Bollywood: ମୁଁ ବଞ୍ଚିଛି': ପୁଣି ଆକ୍ସନ ଅବତାରରେ ନଜର ଆସିଲେ ସନ୍ନି ଦେଓଲ

2 weeks ago 10
ARTICLE AD BOX

ନୂଆଦିଲ୍ଲୀ: ଆମିର ଖାନ୍‌ଙ୍କ ପ୍ରଡକ୍ସନବ୍ୟାନରରେ ନିର୍ମିତ ଫିଲ୍ମ 'ବଟୱାରା ୧୯୪୭'କୁ ଦର୍ଶକମାନେ ଉତ୍ସାହର ସହ ଅପେକ୍ଷା କରିଛନ୍ତି। ଏହି ସମୟରେ ନିର୍ମାତାମାନେ ଫିଲ୍ମର ଦ୍ୱିତୀୟ ଟିଜର୍ ଜାରି କରିଛନ୍ତି।

ଆହୁରି ପଢନ୍ତୁ:Action: ଅଗ୍ରସେନ ସ୍ପଞ୍ଜକୁ ସିଲ୍ କଲା ଏସପିସିବି

ସନ୍ନି ଦେଓଲ ଆଜିକାଲି ନିଜର ଆଗାମୀ ଫିଲ୍ମ 'ବଟୱାରା ୧୯୪୭'କୁ ନେଇ ଚର୍ଚ୍ଚାରେ ଅଛନ୍ତି। ଏହି ଐତିହାସିକ ଡ୍ରାମା ଫିଲ୍ମକୁ ନେଇ ଦର୍ଶକଙ୍କ ମଧ୍ୟରେ ପ୍ରବଳ କ୍ରେଜ୍ ଦେଖିବାକୁ ମିଳୁଛି। ଏହି ଫିଲ୍ମଟି ଅଗଷ୍ଟ ୨୦୨୬ରେ ରିଲିଜ୍ ହେବାକୁ ଥିବାବେଳେ ନିର୍ମାତାମାନେ ଦର୍ଶକଙ୍କୁ ବାନ୍ଧି ରଖିବା ପାଇଁ କୌଣସି ସୁଯୋଗ ଛାଡୁନାହାନ୍ତି। କିଛି ଦିନ ପୂର୍ବରୁ ଏହାର ପ୍ରଥମ ଟିଜର୍ ଆସିଥିବା ବେଳେ ଜୁଲାଇ ୧୮ ତାରିଖରେ ଆମିର ଖାନ୍ ପ୍ରଡକ୍ସନ୍ସ ଏହାର ଦ୍ୱିତୀୟ ଟିଜର୍ ରିଲିଜ୍ କରିଛି, ଯେଉଁଥିରେ ସନ୍ନି ଦେଓଲ, ପ୍ରୀତି ଜିଣ୍ଟା ଏବଂ ଶବାନା ଆଜମୀ ମୁଖ୍ୟ ଭୂମିକାରେ ଅଛନ୍ତି।

ଆହୁରି ପଢନ୍ତୁ:72nd National Film Awards: ୭୨ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାର: ୟାମି ଶ୍ରେଷ୍ଠ ଅଭିନେତ୍ରୀ -କାର୍ତ୍ତିକ ଶ୍ରେଷ୍ଠ ଅଭିନେତା

'ବଟୱାରା ୧୯୪୭'ର ଦ୍ୱିତୀୟ ଟିଜର୍
'ବର୍ଡର ୨'ର ସଫଳତା ପରେ ସନ୍ନି ଦେଓଲଙ୍କୁ ଏହି ଫିଲ୍ମରେ ଦେଖିବାକୁ ମିଳିବ, ଯେଉଁଥିରେ ଭାରତ-ପାକିସ୍ତାନ ବିଭାଜନର କଷ୍ଟ ଓ ଯନ୍ତ୍ରଣାକୁ ଦର୍ଶାଯାଇଛି। ଟିଜର୍‌ର ଆରମ୍ଭ କିଛି ଭାବପ୍ରବଣ ଦୃଶ୍ୟରୁ ହେଉଛି, ଯେଉଁଥିରେ ବିଭାଜନ ସମୟରେ ସାଧାରଣ ଲୋକଙ୍କ ଉପରେ ହୋଇଥିବା ହିଂସା, ପୋଡ଼ାଜଳା ଏବଂ ଆପଣାର ଲୋକଙ୍କଠାରୁ ଦୂରେଇ ଯିବାର ଦୁଃଖ ଦେଖିବାକୁ ମିଳୁଛି। ଆରମ୍ଭରେ ପ୍ରୀତି ଜିଣ୍ଟା, ଅଲି ଫଜଲ ଏବଂ ଶବାନା ଆଜମୀ ନଜର ଆସୁଛନ୍ତି |

ଆହୁରି ପଢନ୍ତୁ:Lord Gagannath: ଜଗାର ରାଶି କ'ଣ?
 
ଏହାପରେ ସନ୍ନି ଦେଓଲ ଏକ ଦମଦାର ଡାଇଲଗ୍ କହୁଥିବାର ଶୁଣାଯାଉଛି। ସେ କହୁଛନ୍ତି, "ଲୋକମାନେ ଭୟରେ ଜୀବନ ବିତାଉଛନ୍ତି, ଲୋକମାନେ ମରୁଛନ୍ତି, ଏବଂ ମୁଁ.. ବଞ୍ଚିଥାଉ ଥାଉ ମରିବାକୁ ଚାହୁଁନାହିଁ। ମୁଁ ଜୀବିତ ଅଛି, ଏବଂ ମୁଁ ପ୍ରମାଣ କରିବି ଯେ ମୁଁ ଜୀବିତ ଅଛି।" ଏହି ଡାଇଲଗ୍ ସହ ସନ୍ନି କେତେକ ଜବରଦସ୍ତ ଆକ୍ସନକରୁଥିବାର ମଧ୍ୟ ଦେଖାଯାଇଛି। ଏହା ସହିତ ଟିଜର୍‌ରେ ସନ୍ନିଙ୍କ ପୁଅ କରଣ ଦେଓଲଙ୍କର ଏକ ଝଲକ ଦେଖିବାକୁ ମିଳିଛି |

ଆହୁରି ପଢନ୍ତୁ:72st National Films Awards: ଓଡ଼ିଆ ଛବି ‘ଲହରୀ’କୁ ଜାତୀୟ ଚଳଚ୍ଚିତ୍ର ପୁରସ୍କାର

ଏହାର ସଙ୍ଗୀତ ଏ. ଆର. ରହମାନ ପ୍ରସ୍ତୁତ କରିଥିବା ବେଳେ ଗୀତଗୁଡ଼ିକୁ ଜାଭେଦ ଅଖତର ଲେଖିଛନ୍ତି। ଫିଲ୍ମରେ ସନ୍ନି ଦେଓଲ 'ସିକନ୍ଦର ମିର୍ଜା' ଚରିତ୍ରରେ ଅଭିନୟ କରୁଛନ୍ତି। ସନ୍ନିଙ୍କ ବ୍ୟତୀତ ପ୍ରୀତି ଜିଣ୍ଟା, ଶବାନା ଆଜମୀ, ଅଲି ଫଜଲ, ଅଭିମନ୍ୟୁ ସିଂହ ଏବଂ କରଣ ଦେଓଲ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ଅଛନ୍ତି। ଏହି ଫିଲ୍ମଟି ୧୪ ଅଗଷ୍ଟ ୨୦୨୬ରେ ପ୍ରେକ୍ଷାଳୟରେ ରିଲିଜ୍ ହେବ।

Read Entire Article
LEFT SIDEBAR AD

Hidden in mobile, Best for skyscrapers.