BMC Standing Committee Elections: ବିଏମ୍‌ସି ଷ୍ଟାଣ୍ଡିଂ କମିଟି ନିର୍ବାଚନ: ବିଜେଡିରେ ବଢ଼ୁଛି ଅନ୍ତଃକନ୍ଦଳ, ମାନଭଞ୍ଜନରେ ନେତା ବିଫଳ

1 month ago 14
ARTICLE AD BOX

ଭୁବନେଶ୍ବର: ଭୁବନେଶ୍ବର ମହାନଗର ନିଗମର ପରିମଳ ଷ୍ଟାଣ୍ଡିଂ କମିଟି ନିର୍ବାଚନକୁ କେନ୍ଦ୍ର କରି ବିଜେଡିରେ ଦେଖା ଦେଇଥିବା ଅନ୍ତଃକନ୍ଦଳ ଥମିବାର ନାଁ ଧରୁନି। ନେତାମାନେ ବୁଝାଇ ବୁଝାଇ ଥକିଗଲେଣି, ତଥାପି ଦୁଇ କର୍ପୋରେଟର ନଛୋଡ଼ବନ୍ଧା। ନିର୍ବାଚନରେ ପୁଣିଥରେ ଦୁଇଜଣ ନାମାଙ୍କନପତ୍ର ଦାଖଲ କରିବେ ବୋଲି ଜିଦ୍‌ ଧରିଛନ୍ତି। ବିଜେଡିର ଏହି କଳି ତୁଟିବା ବଦଳରେ ତୀବ୍ର ହେବାରେ ଲାଗିଛି। ବିଜେଡି ଦଖଲରେ ଥିବା ଭୁବନେଶ୍ବର ମହାନଗର ନିଗମର ନିର୍ବାଚିତ ପ୍ରତିନିଧିଙ୍କ କାର୍ଯ୍ୟକାଳ ସରିବା ଆଉ ୧୦ ମାସ ରହିଛି। ନିର୍ବାଚନ ପୂର୍ବରୁ ଦଳ ଭିତରେ ଏଭଳି ଫାଟ ଆଗାମୀ ନିର୍ବାଚନ ଫଳାଫଳକୁ ପ୍ରଭାବିତ କରିବା ଜଳଜଳ ଦିଶିଲାଣି। 

BMC: ବିଏମ୍‌ସିର କନ୍‌ସଲ୍‌ଟାନ୍‌ସି ପ୍ରୀତି

ମାନଭଞ୍ଜନରେ ନେତା ବିଫଳ
ମୋ ନାମାଙ୍କନ ନାକଚ ବେଆଇନ୍‌: ଭରତ

ଏହି ବାଦବିବାଦ ଭିତରେ ପରିମଳ ଷ୍ଟାଣ୍ଡିଂ କମିଟି ଅଧ୍ୟକ୍ଷ ପଦ ପାଇଁ ଆଶାୟୀ ୪୩ ନମ୍ବର ୱାର୍ଡ ବିଜେଡି କର୍ପୋରେଟର ଭରତ କୁମାର ଲେଙ୍କା ସାଂଘାତିକ ଅଭିଯୋଗ କରିଛନ୍ତି। ସେ କହିଛନ୍ତି, ତାଙ୍କ ବିରୋଧରେ ଷଡ୍‌ଯନ୍ତ୍ର କରାଯାଇଛି। ତାଙ୍କ ପ୍ରାର୍ଥିପତ୍ରକୁ ଯୋଜନାବଦ୍ଧ ଭାବେ ନାକଚ କରି ଦିଆଯାଇଛି, ଯାହା ସଂପୂର୍ଣ୍ଣ ବେଆଇନ। ଆବଶ୍ୟକ ପଡ଼ିଲେ, ସେ ଏହା ବିରୋଧରେ ଆଇନର ଦ୍ବାରସ୍ଥ ହେବେ। ଭୁବନେଶ୍ବର ମହାନଗର ନିଗମରେ ୧୦ଟି ଷ୍ଟାଣ୍ଡିଂ କମିଟି ଥିବା ବେଳେ ମେୟର କଣ୍ଟ୍ରାକ୍ଟ୍‌ସ ଷ୍ଟାଣ୍ଡିଂ କମିଟିର ସ୍ଥାୟୀ ଅଧ୍ୟକ୍ଷ। ବାକି ୯ ଷ୍ଟାଣ୍ଡିଂ କମିଟିର ଅଧ୍ୟକ୍ଷ ପଦ ପାଇଁ ପ୍ରତିବର୍ଷ ନିର୍ବାଚନ ହୋଇଥାଏ। ଚଳିତବର୍ଷର ଷ୍ଟାଣ୍ଡିଂ କମିଟି ନିର୍ବାଚନ ଗତ ୨୩ ତାରିଖରେ ସରିଛି ଓ ଏଥିରେ ୮ ଷ୍ଟାଣ୍ଡିଂ କମିଟିର ଫଳାଫଳ ଘୋଷଣା ସରିଛି। କିନ୍ତୁ ପରିମଳ ଷ୍ଟାଣ୍ଡିଂ କମିଟିରେ ଦୁଇ ପ୍ରାର୍ଥୀ ନାମାଙ୍କନ ଭରିବା ଓ ଦୁଇ ପ୍ରାର୍ଥିପତ୍ର ନାକଚ ହୋଇଯିବାରୁ ଏହାର ନିର୍ବାଚନ ଝୁଲି ରହିଛି। ସବୁଠୁ ଅଧିକ ଚର୍ଚ୍ଚାରେ ରହିଛି, ଏଥିରେ ପରିମଳ ଷ୍ଟାଣ୍ଡିଂ କମିଟି ଅଧ୍ୟକ୍ଷ ପଦ ପାଇଁ ପୂର୍ବ ଷ୍ଟାଣ୍ଡିଂ କମିଟି ଅଧ୍ୟକ୍ଷ ତଥା ୫୯ ନମ୍ବର ୱାର୍ଡର ବିଜେଡି କର୍ପୋରେଟର ବିରଞ୍ଚି ନାରାୟଣ ମହାସୂପକାର ଓ ୪୩ ନମ୍ବର ୱାର୍ଡ ବିଜେଡି କର୍ପୋରେଟର ଭରତ କୁମାର ଲେଙ୍କାଙ୍କ ନାମାଙ୍କନ। ଏହା ଭୁବନେଶ୍ବର ଜିଲ୍ଲା ବିଜେଡିରେ ଥିବା ଅନ୍ତଃକନ୍ଦଳ ଓ ମନୋମାଳିନ୍ୟକୁ ପଦାରେ ପକାଇଛି।

ଦୁଇ ବିଧାୟକ ଅନନ୍ତ ନାରାୟଣ ଜେନା ଓ ସୁଶାନ୍ତ କୁମାର ରାଉତ ଏବଂ ବିଜେଡି ଜିଲ୍ଲା ସଭାପତି ତଥା ପୂର୍ବତନ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡାଙ୍କ ପରାମର୍ଶକ୍ରମେ ମେୟର ସୁଲୋଚନା ଦାସ ଦୁଇଜଣଙ୍କୁ ବାରମ୍ବାର ବୁଝାଇ ସାରିଲେଣି। ଭରତଙ୍କୁ ନାମାଙ୍କନ ନ କରିବାକୁ କହି ଆସୁଛନ୍ତି। କିନ୍ତୁ ସେ ଶୁଣିବାକୁ ନାରାଜ। ଏଣୁ ମେୟର ବି ହାତ ଟେକି ଦେଇଛନ୍ତି। ଭରତ କହିଛନ୍ତି, ପରିମଳ ଅବସ୍ଥା ଯାହା ହେଲାଣି, ଲୋକେ ବିଗିଡ଼ିଲେଣି। ଏଣୁ ପରିମଳ ଷ୍ଟାଣ୍ଡିଂ କମିଟି ଅଧ୍ୟକ୍ଷରେ ପରିବର୍ତ୍ତନ ଆବଶ୍ୟକ। ଏହି ପଦ ପାଇଁ ସେ ପୁଣି ନାମାଙ୍କନ କରି‌ବେ, ଏଥିରେ ଦ୍ବିମତ ନାହିଁ। ଗତ ନିର୍ବାଚନରେ ସେ ପ୍ରଥମେ ନାମାଙ୍କନପତ୍ର ଦାଖଲ କରିଥିଲେ। ତାଙ୍କ ପରେ ବିରଞ୍ଚି ନାରାୟଣ ମହାସୂପକାର ନାମାଙ୍କନପତ୍ର ଦାକଲ କରିଥିଲେ। ଆଇନ କହୁଛି, ଦୁଇଜଣଙ୍କର ପ୍ରପୋଜର ସମାନ ଥିଲେ ବି ଯିଏ ପ୍ରଥମେ ନାମାଙ୍କନ କରିଛନ୍ତି, ତାଙ୍କ ନାମାଙ୍କନ ବୈଧ ରହିବ। ପର ନାମାଙ୍କନପତ୍ରକୁ  ନାକଚ କରିବା କଥା। କିନ୍ତୁ ଏଠି ଦୁଇଜଣଙ୍କ ପ୍ରାର୍ଥିପତ୍ର ନାକଚ କରି ଦିଆଯାଇଛି। ଏ ଉପରେ କ’ଣ ଆଇନଗତ ପଦକ୍ଷେପ ନେଇ ହେବ, ସେ ନେଇ ଆଇନ ବିଷାରଦଙ୍କ ସହ ପରାମର୍ଶ କରୁଛନ୍ତି। ବିରଞ୍ଚି ନାରାୟଣ ମହାସୂପକାର କହିଛନ୍ତି, ଦଳ ନିଷ୍ପତ୍ତି ନେଇଛି, ମୁଁ ଅଧ୍ୟକ୍ଷ ପଦ ପାଇଁ ନାମାଙ୍କନପତ୍ର ଦାଖଲ କରିବି। ଦଳ ନିଷ୍ପତ୍ତି ବାହାରେ ଯଦି କେହି ନାମାଙ୍କନପତ୍ର ଦାଖଲ କରିବେ, ସେ ଉପରେ ଦଳ ନିଷ୍ପତ୍ତି ନେବ। ବାକି ନାମାଙ୍କନପତ୍ର ଅନ୍ୟାୟରେ ନାକଚ କରାଯାଇଛି ବୋଲି ଯେଉଁ ଅଭିଯୋଗ ଆସୁଛି, ସେଥିରେ କୌଣସି ସତ୍ୟତା ନାହିଁ ବୋଲି ଶ୍ରୀ ମହାସୂପକାର କହିଛନ୍ତି।

BMC's motto: ବିଏମ୍‌ସିର ଜୀବେଦୟା: ପଶୁଙ୍କୁ ପାଣି, ପକ୍ଷୀଙ୍କୁ ବସା

୮ରେ ପରିମଳ ଷ୍ଟାଣ୍ଡିଂ କମିଟି ଅଧ୍ୟକ୍ଷ ନିର୍ବାଚନ
ଭୁବନେଶ୍ବର: ପରିମଳ ଷ୍ଟାଣ୍ଡିଂ କମିଟି ନିର୍ବାଚନକୁ ୧୦ ଦିନ ଝୁଲାଇ ରଖିବା ପରେ ଆଜି ଏ ସଂପର୍କିତ ଚିଠି କରିଛି ଭୁବନେଶ୍ବର ମହାନଗର ନିଗମ। ଷ୍ଟାଣ୍ଡିଂ କମିଟି ନିର୍ବାଚନ ଦାୟିତ୍ବରେ ଥିବା ଡେପୁଟି କମିସନର ଅଜୟ କୁମାର ମହାନ୍ତି କହିଛନ୍ତି, ଆସନ୍ତା ଜୁଲାଇ ୮ରେ ପରିମଳ ଷ୍ଟାଣ୍ଡିଂ କମିଟି ନିର୍ବାଚନ ହେବ। ଏ ସଂପର୍କରେ ଆଜି ସମସ୍ତଙ୍କୁ ଚିଠି କରାଯାଇଛି। ନିୟମାନୁଯାୟୀ, ଚିଠି ହେବାର ୭ ଦିନରେ ନିର୍ବାଚନ ହେବ। ସେହି ଅନୁଯାୟୀ ଆସନ୍ତା ୮ ତାରିଖରେ ଭୁବନେଶ୍ବର ମହାନଗର ନିଗମ ମୁଖ୍ୟାଳୟରେ ଏହି ନିର୍ବାଚନ ଅନୁଷ୍ଠିତ ହେବ।

ଷ୍ଟାଣ୍ଡିଂ କମିଟି ଅଧ୍ୟକ୍ଷଙ୍କୁ ନେଇ ଅସନ୍ତୋଷ

ଭୁବନେଶ୍ବର: ଭୁବନେଶ୍ବର ମହାନଗର ନିଗମ ଷ୍ଟାଣ୍ଡିଂ କମିଟି ଅଧ୍ୟକ୍ଷଙ୍କ କାର୍ଯ୍ୟକୁ ନେଇ କର୍ପୋରେଟରଙ୍କ ମହଲରେ ଅସନ୍ତୋଷ ବଢ଼ିବାରେ ଲାଗିଛି। ଦଳମତ ନିର୍ବିଶେଷରେ କର୍ପୋରେଟରମାନେ ବି ଅଧ୍ୟକ୍ଷଙ୍କୁ ଖୋଲାଖୋଲି ବିରୋଧ କରିବା ଆରମ୍ଭ କରିଛନ୍ତି। କର୍ପୋରେଟର ଭରତ ଲେଙ୍କା ପରିମଳ ଷ୍ଟାଣ୍ଡି କମିଟି ଅଧ୍ୟକ୍ଷଙ୍କ କାମରେ ଅସନ୍ତୋଷ ବ୍ୟକ୍ତ କରି ନିଜେ ଏହି ପଦ ପାଇଁ ନାମାଙ୍କନପତ୍ର ଦାଖଲଥିଲେ। ଏବେ ସ୍ଲମ୍‌ ସେଟେଲ୍‌ମେଣ୍ଟ ଷ୍ଟାଣ୍ଡିଂ କମିଟି ଅଧ୍ୟକ୍ଷାଙ୍କ କାର୍ଯ୍ୟକୁ ନେଇ ଅସନ୍ତୋଷ ତୀବ୍ର ହୋଇଛି। ଏହି କମିଟିରେ ସଦସ୍ୟ ଥିବା ୪୪ ନମ୍ବର ୱାର୍ଡ ବିଜେଡି କର୍ପୋରେଟର ଅଜିତ କୁମାର ବେହେରା ଅଧ୍ୟକ୍ଷାଙ୍କ ଉପରେ ଅସନ୍ତୋଷ ଝାଡ଼ିବା ସହ କମିଟିର ସଦସ୍ୟତା ପଦରୁ ବି ଇସ୍ତଫା ଦେବାକୁ ଯାଉଥିଲେ। ନିଜ ଇସ୍ତଫାପତ୍ର ବି ମେୟରଙ୍କୁ ପ୍ରଦାନ କରିଥିଲେ। କିନ୍ତୁ ମେୟର ସୁଲୋଚନା ଦାସଙ୍କ ବୁଝାଶୁଝା ପରେ ଅଜିତଙ୍କ ରାଗ ଥମିଛି। ସେ ଇସ୍ତଫାପତ୍ର ପ୍ରତ୍ୟାହାର କରି ନେଇଛନ୍ତି। କର୍ପୋରେସନ ସରିବାକୁ ଆଉ ଅଳ୍ପ ମାସ ଥିବାବେଳେ ଏଭଳି କିଛି ନ କରିବାକୁ ମେୟର ପରାମର୍ଶ ଦେଇଛନ୍ତି। ଅଜିତ ଅଭିଯୋଗ କରିଥିଲେ, ଜାଗା ମିସନରେ ଜାଗା ଦେବାକୁ ବସ୍ତିବାସିନ୍ଦାଙ୍କଠାରୁ ୨ କୋଟିରୁ ଅଧିକ ଟଙ୍କା ଭୁବନେଶ୍ବର ମହାନଗର ନିଗମ ନେଇଛି। କିନ୍ତୁ ଟଙ୍କା ନେବାର ବହୁ ବର୍ଷ ପରେ ବି ବସ୍ତିବାସିନ୍ଦାଙ୍କୁ ନା ଟଙ୍କା ଫେରାଯାଉଛି, ନା ଜାଗାର ପଟ୍ଟା ଦିଆଯାଉଛି। ଗରିବ ଲୋକଙ୍କ ଟଙ୍କା ନେଇ ଭୁବନେଶ୍ବର ମହାନଗର ନିଗମ ନିରବ ବସିଛି।

ଇସ୍ତଫା ଦେଉଥିଲେ, ମେୟର ବୁଝାଇ ରଖିଲେ
ଷ୍ଟାଣ୍ଡିଂ କମିଟି ଭାଙ୍ଗିଦେବାକୁ ଚାହୁଁଥିଲୁ, ମେୟର ଅଟକାଇଲେ: ଅଧ୍ୟକ୍ଷା

ସ୍ଲମ୍‌ ସେଟେଲମେଣ୍ଟ ଷ୍ଟାଣ୍ଡିଂ କମିଟି ଅଧ୍ୟକ୍ଷାଙ୍କ କାମ ହେଉଛି, ଏହାର ସମାଧାନ କରିବା। କିନ୍ତୁ ବାରମ୍ବାର ଅଭିଯୋଗ ପରେ ବି ସେ ଏ ଦିଗରେ କୌଣସି ପଦକ୍ଷେପ ନ ନେବା ଦୁର୍ଭାଗ୍ୟଜନକ। କିନ୍ତୁ ଅଧ୍ୟକ୍ଷା ମହାମାୟା ସ୍ବାଇଁ କହିଛନ୍ତି, କେବଳ ଅଜିତ ବେହେରା ନୁହଁନ୍ତି, ସେ ବି ଅସନ୍ତୁଷ୍ଟ। କମିଟି ଅଧ୍ୟକ୍ଷ ହିସାବରେ ପୂର୍ବରୁ ଅନେକ ଥର ଜାଗା ମିସନରେ ବସ୍ତିବାସିନ୍ଦାଙ୍କୁ ଜାଗା ଦିଅନ୍ତୁ ଅବା ସେମାନଙ୍କ ଟଙ୍କା ଫେରସ୍ତ କରନ୍ତୁ ବୋଲି ପ୍ରସ୍ତାବ ଦେଇଆସିଛି। କିନ୍ତୁ ନା ସରକାର ଶୁଣୁଛନ୍ତି, ନା ଭୁବନେଶ୍ବର ମହାନଗର ନିଗମ। ଜାଗା ମିସନ୍‌ ବନ୍ଦ ହୋଇଛି କି ନାହିଁ, ସରକାର ସ୍ପଷ୍ଟ କରିନଥିବାରୁ ଆମେ କିଛି କହି ପାରିବୁନି କହି ଅଧିକାରୀମାନେ ନିରବ ବସି ପଡ଼ୁଛନ୍ତି। ଏଣୁ ‌ସେ ନିଜେ ଓ ତାଙ୍କ ସହ ଅନ୍ୟ ସଦସ୍ୟମାନେ ବି ମେୟରଙ୍କୁ ଇସ୍ତଫାପତ୍ର ଦେବାକୁ ଯାଉଥିଲୁ। ନିର୍ବାଚନ ନ କରି କମିଟିକୁ ଭାଙ୍ଗିଦେବାକୁ ମେୟରଙ୍କୁ  କହିଥିଲୁ। କିନ୍ତୁ ମେୟର ବୁଝାଇବା ପରେ କେହି ଇସ୍ତଫା ଦେଇନଥିଲେ। ଏଠାରେ କମିଟି ଅଧ୍ୟକ୍ଷଙ୍କର କେଉଁଠି ଭୁଲ୍‌ ରହିଲା ବୋଲି ସେ କହିଛନ୍ତି।

Read Entire Article
LEFT SIDEBAR AD

Hidden in mobile, Best for skyscrapers.