Bhutan: ଭୁଟାନର ଇ୨୦ ପେଟ୍ରୋଲ୍‌ ପ୍ରତ୍ୟାଖ୍ୟାନ ଦାବିକୁ ଭାରତର ଖାରଜ

4 weeks ago 15
ARTICLE AD BOX

ଭାରତରୁ ଇ୨୦ ପେଟ୍ରୋଲ ଆମଦାନି ଭାରତ ଦେଇଥିବା ପ୍ରସ୍ତାବକୁ ଭୁଟାନ ପ୍ରତ୍ୟାଖ୍ୟାନ କରିଥିବା ନେଇ ଖବର ପ୍ରକାଶ ପାଇବା ପରେ କେନ୍ଦ୍ର ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ ମନ୍ତ୍ରାଳୟ ଏହା ଉପରେ ମତ ରଖିଛି।

 ଭୁଟାନର ଇ୨୦ ପେଟ୍ରୋଲ୍‌ ପ୍ରତ୍ୟାଖ୍ୟାନ ଦାବିକୁ ଭାରତର ଖାରଜ

ନୂଆଦିଲ୍ଲୀ: ଭାରତରୁ ଇ୨୦ ପେଟ୍ରୋଲ ଆମଦାନି ଭାରତ ଦେଇଥିବା ପ୍ରସ୍ତାବକୁ ଭୁଟାନ ପ୍ରତ୍ୟାଖ୍ୟାନ କରିଥିବା ନେଇ ଖବର ପ୍ରକାଶ ପାଇବା ପରେ କେନ୍ଦ୍ର ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ ମନ୍ତ୍ରାଳୟ ଏହା ଉପରେ ମତ ରଖିଛି। ଭାରତର ତୈଳ ବିପଣନ କମ୍ପାନିଗୁଡ଼ିକଠାରୁ ଏଭଳି କୌଣସି ପ୍ରସ୍ତାବ ଦିଆଯାଇ ନାହିଁ। ଭୁଟାନର ଦାବି ଠିକ୍‌ ନୁହେଁ। ଏଥିସହିତ ଭୁଟାନକୁ ଇ୨୦ ପେଟ୍ରୋଲ ରପ୍ତାନି କରିବା ନେଇ ଭାରତର କୌଣସି ଯୋଜନା ନାହିଁ ବୋଲି ମଧ୍ୟ ମନ୍ତ୍ରାଳୟ କହିଛି। ଫେସବୁକ୍‌ରେ ମନ୍ତ୍ରାଳୟ ପକ୍ଷରୁ ଏ ନେଇ ପୋଷ୍ଟ କରାଯାଇଛି। ଭୁଟାନର ପ୍ରତ୍ୟାଖ୍ୟାନ ଦାବିକୁ ଖାରଜ କରିବା ସହିତ କେବଳ ମନ୍ତ୍ରାଳୟ ଏବଂ ତେଳ ବିପଣନ କମ୍ପାନିଗୁଡ଼ିକର ଅଫିସିଆଲ ସୂଚନା ଉପରେ ଭରସା ରଖିବା ପାଇଁ କୁହାଯାଇଛି।

Advertisment

Sambad Whatsapp

Sambad is now on WhatsApp

Join and get latest news updates delivered to you via WhatsApp

Read Entire Article
LEFT SIDEBAR AD

Hidden in mobile, Best for skyscrapers.