BMC prepares for rain: ବିଏମ୍‌ସିର ବର୍ଷା, ଜଳବନ୍ଦି ପ୍ରସ୍ତୁତି: ଖୋଲିଲା ୨୪ ଘଣ୍ଟିଆ ନିୟନ୍ତ୍ରଣ କକ୍ଷ

4 weeks ago 11
ARTICLE AD BOX

ଭୁବନେଶ୍ବର: ଲଘୁଚାପଜନିତ ଲଗାଣ ବର୍ଷାରେ ବେହାଲ୍‌ ହୋଇଛି ରାଜଧାନୀ। ଏହି ସମୟରେ ଭୁବନେଶ୍ବରରେ ଦେଖା ଦେଉଥିବା ଜଳବନ୍ଦି ସମସ୍ୟାର ସମାଧାନ ପାଇଁ ବିଏମ୍‌ସି କାର୍ଯ୍ୟାଳୟରେ ୨୪ ଘଣ୍ଟିଆ ନିୟନ୍ତ୍ରଣ କକ୍ଷ ଖୋଲାଯାଇଛି। ଏହି ନିୟନ୍ତ୍ରଣ କକ୍ଷ କେବଳ ଭୁବନେଶ୍ବର ଉପରେ ନଜର ରଖିବନି, ସାରା ରାଜ୍ୟର ସହରାଞ୍ଚଳ ଉପରେ ନଜର ରଖିବ। ଏ ଉପରେ ବିଦ୍ୟୁତ୍‌, ଅଗ୍ନିଶମ, ପୁଲିସ, ପୂର୍ତ୍ତ ଆଦି ବିଭାଗର ଅଧିକାରୀଙ୍କ ସହ ବୈଠକ ଅନୁଷ୍ଠିତ ହୋଇଯାଇଛି। ଜଳବନ୍ଦି ଓ ଅନ୍ୟାନ୍ୟ ସମସ୍ୟା ଉପରେ ସମସ୍ତେ ନଜର ରଖିବା ସହ ତତ୍କାଳ ପ୍ରତିକାର ବ୍ୟବସ୍ଥା କରିବାକୁ ପ୍ରସ୍ତୁତ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି। ଇସ୍କନ ଭଳି ପ୍ରମୁଖ ଜଳବନ୍ଦି ଅଞ୍ଚଳରେ ସିସି କ୍ୟାମେରାରେ ନଜର ରଖାଯାଇଛି।

ICAI: ଆଇସିଏଆଇର ଜାତୀୟ ସମ୍ମିଳନୀ ଉଦ୍‌ଯାପିତ

ସାରା ରାଜ୍ୟର ସହରାଞ୍ଚଳ ଉପରେ ବି ରଖିବ ନଜର
ଜଳବନ୍ଦି ଅଞ୍ଚଳରେ ସିସି କ୍ୟାମେରା ନଜର
୨୩ଟି ଜଳବନ୍ଦି ଅଞ୍ଚଳରେ ପମ୍ପ ସେଟ୍‌ ରଖାଯାଇଛି

ଅତିରିକ୍ତ କମିସନର ଶୁଭେନ୍ଦୁ କୁମାର ସାହୁ କହିଛନ୍ତି, ମେୟରଙ୍କ ଅଧ୍ୟକ୍ଷତାରେ ପୂର୍ବରୁ ବିଭାଗ ସହ ପ୍ରସ୍ତୁତି ବୈଠକ ହୋଇଥିଲା। ବିଏମ୍‌ସି ମୁଖ୍ୟାଳୟର ପ୍ରଥମ ମହଲାରେ ଯେଉଁ ୨୪ ଘଣ୍ଟିଆ ନିୟନ୍ତ୍ରଣ କକ୍ଷ ଖୋଲିଛି, ତାହା ସାରା ଓଡ଼ିଶାର ସହରାଞ୍ଚଳ ପାଇଁ କାମ କରିବ। ନିୟନ୍ତ୍ରଣ କକ୍ଷର ଟୋଲ୍‌ଫ୍ରି ନମ୍ବର ୧୯୨୯ ନମ୍ବରରେ ଯୋଗାଯୋଗ କରି ସିଧାସଳଖ ଅଭିଯୋଗ ଦେଇ ହେବ। ନିୟନ୍ତ୍ରଣ କକ୍ଷ ପରିଚାଳନା ପାଇଁ ପ୍ରତି ସିଫ୍ଟରେ ୬୦ଜଣ କର୍ମଚାରୀଙ୍କୁ ନିୟୋଜିତ କରାଯାଇଛି। ୧୭ଟି ଜଳବନ୍ଦି ଅଞ୍ଚଳରେ ମୋଟର ଲଗାଇ ପାଣି ନିଷ୍କାସନ ବ୍ୟବସ୍ଥା କରାଯାଇଛି। ଜଳ ନିଷ୍କାସନ ସୁଗମ କରିବାକୁ ୮ଟି ରାଟ୍‌ ଟିମ୍‌ ନିୟୋଜିତ କରାଯାଇଛି। ପ୍ରତି ଜୋନ୍‌ ସହ ୨ଟି ରାଟ୍‌ ଟିମ୍‌ ରହିଛନ୍ତି। ଡ୍ରେନେଜ୍‌ ବିଭାଗ ସହକାରୀ ଯନ୍ତ୍ରୀ ଓ କନିଷ୍ଠ ଯନ୍ତ୍ରୀଙ୍କୁ ନୋଡାଲ୍‌ ଅଧିକାରୀ ନିଯୁକ୍ତ କରାଯାଇଛି। ଜରୁରୀକାଳୀନ ପରିସ୍ଥିତି ପାଇଁ ୨ଟି ରାଟ୍‌ ଟିମ୍‌ ମୁଖ୍ୟାଳୟରେ ଡ୍ରେନେଜ୍‌ ବିଭାଜନ ନିର୍ବାହୀ ଯନ୍ତ୍ରୀଙ୍କ ଅଧୀନରେ ରହିଛନ୍ତି। ୨୩ଟି ଜଳବନ୍ଦି ଅଞ୍ଚଳରେ ତତ୍କାଳ ଜଳ ନିଷ୍କାସନ ପାଇଁ ପମ୍ପସେଟ୍‌ ରଖାଯାଇଛି।

Health: ଚିକିତ୍ସା ଅଭାବରୁ ରୋଗୀଙ୍କ ମୃତ୍ୟୁ ଅଭିଯୋଗ

ପ୍ରତି ଜୋନ୍‌କୁ ଜରୁରୀକାଳୀନ ପରିସ୍ଥିତି ପାଇଁ ମୋବାଇଲ୍‌ ପମ୍ପସେଟ୍‌ ଦିଆଯାଇଛି। ନାଳରୁ ଆବର୍ଜନା ବାହାର କରିବା ପାଇଁ ପରିମଳ କର୍ମଚାରୀଙ୍କୁ ନିୟୋଜିତ କରାଯାଇଛି। ନିୟନ୍ତ୍ରଣ କକ୍ଷ ସହ ସମନ୍ବୟ ପାଇଁ ପରିମଳ କର୍ମଚାରୀଙ୍କୁ ନିୟୋଜିତ କରାଯାଇଛି। ବରିଷ୍ଠ ଅଧିକାରୀଙ୍କୁ ଦାୟିତ୍ବନ୍ୟସ୍ତ କରାଯାଇଛି। ଡେଙ୍ଗୁ, ମ୍ୟାଲେରିଆ ଆଦି ଜଳବାହିତ ରୋଗ ଉପରେ ନଜର ରଖିବାକୁ ଅର୍ବାନ୍‌ ମେଟ୍ରୋପଲିଟାନ୍‌ ସର୍ଭେଲାନ୍ସ ୟୁନିଟ୍‌କୁ ନିର୍ଦ୍ଦେଶ ଦିଆଯାଇଛି। ୭୦ଜଣ କର୍ମଚାରୀଙ୍କୁ ଡେଙ୍ଗୁ ଲାର୍ଭା ନଷ୍ଟ ଓ ଫଗିଂ ପାଇଁ ନିୟୋଜିତ କରାଯାଇଛି। ଏଥିପାଇଁ ୨୫ଟି ଫଗିଂ ମେସିନ୍‌ ରଖାଯାଇଛି।  ରୋଗ ସଂକ୍ରମଣ ରୋକିବାକୁ ସଚେତନତା ସହ ପାଣି ନମୁନା, ଖାଦ୍ୟ ନମୁନା ସଂଗ୍ରହ କରାଯାଉଛି। ଗଛ କଟା ପାଇଁ ସ୍ବତନ୍ତ୍ର ଦଳ ସହ କଟର, ୬ଟି ହାଇଡ୍ରୋଲିକ୍‌ ସିଡି ରଖାଯାଇଛି ବୋଲି ଶ୍ରୀ ସାହୁ କହିଛନ୍ତି।

Read Entire Article
LEFT SIDEBAR AD

Hidden in mobile, Best for skyscrapers.