Bhitarkanika: ଖୋଲିଲା ବିଶ୍ୱପ୍ରସିଦ୍ଧ ଭିତରକନିକା ଜାତୀୟ ଉଦ୍ୟାନ, ପର୍ଯ୍ୟଟକମାନେ କରିପାରିବେ ରାତ୍ରିଯାପନ

2 days ago 1
ARTICLE AD BOX

ରାଜନଗର: ପର୍ଯ୍ୟଟକଙ୍କ ପାଇଁ ଶନିବାର ଠାରୁ ପୁଣି ଖୋଲିଛି ବିଶ୍ୱପ୍ରସିଦ୍ଧ ଭିତରକନିକା ଜାତୀୟ ଉଦ୍ୟାନ। ଆଜିଠାରୁ ପର୍ଯ୍ୟଟକମାନେ ଇଚ୍ଛା କଲେ ସେଠାରେ ରାତ୍ରିଯାପନ କରିପାରିବେ। ଏହାଛଡ଼ା ଭ୍ରମଣ କରିବେ। ଏନେଇ ସମସ୍ତ ବ୍ୟବସ୍ଥା କରାଯାଇଛି।

ସମସ୍ତ ପ୍ରସ୍ତୁତି ଶେଷ

ସୂଚନାଯୋଗ୍ୟ, ବଉଳା କୁମ୍ଭୀରଙ୍କ ପ୍ରଜନନ ଋତୁ ପାଇଁ ପ୍ରତିବର୍ଷ ମେ’ ୧ରୁ ଜୁଲାଇ ୩୧ ପର୍ଯ୍ୟନ୍ତ ୩ମାସ ଏହା ବନ୍ଦ ରହିଥାଏ। ବହୁଦିନ ପରେ ଜାତୀୟ ଉଦ୍ୟାନ ଖୋଲୁଥିବାରୁ ପର୍ଯ୍ୟଟକଙ୍କ ମଧ୍ୟରେ ଉତ୍କଣ୍ଠା ରହିଛି। ଏଥିପାଇଁ ବନବିଭାଗ ପକ୍ଷରୁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି। ପର୍ଯ୍ୟଟକମାନେ ଭିତରକନିକା ମଧ୍ୟକୁ ପ୍ରବେଶ କରିବାକୁ ହେଲେ ପରିଚୟପତ୍ର ବାଧ୍ୟତାମୂଳକ କରାଯାଇଛି।

Brahmani-Kharasrota: ବ୍ରାହ୍ମଣୀ-ଖରସ୍ରୋତା-କାଣୀରୁ ମାଡ଼ିଆସିଲା ପାଣି ଜଳବନ୍ଦି ସିଂହଗାଁ: ଗୋଟିଏ ଘରେ ମଣିଷ-ଗାଈଗୋରୁ

ପର୍ଯ୍ୟଟକମାନେ ଗୁପ୍ତି, ଚାନ୍ଦବାଲି, ଖୋଳା ଓ ଡାଙ୍ଗମାଳ ପ୍ରଭୃତି ୪ଟି ପ୍ରବେଶ ପଥ ଦେଇ ଜଳ ଓ ସ୍ଥଳପଥରେ ଡାଙ୍ଗମାଳରେ ସିଧାସଳଖ ପହଞ୍ଚି ଭିତରକନିକାକୁ ପ୍ରବେଶ କରିପାରିବେ। ସେଠାରେ ଜଳପଥରେ ବଉଳା କୁମ୍ଭୀର, ଦେଶୀ ଓ ବିଦେଶୀ ପକ୍ଷୀ, ହରିଣ, ବାର୍‌ହା, ସମ୍ବର, ଝିଙ୍କ ଆଦି ନାନା ପଶୁପକ୍ଷୀ ସହିତ ବନବିଭାଗ ପକ୍ଷରୁ ନିର୍ମାଣ ହୋଇଥିବା ପ୍ରଥମ ସ୍କାଏୱାକ୍ ବ୍ରିଜ୍‌, ୱାଚ୍ ଟାୱର୍‌, ସେଲ୍‌ଫି ପଏଣ୍ଟ, ମ୍ୟାନଗ୍ରୁଭ୍‌ ମେଟା ନର୍ସରି, ବୋଟ୍‌ ଲାଇବ୍ରେରି, ସହିଦ୍‌ ସ୍ତମ୍ଭ, କୁମ୍ଭୀର ପ୍ରଜନନ କେନ୍ଦ୍ର ଆଦି ଦେଖିପାରିବେ। ଯନ୍ତ୍ରଚାଳିତ ବୋଟ୍‌ ସହ ଡାଙ୍ଗମାଳ ଓ ଗୁପ୍ତିରେ ରହିଥିବା ଫାଇବର୍‌ ବୋଟ୍‌ରେ ମଧ୍ୟ ପର୍ଯ୍ୟଟକମାନେ ବୁଲି ଭିତରକନିକାର ସୌନ୍ଦର୍ଯ୍ୟ ଉପଭୋଗ କରିପାରିବେ। 

Read Entire Article
LEFT SIDEBAR AD

Hidden in mobile, Best for skyscrapers.