Bengaluru: ବେଙ୍ଗାଲୁରୁ ଡେ-କେୟାରରେ ଶିଶୁ ନିର୍ଯାତନା: ଅଭିଯୋଗ ଉଠାଇଥିବା କର୍ମଚାରୀଙ୍କୁ ଚାକିରିରୁ ବହିଷ୍କାର

1 month ago 11
ARTICLE AD BOX

ବେଙ୍ଗାଲୁରୁ: ବେଙ୍ଗାଲୁରୁର ଏକ ଆଇଟି କମ୍ପାନି ପରିସରରେ ଚାଲୁଥିବା ଡେ-କେୟାର କେନ୍ଦ୍ରରେ ଛୋଟ ଛୋଟ ଶିଶୁଙ୍କ ଉପରେ ଅମାନବୀୟ ନିର୍ଯାତନା ଘଟଣାକୁ ନେଇ ନୂଆ ତଥ୍ୟ ସାମ୍ନାକୁ ଆସିଛି। ଜିଲ୍ଲା ବାଳ ସୁରକ୍ଷା ବିଭାଗର ଜଣେ ଅଧିକାରୀଙ୍କ ସୂଚନା ଅନୁସାରେ, ଏହି ଘଟଣା ପ୍ରଥମେ ଜଣେ କର୍ମଚାରୀ କର୍ତ୍ତୃପକ୍ଷଙ୍କ ଦୃଷ୍ଟିକୁ ଆଣିଥିଲେ। କିନ୍ତୁ ଅଭିଯୋଗର ତଦନ୍ତ କରିବା ପରିବର୍ତ୍ତେ ସେହି କର୍ମଚାରୀଙ୍କୁ ଚାକିରିରୁ ବହିଷ୍କାର କରାଯାଇଥିଲା। ଫଳରେ ଦୀର୍ଘ ସମୟ ଧରି ଶିଶୁମାନଙ୍କ ଉପରେ ନିର୍ଯାତନା ଜାରି ରହିଥିବା ଅଭିଯୋଗ ହୋଇଛି।

ଆହୁରି ପଢ଼ନ୍ତୁ: MahuaMoitra: ମହୁଆଙ୍କୁ ଅଣ୍ଡାମାଡ଼ ଦାବିକୁ ବିଜେପିର ପ୍ରତ୍ୟାଖ୍ୟାନ

ସୂଚନା ଅନୁସାରେ, ଡେ-କେୟାର କେନ୍ଦ୍ରରେ ପ୍ରାୟ ୫୦ରୁ ୬୦ ଜଣ ଶିଶୁ ପଞ୍ଜୀକୃତ ଥିଲେ। ପ୍ରତିଦିନ ପ୍ରାୟ ୧୫ରୁ ୨୦ ଜଣ ଶିଶୁ ସେଠାକୁ ଆସୁଥିଲେ। କର୍ତ୍ତୃପକ୍ଷଙ୍କ ସନ୍ଦେହ ଥିଲେ ମଧ୍ୟ ନିର୍ଯାତନାର ସ୍ପଷ୍ଟ ପ୍ରମାଣ ମିଳି ନ ଥିବାରୁ କୌଣସି ପଦକ୍ଷେପ ନିଆଯାଇ ପାରିନଥିଲା। ସମ୍ପ୍ରତି କିଛି ଭିଡିଓ ସାମ୍ନାକୁ ଆସିବା ପରେ ଘଟଣାର ପର୍ଦ୍ଦାଫାସ ହୋଇଥିଲା।
ଭିଡିଓରେ ଦେଖିବାକୁ ମିଳିଛି ଯେ, ଦୁଇରୁ ତିନି ବର୍ଷ ବୟସର ଶିଶୁମାନଙ୍କୁ କାନ୍ଦିଲେ ଦଣ୍ଡ ସ୍ୱରୂପ ୱାସିଂ ମେସିନ୍‌ର ଡ୍ରମ୍‌ ଭିତରେ ବସାଯାଉଥିଲା। କେତେକ ଶିଶୁଙ୍କୁ ବାଥ୍‌ରୁମ୍‌ରେ ବନ୍ଦ କରି ରଖାଯାଉଥିବା ବେଳେ ସେମାନଙ୍କ ମୁହଁରେ ଟଏଲେଟ୍‌ ଜେଟ୍‌ରେ ପାଣି ଛିଞ୍ଚାଯାଉଥିଲା। ଏହି ଘଟଣା ସାର୍ବଜନୀନ ହେବା ପରେ ଅଭିଭାବକମାନଙ୍କ ମଧ୍ୟରେ ଭୟ ଓ କ୍ଷୋଭ ସୃଷ୍ଟି ହୋଇଛି।

ଆହୁରି ପଢ଼ନ୍ତୁ: AIADMK: ଏଆଇଏଡିଏମ୍‌କେରୁ ସାମୁହିକ ପଳାୟନ ଜାରି: ଟିଭିକେରେ ଯୋଗ ଦେଲେ ୩ ପୂର୍ବତନ ମନ୍ତ୍ରୀ

ଘଟଣାକୁ ନେଇ ପୁଲିସ ୫ ଜଣ ମହିଳା ପରିଚାରିକାଙ୍କ ବିରୋଧରେ ମାମଲା ରୁଜୁ କରିଛି ଏବଂ ସେମାନଙ୍କୁ ପଚରାଉଚରା କରୁଛି। ଅନ୍ୟପକ୍ଷରେ, ସମ୍ପୃକ୍ତ ଆଇଟି କମ୍ପାନି କହିଛି ଯେ ଶିଶୁମାନଙ୍କ ସୁରକ୍ଷା ସର୍ବାଧିକ ପ୍ରାଥମିକତା। ତଦନ୍ତ ଶେଷ ନ ହେବା ପର୍ଯ୍ୟନ୍ତ ଡେ-କେୟାର କେନ୍ଦ୍ରକୁ ସତର୍କତାମୂଳକ ପଦକ୍ଷେପ ସ୍ୱରୂପ ଅସ୍ଥାୟୀ ଭାବେ ବନ୍ଦ କରାଯାଇଛି। କମ୍ପାନି ତଦନ୍ତକାରୀ ସଂସ୍ଥାକୁ ସମ୍ପୂର୍ଣ୍ଣ ସହଯୋଗ କରୁଥିବା ମଧ୍ୟ ସ୍ପଷ୍ଟ କରିଛି।

Read Entire Article
LEFT SIDEBAR AD

Hidden in mobile, Best for skyscrapers.