ARTICLE AD BOX
ଭାପୁର: କେମିତି ଚାଲିଛି ନୟାଗଡ଼ଜିଲ୍ଲା ଭାପୁର ବ୍ଲକ କାର୍ଯ୍ୟାଳୟ। ସମସ୍ତ ସରକାରୀ ନୀତିନିୟମକୁ ଜଳାଞ୍ଜଳି ଦେଇ କାର୍ଯ୍ୟ ଚାଲିଛି। ସରକାରଙ୍କ ଗାଇଡ ଲାଇନ ମୁତାବକ ପ୍ରତି ଦୁଇ ମାସରେ ଥରେ ପଞ୍ଚାୟତ ସମିତିର ସାଧାରଣ ଅଧିବେଶନ ବସିବାର ବ୍ୟବସ୍ଥା ଅଛି। ମାତ୍ର ଆଜିକୁ ୧୦ ମାସ ହେଲା ନୟାଗଡ଼ ଜିଲ୍ଲା ଭାପୁର ପଞ୍ଚାୟତ ସମିତିର ସାଧାରଣ ଅଧିବେଶନ ବସିନଥିବାରୁ ଭାପୁର ବ୍ଲକ ଅଞ୍ଚଳର ନିର୍ବାଚିତ ସରପଞ୍ଚ ସମିତି ସଭ୍ୟ ସଭ୍ୟାମାନଙ୍କ ମଧ୍ୟରେ ଅସନ୍ତୋଷର ଦାନା ବାନ୍ଧୁଛି। ସମିତି ମିଟିଙ୍ଗ ପାଇଁ ବ୍ଲକ ଅଧ୍ୟକ୍ଷା ସାବିତ୍ରୀ ପ୍ରଧାନ ବାରମ୍ବାର ଭାପୁର ବ୍ଲକ ବିଡିଓଙ୍କୁ ଚିଠି କରିଥିଲେ ମଧ୍ୟ ବ୍ଲକ ବିଡିଓ ସାରଦା ପ୍ରସନ୍ନ ପଣ୍ଡା ହେୟ ଜ୍ଞାନ ଭାବି ମିଟିଙ୍ଗ ଡାକୁ ନଥିବା ବ୍ଲକ ଅଧ୍ୟକ୍ଷା ଶ୍ରୀମତୀ ପ୍ରଧାନ କହିଛନ୍ତି।
Road Accident: ଟ୍ରାକ୍ଟର-ବାଇକ ମୁହାଁମୁହିଁ ଧକ୍କା, ୧ ମୃତ
ଏହି ଘଟଣା ସମ୍ବନ୍ଧରେ ତା ୦୨.୧୦.୨୦୨୫ ରିଖରେ ଅଧ୍ଯକ୍ଷା ସାବିତ୍ରୀ ପ୍ରଧାନ ଚଳିତ ମାସ ତା. ୧୫.୧୦.୨୦୨୫ ରିଖରେ ସମିତି ମିଟିଙ୍ଗ ବୈଠକ ଡାକିବା ନିମନ୍ତେ ନିର୍ଦ୍ଦେଶନାମା ପ୍ରଦାନ କରିଥିଲେ। କିନ୍ତୁ ଦୀର୍ଘ ୯ ଦିନ ବିତିଗଲେ ମଧ୍ୟ ସମିତି ମିଟିଙ୍ଗ ଡାକିବା ନିମନ୍ତେ କୌଣସି ଚିଠି ନକରିବାରୁ ତା. ୧୩.୧୦.୨୦୨୫ ରିଖ ରେ ଓଡଗାଁ ଠାରେ ହୋଇଥିବା ଜିଲ୍ଲାପାଳଙ୍କ ଜନଅଭିଯୋଗ ଶୁଣାଣିରେ ଅଭିଯୋଗ କଲେ। ପୁନଶ୍ଚ ଜିଲ୍ଲାପାଳଙ୍କ ନିର୍ଦ୍ଦେଶକୁ ବିଡିଓ ବେଖାତିର କରିବାରୁ ତା.୨୭.୧୦.୨୦୨୫ ରିଖରେ ହୋଇଥିବା ଜିଲ୍ଲାପାଳଙ୍କ ଜନଅଭିଯୋଗ ଶୁଣାଣିରେ ଅଭିଯୋଗ କଲେ। ବାରମ୍ବାର ଅଭିଯୋଗ କରିବା ସତ୍ତ୍ଵେ କୌଣସି ସୁଫଳ ନମିଳିବାରୁ ଅଧକ୍ଷା ଉଚ୍ଚ ନ୍ୟାୟାଳୟର ଆଶ୍ରୟ ନେଲେ ।
ଚିନ୍ତାରେ ପଡିଯାଇଛନ୍ତି ନେତା
ଉଚ୍ଚନ୍ୟାୟାଳୟ ଅଭିଯୋଗକୁ ଗ୍ରହଣ କରି ତା ୧୮.୧୧.୨୦୨୫ ରିଖରେ ନିର୍ଦ୍ଦେଶ ପ୍ରଦାନ କଲେ ଯେ ଜିଲ୍ଲାପାଳଙ୍କ ତତ୍ତ୍ୱାବଧାନରେ ଅଧ୍ୟକ୍ଷା ଓ ବିଡିଓ ଆଲୋଚନା କରି ସମିତି ମିଟିଙ୍ଗ କରାଇବେ। ହାଇକୋର୍ଟ ଙ୍କ ନିର୍ଦେଶ ଅନୁଯାୟୀ ଜିଲ୍ଲାପାଳ ଉଭୟଙ୍କ ସହିତ ଆଲୋଚନା କରି ସମିତି ମିଟିଙ୍ଗ ଡାକିବା ନିମନ୍ତେ ତା ୨୧.୦୧.୨୦୨୬ ରିଖରେ ବିଡିଓଙ୍କୁ ନିର୍ଦ୍ଦେଶ ଦେଲେ । କିନ୍ତୁ ଆଜକୁ ୬ ମାସ ବିତିଗଲେ ମଧ୍ୟ ବିଡିଓ ସମିତି ମିଟିଙ୍ଗ୍ ଡକାଇ ନଥିଲେ। ବର୍ତ୍ତମାନ ୧୦ ମାସ ବିତିଗଲା ପଛେ ଭାପୁର ପଞ୍ଚାୟତ ସମିତି ସାଧାରଣ ଅଧିବେଶନ ହୋଇନଥିବା ଘଟଣାକୁ ନେଇ ବିଭିନ୍ନ ପଞ୍ଚାୟତର ସରପଞ୍ଚ ସମିତିସଭ୍ୟସଭ୍ୟା ଅସନ୍ତୋଷ ବ୍ୟକ୍ତ କରିବା ସହିତ ବ୍ଲକ କାର୍ଯ୍ୟାଳୟରେ ତାଲା ପକାଇଥିଲେ। ଆଗକୁ ଆସୁଛି ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ। କେମିତି ଭୋଟରମାନଙ୍କ ସମ୍ମୁଖୀନ ହେବେ, ତାକୁ ନେଇ ଚିନ୍ତାରେ ପଡିଯାଇଛନ୍ତି ନେତା।

1 week ago
6


