Bihar: ମୋଦୀ ବିହାର ଗସ୍ତ ବାତିଲ କରିବା ପଛରେ ପରାଜୟ ଭୟ: ତେଜସ୍ବୀ ଯାଦବ

6 days ago 4
ARTICLE AD BOX

ପାଟନା: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପ୍ରସ୍ତାବିତ ବିହାର ଗସ୍ତ ବାତିଲକୁ ନେଇ ରାଜ୍ୟରେ ରାଜନୈତିକ ବିବାଦ ତୀବ୍ର ହୋଇଛି। ରାଷ୍ଟ୍ରୀୟ ଜନତା ଦଳ (ଆର୍‌ଜେଡି) ନେତା ତେଜସ୍ବୀ ଯାଦବ ମଙ୍ଗଳବାର ଅଭିଯୋଗ କରିଛନ୍ତି ଯେ, ବାଙ୍କିପୁର ବିଧାନସଭା ଉପନିର୍ବାଚନରେ ବିଜେପିର ସମ୍ଭାବ୍ୟ ପରାଜୟକୁ ନେଇ ଭୟଭୀତ ହୋଇ ପ୍ରଧାନମନ୍ତ୍ରୀ ତାଙ୍କର ବିହାର ଗସ୍ତ ବାତିଲ କରିଛନ୍ତି।

ତେଜସ୍ବୀ କହିଛନ୍ତି, ପେପର ଲିକ୍‌ ଘଟଣା ଓ ଏହାକୁ ନେଇ ଦେଶବ୍ୟାପୀ ଛାତ୍ର ଅସନ୍ତୋଷ ପରେ ବିହାରରେ ଶାସକ ମେଣ୍ଟ ବିରୋଧରେ ପରିବେଶ ସୃଷ୍ଟି ହୋଇଛି। ବିଶେଷକରି ବାଙ୍କିପୁର ଉପନିର୍ବାଚନରେ ଭାଜପା ପରାଜିତ ହେବ ବୋଲି ସେମାନେ ଅନୁମାନ କରୁଥିବାରୁ ପ୍ରଧାନମନ୍ତ୍ରୀ ରାଜ୍ୟକୁ ଆସିବାକୁ ଏଡ଼ାଇ ଯାଇଛନ୍ତି। ଲୋକଙ୍କ ଅସନ୍ତୋଷର ସାମ୍ନା କରିବାକୁ ସେ ପ୍ରସ୍ତୁତ ନ ଥିଲେ ବୋଲି ତେଜସ୍ବୀ କହିଛନ୍ତି।

ତାଙ୍କ ଅଭିଯୋଗ ଅନୁସାରେ, ଜାତୀୟ ସ୍ତରରେ ପେପର ଲିକ୍‌ ଘଟଣା ଯୁବବର୍ଗଙ୍କ ମଧ୍ୟରେ ଗଭୀର କ୍ଷୋଭ ସୃଷ୍ଟି କରିଛି। ବିହାରରେ ମଧ୍ୟ ଏହାର ପ୍ରଭାବ ପଡ଼ିଥିବାରୁ ଶାସକ ଦଳ ଚାପରେ ରହିଛି। ଏହି କାରଣରୁ ପ୍ରଧାନମନ୍ତ୍ରୀଙ୍କ ଗସ୍ତ ସ୍ଥଗିତ ହୋଇଥିବା ସେ ଦାବି କରିଛନ୍ତି। ଅନ୍ୟପଟେ ବିଜେପି ତେଜସ୍ବୀଙ୍କ ଅଭିଯୋଗକୁ ସମ୍ପୂର୍ଣ୍ଣ ଭିତ୍ତିହୀନ ବୋଲି କହିଛି। ଦଳ ପକ୍ଷରୁ କୁହାଯାଇଛି ଯେ, ପ୍ରଧାନମନ୍ତ୍ରୀଙ୍କ ଗସ୍ତ ବାତିଲ ପଛରେ ନିର୍ବାଚନୀ ଭୟର କୌଣସି ସମ୍ପର୍କ ନାହିଁ। ତାଙ୍କ କାର୍ଯ୍ୟସୂଚୀରେ ପରିବର୍ତ୍ତନ ଯୋଗୁ ଏହି ନିଷ୍ପତ୍ତି ନିଆଯାଇଛି। ବାଙ୍କିପୁର ଉପନିର୍ବାଚନରେ ଭାଜପା ବିଜୟୀ ହେବ ବୋଲି ଦଳ ଦୃଢ଼ ବିଶ୍ବାସ ପ୍ରକାଶ କରିଛି।

Narendra Modi: ନ୍ୟୁଜିଲାଣ୍ଡ ସରକାରଙ୍କୁ କୃତଜ୍ଞତା ଜଣାଇଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

Read Entire Article
LEFT SIDEBAR AD

Hidden in mobile, Best for skyscrapers.