Bihar: ବିହାରରେ ସ୍କୁଲ୍‌ ବ୍ୟାଗ୍‌ରୁ ମିଳିଲା ୩୮ କିଲୋ ଗଞ୍ଜେଇ, ୩ ନାବାଳକଙ୍କ ସମେତ ୫ ଗିରଫ

2 days ago 2
ARTICLE AD BOX

ବୈଶାଳୀ: ବିହାରର ହାଜିପୁରରେ ସ୍କୁଲ୍‌ ଛାତ୍ରମାନଙ୍କ ବ୍ୟାଗ୍‌ରୁ ୩୮ କିଲୋଗ୍ରାମ୍‌ ଗଞ୍ଜେଇ ଜବତ ହୋଇଛି। ଏହି ଘଟଣାରେ ୩ ଜଣ ନାବାଳକଙ୍କ ସମେତ ୫ ଜଣ ଗିରଫ ହୋଇଛନ୍ତି। ଛାତ୍ରମାନଙ୍କ ସ୍କୁଲ୍‌ ବ୍ୟାଗ୍‌ରେ ଏହି ଗଞ୍ଜେଇ ଚୋରାଚାଲାଣ କରାଯାଉଥିଲା।

ବୈଶାଳୀ ବରିଷ୍ଠ ଏସ୍‌ପି ଶୁଭଙ୍କ ମିଶ୍ର କହିଛନ୍ତି, ଏକ ବସ୍‌ରେ କିଛି ଚୋରାଚାଲାଣକାରୀ ଯାତ୍ରା କରୁଥିବା ନେଇ ଆଗୁଆ ସୂଚନା ମିଳିବା ପରେ ଚଢ଼ଉ କରାଯାଇଥିଲା। ଏଥିରେ ପ୍ରାୟ ୪ ଲକ୍ଷ ଟଙ୍କା ମୂଲ୍ୟର ଗଞ୍ଜେଇ ଜବତ ହୋଇଛି। ମୁଜାଫରପୁରରୁ ପାଟନା ଯାଉଥିବା ଏକ ବସ୍‌କୁ ଭଗବାନପୁର ପୁଲିସ ଏବଂ ପାଟନା ପ୍ରୋହିବିସନ୍‌ ବିଭାଗର ମିଳିତ ଟିମ୍‌ ଭଗବାନପୁର ଆଡ୍ଡା ଚୌକ ନିକଟରେ ଅଟକାଇଥିଲେ। ଏହାପରେ ଟିମ୍‌ ବସ୍‌ରେ ଚଢ଼ି ସନ୍ଦିଗ୍ଧ ଯାତ୍ରୀମାନଙ୍କ ବ୍ୟାଗ୍‌ ଯାଞ୍ଚ କରିଥିଲା।

ଆହୁରି ପଢନ୍ତୁ: Berhampur illegal gun case ପୂର୍ବତନ ମେୟର ପିଣ୍ଟୁ ଦାଶଙ୍କ ଭାଇ ସହ ଚାରି ଗିରଫ, ଅଣଲାଇସେନ୍‌ସ ବନ୍ଧୁକ ଓ ନଗଦଟଙ୍କା ଜବତ

ଯାଞ୍ଚ ସମୟରେ ପୁଲିସ କିଛି ନାବାଳକଙ୍କ ବ୍ୟାଗ୍‌ରୁ ବିପୁଳ ପରିମାଣର ଗଞ୍ଜେଇ ଜବତ କରିଥିଲା। ମୋଟ ୩୮ କିଲୋ ଗଞ୍ଜେଇ ଜବତ ହୋଇଛି। ‘ଅପରେସନ୍‌ ନୀଳକଣ୍ଠ’ ଅଧୀନରେ ୫ ଜଣଙ୍କୁ ଗିରଫ କରାଯାଇଛି। ପୁଲିସ ସେମାନଙ୍କୁ ହାଜତକୁ ନେଇ ଜେରା କରୁଛି। ପୁଲିସ ଅନୁଯାୟୀ, ଏହି ଚୋରାଚାଲାଣକାରୀମାନେ ନିଶାଦ୍ରବ୍ୟ ଯୋଗାଣ ପାଇଁ ପାଟନା ଯାଉଥିଲେ। ନିଶାମୁକ୍ତ ରାଜ୍ୟ ବିହାରରେ ପୁଣି ୩ ନାବାଳକଙ୍କ ବ୍ୟାଗ୍‌ରୁ ନିଶାଦ୍ରବ୍ୟ ମିଳିବା ଅତ୍ୟନ୍ତ ଚିନ୍ତାଜନକ। ଏହା ନିଶା କାରବାର ନେଟ୍‌ୱର୍କରେ ନାବାଳକମାନଙ୍କ ସମ୍ପୃକ୍ତି ନେଇ ଚିନ୍ତା ବଢ଼ାଇଛି। ଜବତ ଗଞ୍ଜେଇକୁ ପୁଲିସ ନିଜ ହେପାଜତକୁ ନେଇଛି ଏବଂ ମାମଲାରେ ପରବର୍ତ୍ତୀ ଆଇନଗତ କାର୍ଯ୍ୟାନୁଷ୍ଠାନ ଚାଲିଛି।

Read Entire Article
LEFT SIDEBAR AD

Hidden in mobile, Best for skyscrapers.