଳି ମେଲ ଆସିବାରକୁ ନେଇ ଓକିଲମାନଙ୍କ ମଧ୍ୟରେ ଅସନ୍ତୋଷ ଦେଖାଯାଇଛି। ଘଟଣା ଉପରୁ ପରଦା ହଟାଇବାରେ ପୁଲିସ ବିଫଳ ହୋଇଛି। କିଏ କାହିଁକି ଏଭଳି ମେଲ୍ ଦେଲା ତା’ର କିଛି ଖବର ଏ ପର୍ଯ୍ୟନ୍ତ ମିଳିପାରି ନାହିଁ। ତେଣୁ ଯେଉଁମାନେ ଏସବୁ କରୁଛନ୍ତି ତାଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ବୋଲି ଦାବି ହୋଇଛି ।
ଠିକ୍ ସେହିପରି ଅନୁଗୋଳ କୋର୍ଟକୁ ବି ବୋମା ଧମକ ଆସିଥିବାର ସୂଚନା ରହିଛି।

3 weeks ago
10


