Bhatia: ମା’ଙ୍କ ମମତାରେ ଗଢ଼ା ଟିଆ ଭାଟିଆ

3 weeks ago 13
ARTICLE AD BOX

ହିନ୍ଦୀରେ ଗୋଟେ କଥା ଅଛି, ‘‘ପୈଦା କରନେ ୱାଲେ ସେ ବଡ଼ା ପାଲନେ ‌ୱାଲେ ହୋତା ହୈ’’ ଅର୍ଥାତ୍‌ ଜନ୍ମ କଲାବାଲାଠାରୁ ପାଳିବା ଲୋକ ବଡ଼। କାରଣ ଗୋଟିଏ ସନ୍ତାନକୁ ଜନ୍ମ ଦେବା ଅପେକ୍ଷା ତାକୁ ବଡ଼ କରିବା ପାଇଁ ଅଧିକ କଷ୍ଟ କରିବାକୁ ପଡ଼ିଥାଏ। ଏହାର ଜ୍ବଳନ୍ତ ଉଦାହରଣ ହେଉଛି ଟିଆଙ୍କ ପରିବାର। କେମିତି ତାଙ୍କ ଗୋଟେ ଝିଅ ପାଇଁ ପରୀକ୍ଷା ଦେବାକୁ ପଡ଼ିଛି ଓ କେଉଁ ସବୁ ସମସ୍ୟାର ସମ୍ମୁଖୀନ ହୋଇଛନ୍ତି ତାହା ସମସ୍ତଙ୍କ ପାଇଁ ପ୍ରେରଣା ପାଲଟିଛି। 

Foreign Tour: ତିନି ଦେଶ ଗସ୍ତ କରିବେ କେନ୍ଦ୍ରମନ୍ତ୍ରୀ ପୀୟୁଷ ଗୋୟଲ

ଟିଆଙ୍କ କାହାଣୀ ୧୯୯୦ ମସିହାରେ ଆମ୍ବାଲାର ଏକ ଅନାଥ ଆଶ୍ରମରୁ ଆରମ୍ଭ ହୋଇଥିଲା। ଜନ୍ମ କଲାବାଲା ପିତାମାତା ତାଙ୍କୁ ଶିଶୁ ଅବସ୍ଥାରେ ଛାଡ଼ି ଚାଲିଯାଇଥିଲେ। ସେ ଏକ ଦୁର୍ବଳ ଓ କମ୍‌ ଓଜନର ଶିଶୁ ଦେଖାଯାଉଥିଲେ, ଯାହା ଟିଆ ‘ୱି ଦ ମମ୍ସ’ ସହ ଏକ ଅାଲୋଚନାରେ ମନେ ପକାଇ କହିଛନ୍ତି। 
ସେହି ସମୟରେ, ହଜାର ହଜାର କିଲୋମିଟର ଦୂର କାନାଡାର ଟରଣ୍ଟୋରେ ଏକ ଦମ୍ପତି ପିତାମାତା ହେବାର ସୁଯୋଗକୁ ଅପେକ୍ଷା କରିଥିଲେ। ସେମାନଙ୍କୁ ସୂଚନା ଦିଆଯାଇଥିଲା ଯେ ୧୯ ଜଣ ପିଲା ପୋଷ୍ୟ ସନ୍ତାନ ଭାବେ ଗ୍ରହଣ ହେବା ପାଇଁ ଅପେକ୍ଷା କରିଛନ୍ତି। ଟିଆଙ୍କ ବାପା ନବ ଭାଟିଆ କାମ ଯୋଗୁଁ ଯାତ୍ରା କରିପାରିନଥିବାରୁ ତାଙ୍କ ମାଆ ଅରବିନ୍ଦର କୌର ଭାଟିଆ ଏକୁଟିଆ ଭାରତ ଆସିଥିଲେ। ସର୍ବପ୍ରଥମେ ଟିଆଙ୍କୁ ହିଁ ତାଙ୍କ ସାମ୍ନାକୁ ଅଣାଯାଇଥିଲା ଓ ସେ ତୁରନ୍ତ ଟିଆଙ୍କୁ ନିଜର ବୋଲି ଗ୍ରହଣ କରିନେଇଥିଲେ। ନିଜ ଜୀବନର ପ୍ରଥମ କିଛି ମାସ ବିନା ପରିବାରରେ ବିତାଇଥିବା ସେହି ଛୋଟ ଝିଅଟି ପାଇଁ ଏହା ଏକ ନୂତନ ଅଧ୍ୟାୟର ଆରମ୍ଭ ଥିଲା। କିନ୍ତୁ ମାତ୍ର କିଛି ମାସ ମଧ୍ୟରେ ସେହି ଆଶା ଏଭଳି ଏକ ପରୀକ୍ଷାର ସମ୍ମୁଖୀନ ହେଲା ଯାହା କୌଣସି ପିତାମାତା କଳ୍ପନା ସୁଦ୍ଧା କରିନଥିବେ।

ଡାକ୍ତରମାନେ ଜାଣିବାକୁ ପାଇଲେ ଯେ ଟିଆଙ୍କ ହୃଦୟରେ ଏକ ଛିଦ୍ର ଅଛି ଏବଂ ଜୀବନ ବଞ୍ଚାଇବା ପାଇଁ ତାଙ୍କର ଏକ ସର୍ଜରୀ ଆବଶ୍ୟକ।
ଏହି ରୋଗ ବିଷୟରେ ଜାଣିବା ପରେ ପରିବାର ଲୋକେ ସ୍ତବ୍ଧ ହୋଇଯାଇଥିଲେ। ତାଙ୍କର ସର୍ଜରୀ ଆବଶ୍ୟକ ଥିଲା। ଟିଆଙ୍କ ମାଆ ଅନାଥ ଆଶ୍ରମକୁ ଟିଆଙ୍କର ଏହି ସ୍ୱାସ୍ଥ୍ୟ ସମସ୍ୟା ବିଷୟରେ ଜଣାଇଥିଲେ। ତାଙ୍କର ଉଦ୍ଦେଶ୍ୟ ଟିଆଙ୍କୁ ଫେରାଇବା ନଥିଲା ବରଂ ସେ କେବଳ ସେମାନଙ୍କୁ ସୂଚନା ଦେବାକୁ ଚାହୁଁଥିଲେ। କିନ୍ତୁ ସେଠାରୁ ଯେଉଁ ପ୍ରତିକ୍ରିୟା ମିଳିଲା ତାହା ତାଙ୍କୁ ଆଶ୍ଚର୍ଯ୍ୟ କରିଦେଇଥିଲା। ଟିଆଙ୍କ କହିବା ଅନୁଯାୟୀ, ଅନାଥ ଆଶ୍ରମ ପକ୍ଷରୁ ପରାମର୍ଶ ଦିଆଯାଇଥିଲା ଯେ ପରିବାର ଚାହିଁଲେ ତାଙ୍କୁ ଫେରାଇ ଦେଇ ଅନ୍ୟ ଏକ ପିଲାକୁ ପୋଷ୍ୟ ସନ୍ତାନ ଭାବେ ଗ୍ରହଣ କରିପାରିବେ। ଏହା ଉପରେ ତାଙ୍କ ମାଆଙ୍କ ଉତ୍ତର ଥିଲା “ସେ କୌଣସି ଭଙ୍ଗା ଖେଳନା ନୁହେଁ, ସେ ଆମ ଝିଅ।” ଟିଆଙ୍କ ପିତାମାତାଙ୍କ ପାଇଁ ତାଙ୍କୁ “ବଦଳାଇବା” ର କୌଣସି ବିକଳ୍ପ ନଥିଲା। ଏହା ବଦଳରେ ସେମାନେ ଟିଆଙ୍କୁ କାନାଡା ନେଇଗଲେ। ଯେଉଁଠାରେ ତାଙ୍କର ଜୀବନ ରକ୍ଷାକାରୀ ହାର୍ଟ ସର୍ଜରୀ କରାଗଲା। ସେମାନଙ୍କ ସ୍ନେହ ଓ ଭଲପାଇବାରେ ଏକ ସୁନ୍ଦର ଜୀବନ ଦେଇଥିଲେ।

Voter Roll Revision: ଭାରତର ଭୋଟର ତାଲିକା ସଂଶୋଧନକୁ ନେଇ ଜାତିସଂଘର ତିନି ବିଶେଷଜ୍ଞଙ୍କ ଉଦ୍‌ବେଗ

ଟିଆଙ୍କ ପିଲାଦିନର ଏକ ସ୍ମୃତି ମନେ ପକାଇ କହିଥିଲେ ଯେ ତାଙ୍କ ମାଆ‌ ବେଳେବେଳେ ଜାଣିଶୁଣି ନଶୁଣିଲା ପରି ହୁଅନ୍ତି, ଯାହାଫଳରେ ସେ ତାଙ୍କ ପାଟିରୁ ଆଉ ଥରେ ମାଆ ଶବ୍ଦ ଶୁଣିପାରିବେ। ଏହା ଏକ ଛୋଟ ରୀତିରେ ପରିଣତ ହୋଇଥିଲା ଯାହା ସେମାନଙ୍କ ଘରକୁ ହସଖୁସିରେ ଭରି ଦେଉଥିଲା। ଆଜି, ଟିଆ ଭାଟିଆ ଟରଣ୍ଟୋର ଜଣେ ଜଣାଶୁଣା ଅଭିନେତ୍ରୀ, ୟୁଟ୍ୟୁବର୍ ଓ ଡିଜିଟାଲ୍ କ୍ରିଏଟର, ଯିଏ ନିଜର ପୋଷ୍ୟ ସନ୍ତାନ ଗ୍ରହଣ ଯାତ୍ରା ବିଷୟରେ ସବୁବେଳେ ଖୋଲାଖୋଲି ଭାବେ ଆଲୋଚନା କରନ୍ତି। ସେ ପ୍ରାୟତଃ ନିଜ ପିଲାଦିନର କାହାଣୀ ସେୟାର କରନ୍ତି। କେବଳ ନିଜ ପିତାମାତାଙ୍କୁ ସମ୍ମାନ ଜଣାଇବା ପାଇଁ ନୁହେଁ ବରଂ ଅନ୍ୟମାନଙ୍କୁ ମନେ ପକାଇବା ପାଇଁ ଯେ ନିର୍ମଳ ଭଲପାଇବାର ଭିତ୍ତିରେ ପରିବାର ଗଢ଼ାଯାଏ। ବର୍ତ୍ତମାନ ସେ ସୁଖଦ ବିବାହିତ ଜୀବନ ବିତାଉଛନ୍ତି। ଟିଆ ସବୁବେଳେ ନିଜ ପିତାମାତାଙ୍କୁ ଏହି ଦ୍ୱିତୀୟ ଜୀବନ ଏବଂ ସୁନ୍ଦର ସୁଯୋଗ ଦେଇଥିବାରୁ ଶ୍ରେୟ ଦିଅନ୍ତି। ଟିଆଙ୍କ ବାପା ସବୁବେଳେ କୁହନ୍ତି “ଆମେ ତୁମକୁ ଆଡପ୍ଟ କରିନାହୁଁ, ତୁମେ ଆମକୁ ଆଡପ୍ଟ କରିଛ।”

Read Entire Article
LEFT SIDEBAR AD

Hidden in mobile, Best for skyscrapers.