ARTICLE AD BOX
ଭଦ୍ରକ : ଭଦ୍ରକ ଜିଲ୍ଲାରେ ସାଳନ୍ଦୀ ନଦୀରେ ପ୍ରଥମ କରି ବନ୍ୟା ଜଳ ପ୍ରବେଶ କରିଛି। ଗତକାଲି ଠାରୁ ଉପରେ ମୁଣ୍ଡରେ ପ୍ରବଳ ବର୍ଷା ଯୋଗୁଁ ହଦଗଡ଼ ଡ୍ୟାମ ରୁ ଗେଟ ଖୋଲା ଯାଇଥିଲା। ଡ୍ୟାମ ଗେଟ ଖୋଲିବାରୁ ୧୫ କ୍ୟୁସେକ ଜଳ ନଦୀକୁ ଛଡା ଯାଉଥିଲା। ଫଳରେ ନଦୀର ପାଳିଆ ଅଞ୍ଚଳ ଭଦ୍ରକ ଜିଲ୍ଲାର ତିହିଡ଼ି ବ୍ଲକ ର ଅନେକ ଚାଷ ଜାମିରେ ବନ୍ୟା ଜଳ ପ୍ରବେଶ କରିଛି। ଏହି ନଦୀର ସ୍ରୋତ ଏତେ ପ୍ରଖର ଥିଲା ରେ ସାଳନ୍ଦୀର ବିଲନା ଲଞ୍ଜା ଠାରେ ନଦୀ ବନ୍ଧ ୬୦ ଫୁଟ ଧସି ଯାଇଛି। ଫଳରେ ବନ୍ୟା ଜଳ ଚାଷ ଜମି ଆଡ଼କୁ ମାଡି ଯାଉଛି । ସାଳନ୍ଦୀର ବନ୍ୟା ଜଳ ଏହି ଅଞ୍ଚଳର ଶହ ଶହ ଏକର ଚାଷ ଜମିରେ ମାଡ଼ି ଯାଇଛି। ଏହି ବନ୍ୟା ପାଇଁ ଉଜୁଡି ଯାଇଛି ଚାଷ ଜମି।
ଅଧିକ ପଢନ୍ତୁ: Flood forecast: ଛତିଶଗଡ଼ରେ ବନ୍ୟା ପୂର୍ବାନୁମାନ ପରେ… କଲମା ସମେତ ଅନ୍ୟ ବ୍ୟାରେଜ୍ର ସମସ୍ତ ଗେଟ୍ ଖୋଲା
ଚାଷ ପାଇଁ ଯେଉଁ ଚାଷୀ ମାନେ ତଳି ପକାଇ ଥିଲେ ସେମନଙ୍କର ତଳି ଧାନ ସବୁ ବନ୍ୟା ପାଣିରେ ବୁଡ଼ି ଯାଉଛି। ତଳି ବୁଡ଼ିଯିବ ସହ ଲୋକଙ୍କ ଚାଷ ବିଲରେ ପାଣି ଲହଡ଼ି ଭାଙ୍ଗୁଛି। ବନ୍ୟା ପାଣି ନଛାଡିବା ପର୍ଯ୍ୟନ୍ତ ଚାଷୀ ଚାଷ କରିବା ସମ୍ଭବ ହେଉନି। ଶ୍ରାବଣ ମାସର ଅଧା ସମୟ ବିତିଯାଇଥିଲେ ମଧ୍ୟ ଚାଷ କାମ ଆରମ୍ଭ ହୋଇପାରି ନଥିବାରୁ ଏହି ଅଞ୍ଚଳରେ ଚାଷୀ ଚିନ୍ତାରେ ରହିଛି। ନିଲନା, ଲାଞ୍ଜା,ବାରୁଅ ଆଦି ଅଞ୍ଚଳରେ ଲୋକଙ୍କର ପାଣି ପରିବା ଚାଷ ସବୁ ଉଜୁଡି ଯାଇଛି। ଏହି ବନ୍ୟା ଜଳ କେବଳ ତିହିଡି ଅଞ୍ଚଳରେ କ୍ଷତି ପହଞ୍ଚାଇ ନାହିଁ। ଭଦ୍ରକ ଜିଲ୍ଲାର ଭଦ୍ରକ ବ୍ଲକ ର ନଦୀ କୂଳିଆ ଚାଷ ଜମି ଓ ପନିପରିବା କ୍ଷେତ ସବୁ ବୁଡ଼ି ଯାଇଛି। ଆଗପଡ଼ାର ମଙ୍ଗଳପୁର, ଅନିଯୋ, ବିରିଡ଼ି, ଏଡ଼ାଦେଇ,କଣ୍ଡବା, ଚାରିଗାଁ, ଚକରାପାଢ଼ି, କାଉପୁର, ଚଢ଼ିଆ, ଜଳଙ୍ଗା, ଭଦ୍ରକାଳୀ ସାହି, ଅର୍ଣ୍ପାଳ, ଗୁଜିଦରଦା ଆଦି ଅଞ୍ଚଳରେ ପନିପରିବା ଚାଷ ସବୁ ଉଜୁଡି ଯାଇଛି। ସେହିପରି ଚାନ୍ଦବାଲି ବ୍ଲକର ସାଳନ୍ଦୀ ନଦୀ କୂଳିଆ ଅଞ୍ଚଳ ଆରଡ଼ି ପର୍ଯ୍ୟନ୍ତ ଚାଷ ଜମି ରେ ବନ୍ୟା ପାଣି ବୁଡ଼ି ରହିଛି। ସାଳନ୍ଦୀର ପ୍ରଥମ ବନ୍ୟା ଜଳ ଚାଷୀର ବ୍ୟାପକ ଅଞ୍ଚଳ ଜଳ ମଗ୍ନ କରି ରଖିଛି।

6 days ago
4


