Bihar Cybercrime Case ସାଇବର ଅପରାଧ କାର୍ଯ୍ୟକଳାପରେ କୁଜଙ୍ଗ ଲିଂକ୍‌, ସିମ୍‌ ଦୋକାନରେ ସିବିଆଇ ଚଢ଼ାଉ

6 days ago 6
ARTICLE AD BOX

କୁଜଙ୍ଗ:  ମୋବାଇଲ୍‌ ସିମ୍‌ ଜାଲିଆତି ଓ ସାଇବର ଅପରାଧ ମାମଲାରେ ଆଜି (ଶୁକ୍ରବାର) ଦିଲ୍ଲୀ ଓ ଓଡ଼ିଶା ସିବିଆଇର ମିଳିତ ଟିମ୍‌ ଜଗତସିଂହପୁରର କୁଜଙ୍ଗର ଏକ ମୋବାଇଲ୍‌ ଦୋକାନରେ ଚଢ଼ାଉ କରିଛି। ଚଢ଼ାଉରେ ଅନେକ ଗୁରୁତ୍ବପୂର୍ଣ୍ଣ ତଥ୍ୟ ମିଳିଛି। 

CBI Raids: ୬ ରାଜ୍ୟରେ ସିବିଆଇ ଚଢାଉ, ୩ ମାଷ୍ଟରମାଇଣ୍ଡ ଗିରଫ
ଉକ୍ତ ମୋବାଇଲ୍‌ ଦୋକାନରେ ଟିମ୍‌ ସଦସ୍ୟମାନେ ଦିନ ତମାମ ଯାଞ୍ଚ କରିଥିଲେ। ଚଢାଉରେ ଏହି ଦୋକାନରୁ ଆକେଟିଭେଟ ହୋଇଥିବା ପ୍ରାୟ ୪୦୦ରୁ ଊର୍ଦ୍ଧ୍ବ ସିମକାର୍ଡ ଠାବ କରାଯାଇଛି। ଏହାର ଏକ ତାଲିକା ପ୍ରସ୍ତୁତ କରି ସେମାନେ ସାଥିରେ ନେଇଥିବା ବେଳେ ଅଭିଯୁକ୍ତକୁ ଆସନ୍ତା କାଲି ପୂର୍ବାହ୍ନ ୧୦ ସମୟରେ ଭୁବନେଶ୍ବର ସ୍ଥିତ ସିବିଆଇ କାର୍ଯ୍ୟାଳୟରେ ପହଂଚିବାକୁ ନିର୍ଦ୍ଦେଶ ଦିଆଯାଇଛି। 

CBI Raids: ତିନିଟି ମାମଲାରେ ଅନିଲଙ୍କ ୧୭ ଠିକଣାରେ ସିବିଆଇ ଚଢ଼ଉ
ମିଳିଥିବା ସୂଚନାନୁସାରେ, ସାଇବର ଆତଙ୍କବାଦ ସମ୍ପର୍କିତ ଏକ ମାମଲାରେ ସିବିଆଇ ଏକକାଳୀନ ଓଡିଶା, ବିହାର, ପଶ୍ଚିମବଙ୍ଗ, ଉତ୍ତରପ୍ରଦେଶ, ରାଜସ୍ଥାନରେ ଚଢାଉ ଜାରି ରହିଛି। ବିହାରରେ ଚଢାଉ ଚାଲିଥିବା ବେଳେ ପ୍ରାୟ ୫୮ଟି ବିଭିନ୍ନ ଟେଲିକମ୍‌ କମ୍ପାନୀର ସିମ କୁଜଙ୍ଗର ଏକ ଦୋକାନରୁ ଆକ୍ଟିଭେଟ୍ ହୋଇଥିବା ଜଣା ପଡ଼ିଥିଲାା କୁଜଙ୍ଗ ତାଳଦଣ୍ଡା କେନାଲ ବନ୍ଧରେ ଥିବା ମୋବାଇଲ ରିଚାର୍ଜ ଦୋକାନର ମାଲିକ କୁଜଙ୍ଗ ଥାନା ପାରିଅଙ୍ଗ ଗ୍ରାମର ସ୍ବର୍ଗତ ଗୋବିନ୍ଦ ନାୟକଙ୍କ ପୁତ୍ର ରାଜେଶ ନାୟକ ଓରଫ ରାଜା ଅଟନ୍ତି। 

Cyber Crime: ଆଧାର ଯାଞ୍ଚକୁ ଏଡ଼ାଇବା ପାଇଁ ଏଆଇ ଡିପ୍ ଫେକ୍ ବ୍ୟବହାର କରିଥିବା ଅହମଦାବାଦ ଗ୍ୟାଙ୍ଗ ଗିରଫ
ପୂର୍ବାହ୍ନ ନଅଟା ଠାରୁ ଏହି ଯାଂଚ ଆରମ୍ଭ ହୋଇ ସନ୍ଧ୍ୟା ସାଢେ ସାତଟା ପର୍ଯ୍ୟନ୍ତ ଚାଲିଥିଲାା ଏହି ଚଢ଼ାଉ ନେଇ  ସିବିଆଇ ପକ୍ଷରୁ କୌଣସି ସ୍ପଷ୍ଟ ସୂଚନା ଗଣ ମାଧ୍ୟମକୁ ଦେଇନାହାନ୍ତି, ତେବେ ଜଣେ ଅଧିକାରୀଙ୍କ ଠାରୁ ମିଳିଥିବା ସୂଚନାରେ, ଏହି ଦୋକାନରୁ ବିଭିନ୍ନ ସମୟରେ ମିଥ୍ୟା  ଠିକଣା ଓ ପରିଚୟପତ୍ରରେ ୪ ଶହରୁ ଊର୍ଦ୍ଧ୍ୱ ସିମ୍‌ ଆକ୍ଟିଭେଟ ହୋଇଛି।  

CBI raid Kujang

ସୂଚନାଯୋଗ୍ୟ, ୨୦୨୫ରେ ଏହିଭଳି ଏକ ସାଇବର ‌ଆତଙ୍କବାଦ ଘଟଣାର ତଦନ୍ତ କରି ପଶ୍ଚିମବଙ୍ଗ ପୁଲିସ କୁଜଙ୍ଗ ଅଂଚଳର ତିନିଜଣଙ୍କୁ ଗିରଫ କରିଥିଲାା ସେହିପରି ଅନ୍ୟଜଣେ ବ୍ୟବସାୟୀଙ୍କ ଠାରୁ ୯ ଶହରୁ ଊର୍ଦ୍ଧ୍ୱ ନକଲି ଓ ମିଥ୍ୟା ଠିକଣା ଥିବା ସିମ ଠାବ କରାଯାଇଥିଲାା

Read Entire Article
LEFT SIDEBAR AD

Hidden in mobile, Best for skyscrapers.