Bharatpur-Chandaka road: ଅନ୍ଧାରରେ ଭରତପୁର-ଚନ୍ଦକା ରାସ୍ତା: ଗୋଟିଏ ବି ଷ୍ଟ୍ରିଟ୍‌ଲାଇଟ୍‌ ଜଳୁନି, ୩ ମାସ ପୂର୍ବରୁ ମରାମତି ସମ୍ଭାବନା ନାହିଁ

2 weeks ago 8
ARTICLE AD BOX

ଖଣ୍ଡଗିରି: ଠିକାଦାରର ରକ୍ଷଣାବେକ୍ଷଣ ଦାୟିତ୍ବ ସରିଯାଇଛି। ତିନି କିଲୋମିଟର ରାସ୍ତାରେ ଷ୍ଟ୍ରିଟ୍‌ ଲାଇଟ୍‌ ଜଳୁନାହିଁ। ଭବିଷ୍ୟତରେ କେବେ ଷ୍ଟ୍ରିଟ୍‌ଲାଇଟ୍‌ ଜଳିବ ସେ ନେଇ ମଧ୍ୟ ‌ଲୋକପ୍ରତିନିଧି ସ୍ପଷ୍ଟ ଭାବେ କହିପାରୁନାହାନ୍ତି। ବିଏମ୍‌ସି ୨୨ ନମ୍ବର ୱାର୍ଡର କଳିଙ୍ଗ ଷ୍ଟୁଡିଓ ଛକରୁ ଦାସପୁର ପର୍ଯ୍ୟନ୍ତ ଷ୍ଟ୍ରିଟ୍‌ ଲାଇଟ୍‌ଗୁଡ଼ିକ ଅଚଳ ହୋଇଯାଇଛି। ୨୦ ଦିନ ହେଲା ଏହି ତିନି କିଲୋମିଟର ରାସ୍ତାରେ ଲାଗିଥିବା ୮୦ଟି ଷ୍ଟ୍ରିଟ୍‌ଲାଇଟ୍‌ରୁ କୌଣସି ଗୋଟିଏ ଜଳୁନାହିଁ। ଏହି ରାସ୍ତାରେ ଲାଗିଥିବା ଷ୍ଟ୍ରିଟ୍‌ ଲାଇଟ୍‌ଗୁଡ଼ିକ ବିଏମ୍‌ସି ଅଧୀନରେ ରହିଛି। ଏହାର ରକ୍ଷଣାବେକ୍ଷଣ ନେଇଥିବା ଠିକାସଂସ୍ଥାର ଟେଣ୍ଡର ଅବଧି ସରିଯାଇଛି। ଏଣୁ ଏହାକୁ ମରାମତି ମଧ୍ୟ କରାଯାଉନାହିଁ। ଗୁରୁତ୍ବପୂର୍ଣ୍ଣ କଥା ହେଉଛି, ଆଗାମୀ ୩ ମାସ ମଧ୍ୟରେ ଏହି ଲାଇଟ୍‌ଗୁଡ଼ିକ ମରାମତି ହେବାର କୌଣସି ସମ୍ଭାବନା ନାହିଁ। ଭରତପୁର ଅଞ୍ଚଳରେ ବଢ଼ୁଥିବା ଅପରାଧକୁ ଦୃଷ୍ଟିରେ ରଖି ଷ୍ଟ୍ରିଟ୍‌ ଲାଇଟ୍‌ଗୁଡ଼ିକୁ ତୁରନ୍ତ ମରାମତି କରିବା ପାଇଁ ଅଞ୍ଚଳବାସୀ ଦାବି କରିଛନ୍ତି।

Rath Yatra:  ରାଇରଂଗପୁର ରଥଯାତ୍ରାରେ ଦିନେ ଲେଖାଁଏ ରଥ ଟାଣନ୍ତି ପୁରୁଷ ଓ ମହିଳା

ସୂଚନା ମୁତାବକ, ଏହି ରାସ୍ତାର ଗୋଟିଏ ପାର୍ଶ୍ବରେ ଚନ୍ଦକା ଅଭୟାରଣ୍ୟ ରହିଥିବା ବେଳେ ଅନ୍ୟ ପାର୍ଶ୍ବରେ ଭରତପୁରବସ୍ତି, ଜିଏ କଲୋନି, ଶ୍ୟାମପୁର ଆଦି ଅଞ୍ଚଳ ରହିିଛି। ରାସ୍ତାକଡ଼କୁ ଲାଗି ବସ୍ତି ଗଢ଼ିଉଠିବା କାରଣରୁ ରାସ୍ତା ଉପରେ ଗାଡ଼ି ପାର୍କିଂ ହୋଇ ରାସ୍ତା ସଂକୀର୍ଣ୍ଣ ହେଉଛି। ସେହିପରି ରାସ୍ତାରେ ୭ଟି କଟ୍‌ ରହିଛି। ରାସ୍ତା ଅନ୍ଧାର ଯୋଗୁ ସବୁଦିନ ଛୋଟମୋଟ ଯାନବାହନ ଦୁର୍ଘଟଣା ଘଟୁଛି। ସେହିଭଳି ଭରତପୁର ଥାନା ସମ୍ମୁଖ ମଧ୍ୟ କିଟିକିଟି ଅନ୍ଧକାର। ତିନିମାସ ମଧ୍ୟରେ ଦୁର୍ଘଟଣାରେ ତିନିଜଣଙ୍କର ମୃତ୍ୟୁ ଘଟିଛି। ଅନ୍ଧାରର ଫାଇଦା ନେଇ ଭରତପୁର ଥାନା ନିକଟବର୍ତ୍ତୀ ମଳିମା ମା’ ମନ୍ଦିର ନିକଟ ପଛ ରାସ୍ତାରେ ନିଶା କାରବାର ଜୋର୍‌ ଧରୁଛି। ପ୍ରାୟ ପ୍ରତି ସପ୍ତାହରେ ଜଣେ ଅପରାଧୀ ଏହି ଅଞ୍ଚଳରୁ ନିଶା କାରବାର ଅଭିଯୋଗରେ ଧରାପଡ଼ୁଛନ୍ତି। ଅନୁରୂପ ଭାବେ ଜିଏ କଲୋନି ଅଞ୍ଚଳରେ ଦୁଇମାସ ମଧ୍ୟରେ ତିନିଟି ଡକାୟତି ଉଦ୍ୟମ ମାମଲା ରୁଜୁ ହୋଇଛି। ଏନେଇ ଅଞ୍ଚଳବାସୀ ଯଥାଶୀଘ୍ର ଲାଇଟ୍‌ଗୁଡ଼ିକର ମରାମତି ପାଇଁ ଦାବି କରିଛନ୍ତି। ବଢ଼ୁଥିବା ଅପରାଧ କାରଣରୁ ରାତି ୧୦ଟା ପରଠାରୁ ଏହି ରାସ୍ତାରେ ଗାଡ଼ି ଚଳାଚଳ ଏକପ୍ରକାର ଠପ୍‌ ହୋଇଯାଉଛି। ଏ ସମ୍ପର୍କରେ ସ୍ଥାନୀୟ କର୍ପୋରେଟର୍‌ ତଥା ଡେପୁଟି ମେୟର୍‌ ମଞ୍ଜୁଲତା କହଁର କହିଛନ୍ତି, ଷ୍ଟ୍ରିଟ୍‌ଲାଇଟ୍‌ଗୁଡ଼ିକର ରକ୍ଷଣାବେକ୍ଷଣ ନେଇଥିବା ସଂସ୍ଥାର ଟେଣ୍ଡର୍‌ ଅବଧି ଶେଷ ହୋଇଛି। ଲାଇଟ୍‌ଗୁଡ଼ିକର ମରାମତି ପାଇଁ ବିଏମ୍‌ସିକୁ କୁହାଯାଇଛି। ତେବେ ଲାଇଟ୍‌ ମରାମତି ହେବା ପାଇଁ ୨ରୁ ତିନି ମାସ ପର୍ଯ୍ୟନ୍ତ ସମୟ ଲାଗିପାରେ ବୋଲି ସେ କହିଛନ୍ତି।

Rath Yatra 2026: ଭକ୍ତିରେ ଉଛୁଳିଲା ବଡଦାଣ୍ଡ; ସାଆନ୍ତଙ୍କ ଅପେକ୍ଷାରେ ଭକ୍ତ

Read Entire Article
LEFT SIDEBAR AD

Hidden in mobile, Best for skyscrapers.