ARTICLE AD BOX
​କଣ୍ଟାବାଞ୍ଜି: ବଲାଙ୍ଗୀରଜିଲ୍ଲା କଣ୍ଟାବାଞ୍ଜି ନିର୍ବାଚନ ମଣ୍ଡଳୀ ଆଞ୍ଚଳିକ ରାଜନୀତିରେ ଏକ ବଡ଼ ଧରଣର ଓଲଟପାଲଟ ଦେଖିବାକୁ ମିଳିଛି। ଭାରତୀୟ ଜନତା ପାର୍ଟି ପକ୍ଷରୁ ଆୟୋଜିତ ହେବାକୁ ଥିବା ଏକ ସ୍ୱତନ୍ତ୍ର ମିଶ୍ରଣ ପର୍ବରେ ନିର୍ବାଚନ ମଣ୍ଡଳୀର ୩ଟି ବ୍ଲକର ଅଧ୍ୟକ୍ଷ/ଅଧ୍ୟକ୍ଷାଙ୍କ ସମେତ ୫୦ରୁ ଅଧିକ ସରପଞ୍ଚ ଆନୁଷ୍ଠାନିକ ଭାବେ ପଦ୍ମ ଶିବିରରେ ସାମିଲ ହେବାକୁ ଯାଉଛନ୍ତି।
Bahuda Yatra In Bahrain: ବାହାରିନରେ ପ୍ରବାସୀ ଓଡ଼ିଆଙ୍କ ଦ୍ୱାରା ଆଡ଼ମ୍ବରପୂର୍ଣ୍ଣ ବାହୁଡ଼ାଯାତ୍ରା
​ମିଳିଥିବା ସୂଚନା ମୁତାବକ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ, ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂ ଦେଓ, ମନ୍ତ୍ରୀ ରବି ନାୟକ, ଜିଲ୍ଲା ସଭାପତି ଶ୍ରୀବତ୍ସ ବେହେରାଙ୍କ ଉପସ୍ଥିତିରେ ତୁରେକେଲା ବ୍ଲକ ଅଧ୍ୟକ୍ଷା ପୂଜା ବେହେରା, ବଙ୍ଗୋମୁଣ୍ଡା ବ୍ଲକ ଅଧ୍ୟକ୍ଷା ରଞ୍ଜୁବାଲା ବେହେରା ଏବଂ ମୁରିବାହଲ ବ୍ଲକ ଅଧ୍ୟକ୍ଷ ହାଡ଼ିବନ୍ଧୁ ମେହେରଙ୍କ ସହ ୫୦ରୁ ଊର୍ଦ୍ଧ୍ୱ ସରପଞ୍ଚ ନିଜେ ସ୍ୱେଚ୍ଛାକୃତ ଭାବେ ବିଜେପିରେ ଯୋଗ ଦେବେ। ଏଥିଲାଗି ଆଜି (ରବିବାର) ଏକ ସ୍ୱତନ୍ତ୍ର ମିଶ୍ରଣ କାର୍ଯ୍ୟକ୍ରମରେ ଏହି ସାମିଲ ପ୍ରକ୍ରିୟା ଅନୁଷ୍ଠିତ ହେବ। ​ଏ ନେଇ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ସ୍ଥାନୀୟ ବିଧାୟକ ଲକ୍ଷଣ ବାଗ ସୂଚନା ଦେଇଛନ୍ତି।
ରାଜନୈତିକ ମହଲରେ ଚର୍ଚ୍ଚା
ବିଧାୟକ ଶ୍ରୀ ବାଗ ପ୍ରକାଶ କରିଛନ୍ତି ଯେ, ଏହି ବୃହତ୍ ମିଶ୍ରଣ ପର୍ବ ପରେ ନିର୍ବାଚନ ମଣ୍ଡଳୀର ବିକାଶ କାର୍ଯ୍ୟ ଅଧିକ ତ୍ୱରାନ୍ୱିତ ହେବ ଏବଂ ଅଞ୍ଚଳର ଉନ୍ନତି ପାଇଁ ନୂତନ ଦିଗ ମିଳିବ। ​ଏହି ସାମ୍ବାଦିକ ସମ୍ମିଳନୀରେ ବିଜେପି ରାଜ୍ୟ ଉପସଭାପତି ଶିବାଜୀ ମହାନ୍ତି ଏବଂ ବଲାଙ୍ଗୀର ଜିଲ୍ଲା ପ୍ରଭାରୀ ପର୍ଶୁରାମ ମାଝୀ ପ୍ରମୁଖ ଉପସ୍ଥିତ ରହି ଦଳୀୟ ଆଭିମୁଖ୍ୟ ଓ ଆଗାମୀ ରଣନୀତି ସମ୍ପର୍କରେ ଆଲୋଚନା କରିଥିଲେ। ଏହି ମିଶ୍ରଣ ପର୍ବକୁ ନେଇ ସ୍ଥାନୀୟ ରାଜନୈତିକ ମହଲରେ ଚର୍ଚ୍ଚା ଜୋର ଧରିଛି।

1 week ago
5


