Benjamin Netanyahu: ନେତାନ୍ୟାହୁଙ୍କୁ ଗିରଫ ପାଇଁ ଆଇନଗତ ପଦକ୍ଷେପ ଖୋଜୁଛନ୍ତି ନ୍ୟୁୟର୍କ ମେୟର

2 weeks ago 9
ARTICLE AD BOX

ୱାସିଂଟନ: ଆସନ୍ତା ଜାତିସଂଘ ସାଧାରଣ ପରିଷଦ ସମ୍ମିଳନୀରେ ଯଦି ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ ନ୍ୟୁୟର୍କ ଗସ୍ତ କରନ୍ତି, ତେବେ ତାଙ୍କୁ ଗିରଫ କରିବା ପାଇଁ କେଉଁ ଆଇନଗତ ବିକଳ୍ପ ରହିଛି, ସେନେଇ ନ୍ୟୁୟର୍କ ସହରର ମେୟର ଜୋହରାନ ମାମଦାନି ବିଚାର କରୁଥିବା ସୂଚନା ମିଳିଛି। ସେ ନେତାନ୍ୟାହୁଙ୍କୁ ‘ଯୁଦ୍ଧ ଅପରାଧୀ’ ବୋଲି ବର୍ଣ୍ଣନା କରିଥିବା ଖବର ପ୍ରକାଶ ପାଇବା ପରେ ଏହାକୁ ନେଇ ଆମେରିକାରେ ନୂଆ ରାଜନୈତିକ ଚର୍ଚ୍ଚା ଆରମ୍ଭ ହୋଇଛି।

ମାମଦାନି କହିଛନ୍ତି, ଗାଜା ଯୁଦ୍ଧକୁ ନେଇ ଅନ୍ତର୍ଜାତୀୟ ଅପରାଧ ଅଦାଲତ (ଆଇସିସି) ନେତାନ୍ୟାହୁଙ୍କ ବିରୋଧରେ ଗିରଫ ପରୱାନା ଜାରି କରିଥିବା ପରିପ୍ରେକ୍ଷୀରେ ଆଇନଗତ ଭାବେ କେଉଁ ପଦକ୍ଷେପ ନିଆଯାଇପାରିବ, ସେନେଇ ବିଶେଷଜ୍ଞଙ୍କ ସହ ଆଲୋଚନା ଚାଲିଛି। ତେବେ ସେ ସ୍ପଷ୍ଟ କରିଛନ୍ତି ଯେ, ଏହା କେବଳ ଆଇନଗତ ସମ୍ଭାବନାର ସମୀକ୍ଷା ମାତ୍ର ଏବଂ ଏପର୍ଯ୍ୟନ୍ତ କୌଣସି ଚୂଡ଼ାନ୍ତ ନିଷ୍ପତ୍ତି ନିଆଯାଇନାହିଁ।

କ୍ଷମତାଚ୍ୟୁତ ହେବେ ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ ?

ଏହି ବୟାନକୁ ଆମେରିକାର ରିପବ୍ଲିକାନ ନେତା ଓ ଇସ୍ରାଏଲ ସମର୍ଥକ ଗୋଷ୍ଠୀମାନେ ତୀବ୍ର ସମାଲୋଚନା କରିଛନ୍ତି। ସେମାନଙ୍କ ମତରେ, ନ୍ୟୁୟର୍କ ସହରର ମେୟରଙ୍କ ଏଭଳି ମନ୍ତବ୍ୟ ଆମେରିକାର ବିଦେଶନୀତି ସହ ସଙ୍ଗତିପୂର୍ଣ୍ଣ ନୁହେଁ ଏବଂ ଏହା ଏକ କୂଟନୈତିକ ବିବାଦ ସୃଷ୍ଟି କରିପାରେ। ଅନ୍ୟପକ୍ଷରେ, ମାମଦାନିଙ୍କ ସମର୍ଥକମାନେ କହିଛନ୍ତି, ଯୁଦ୍ଧ ଅପରାଧ ସମ୍ପର୍କିତ ଅଭିଯୋଗକୁ ଗୁରୁତ୍ୱର ସହ ବିଚାର କରାଯିବା ଉଚିତ ଏବଂ ଅନ୍ତର୍ଜାତୀୟ ଆଇନର ସମ୍ମାନ ରକ୍ଷା କରିବା ସମସ୍ତଙ୍କ ଦାୟିତ୍ୱ। ତେବେ ନେତାନ୍ୟାହୁ ପ୍ରକୃତରେ ଜାତିସଂଘ ସମ୍ମିଳନୀରେ ଯୋଗ ଦେବେ କି ନାହିଁ, ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ। ଯଦି ସେ ନ୍ୟୁୟର୍କ ଗସ୍ତ କରନ୍ତି, ତେବେ ଏହି ପ୍ରସଙ୍ଗ ଆଇନ, କୂଟନୀତି ଓ ରାଜନୀତି- ତିନୋଟି କ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ ଆଲୋଚନାର ବିଷୟ ହୋଇପାରେ।

Read Entire Article
LEFT SIDEBAR AD

Hidden in mobile, Best for skyscrapers.