ARTICLE AD BOX
ବ୍ୟାଙ୍କ ଅଫ୍ ଇଣ୍ଡିଆର ଭୁବନେଶ୍ବର ଆଞ୍ଚଳିକ କାର୍ଯ୍ୟାଳୟ ପକ୍ଷରୁ ପିପିଲିଠାରେ କିଷାନ ଦିବସ ପାଳନ କରାଯାଇଛି। ବ୍ୟାଙ୍କର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ସୁବ୍ରତ କୁମାର ମୁଖ୍ୟ ଅତିଥି ଓ କ୍ଷେତ୍ରୀୟ କାର୍ଯ୍ୟାଳୟର ମହାପ୍ରବନ୍ଧକ ଏମ୍ ଭି ଭି ବାଙ୍ଗାରାଜୁ ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ।
/sambad/media/media_files/2026/07/20/20bbs_38_20072026_112-2026-07-20-18-50-57.jpg)
ଭୁବନେଶ୍ବର: ବ୍ୟାଙ୍କ ଅଫ୍ ଇଣ୍ଡିଆର ଭୁବନେଶ୍ବର ଆଞ୍ଚଳିକ କାର୍ଯ୍ୟାଳୟ ପକ୍ଷରୁ ପିପିଲିଠାରେ କିଷାନ ଦିବସ ପାଳନ କରାଯାଇଛି। ବ୍ୟାଙ୍କର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ସୁବ୍ରତ କୁମାର ମୁଖ୍ୟ ଅତିଥି ଓ କ୍ଷେତ୍ରୀୟ କାର୍ଯ୍ୟାଳୟର ମହାପ୍ରବନ୍ଧକ ଏମ୍ ଭି ଭି ବାଙ୍ଗାରାଜୁ ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ। ବ୍ୟାଙ୍କର ଭୁବନେଶ୍ବର ଅଞ୍ଚଳ ମୁଖ୍ୟ ବିଜୟ କୁମାର ମଲିକଙ୍କ ତତ୍ତ୍ବାବଧାନରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ୧୫୦ କୋଟି ଟଙ୍କାର ଋଣ ବଣ୍ଟନ କରାଯାଇଥିଲା। ରାଜ୍ୟରେ ବ୍ୟାଙ୍କ ଅଫ୍ ଇଣ୍ଡିଆର ୭ଟି ‘ଷ୍ଟାର କୃଷି ବିକାଶ କେନ୍ଦ୍ର’ ରହିଛି। ଏହି ଅବସରରେ ଏକ ସ୍ବାସ୍ଥ୍ୟ ଶିବିର ଆୟୋଜନ କରାଯିବା ସହିତ କୃଷି କ୍ଷେତ୍ରରେ ଡ୍ରୋନ୍ ବ୍ୟବହାର ପ୍ରଦର୍ଶନ କରାଯାଇଥିଲା। ବ୍ୟାଙ୍କର ଉପ ଆଞ୍ଚଳିକ ମୁଖ୍ୟ ଶ୍ୟାମଳ କୁମାର ଦାସ ଧନ୍ୟବାଦ ଅର୍ପଣ କରିଥିଲେ।
Advertisment
![]()
Sambad is now on WhatsApp
Join and get latest news updates delivered to you via WhatsApp

2 weeks ago
8


