ARTICLE AD BOX
ଭଞ୍ଜନଗର: ଭଞ୍ଜନଗର ଥାନା ଅଧୀନ ଯୋଗିମାରୀ ଗ୍ରାମ ନିକଟରେ ଦୁଇଟି ମୋଟରସାଇକଲ୍ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଛି। ଏଥିରେ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୪ଜଣ ଗୁରୁତର ଆହତ ହୋଇଛନ୍ତି। ମୃତକ ଜଣକ ହେଲେ ବେଲଗୁଣ୍ଠା ଥାନା ଅଧିନ ପନ୍ତିଖାରି ଗ୍ରାମର ସନ୍ତୋଷ କୁମାର ଗୌଡ(୪୫)।
bike accident ବାଇକ୍ ଦୁର୍ଘଟଣାରେ ଜଣେ ମୃତ୍ୟୁ, ୨ଗୁରୁତର
ସୂଚନାନୁସାରେ, ସନ୍ତୋଷ ନିଜ ପତ୍ନୀ ସାବିତ୍ରୀ ଓ ଝିଅ ରାଜଲକ୍ଷ୍ମୀକୁ ସାଙ୍ଗରେ ନେଇ ଶ୍ବଶୁର ଘର ବାହାଡ଼ପଦରକୁ ଆସିଥିଲେ। ସନ୍ଧ୍ୟା ସମୟରେ ସେଠାରୁ ମୋଟରସାଇକଲ୍ରେ ନିଜ ଗାଁକୁ ଫେରୁଥିଲେ। ଯୋଗୀମାରୀ ଗ୍ରାମର ପରେ ରହିଥିବା ଏକ ବୁଲାଣି ଠାରେ ବିପରୀତ ଦିଗରୁ ଆସୁଥିବା ଏକ ମୋଟରସାଇକଲ୍ ସହ ମୁହାଁମୁହିଁ ଧକ୍କା ହୋଇଥିଲା। ଏହି ମୋଟରସାଇକଲ୍ରେ ସାନକୋଦଣ୍ଡାର ଚନ୍ଦ୍ରକାନ୍ତ ସ୍ବାଇଁ ଓ ଜିତେନ୍ଦ୍ର ପ୍ରଧାନ ବସିଥିଲେ। ସମସ୍ତ ଆହତଙ୍କୁ ସ୍ଥାନୀୟ ଲୋକ ଉଦ୍ଧାର କରି ଆମ୍ବୁଲାନ୍ସ୍ ସହାୟତାରେ ଡାକ୍ତରଖାନାରେ ସମସ୍ତଙ୍କୁ ଭର୍ତ୍ତି କରିଥିଲେ। ସେଠାରେ ଡାକ୍ତର ସନ୍ତୋଷକୁ ମୃତ ଘୋଷଣା କରିଥିଲେ। ଝିଅର ଡାହାଣ ଗୋଡ଼ ଭାଙ୍ଗିବା ସହ ଗଭୀର ଆଘାତ ଲାଗିଥିବା ଜଣାପଡିଛି।
Road Accident: ସ୍କୁଟି-ମୋଟରସାଇକଲ୍ ମୁହାଁମୁହିଁ ଧକ୍କା, ଜଣେ ଶିଶୁ ସମେତ ୪ ଗୁରୁତର, ଜଣେ ମୃତ
ବିପରୀତ ଦିଗରୁ ଆସୁଥିବା ଦୁଇ ଯୁବକ ନିଶାଶକ୍ତ ଥିବାରୁ ଏଭଳି ଦୁର୍ଘଟଣା ହୋଇଥିବା ପ୍ରତ୍ୟକ୍ଷଦର୍ଶୀ ଅଭିଯୋଗ କରିଛନ୍ତି। ତଦନ୍ତ ପରେ ଏହି ଅଭିଯୋଗ ସ୍ପଷ୍ଟ ହେବ ବୋଲି ପୁଲିସ କହିଛି। ପୁଲିସ ଘଟଣାସ୍ଥଳରୁ ଦୁଇଟି ମୋଟରସାଇକଲ୍ ଯୋଗ ଜବତ କରିବା ସହ ଏସ୍ଡିପିଓ ଡ.ଦୀପକ କୁମାର ମିଶ୍ର ଡାକ୍ତରଖାନାରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି।

1 week ago
7


