BDA Authority Meeting: ବିଡିଏ କର୍ତ୍ତୃପକ୍ଷ ବୈଠକ: ଖୁବ୍‌ଶୀଘ୍ର ଏକାମ୍ର ରେସିଡେନ୍ସି ଆବାସିକ ପ୍ରକଳ୍ପର ଶୁଭାରମ୍ଭ

1 day ago 1
ARTICLE AD BOX

ଭୁବନେଶ୍ୱର: ବିଡିଏର ବହୁ ପ୍ରତୀକ୍ଷିତ ସୁବୁଦ୍ଧିପୁର ଏକାମ୍ର ରେସିଡେନ୍ସି ଆବାସିକ ପ୍ରକଳ୍ପର ଶୁଭାରମ୍ଭ ହେବ। କର୍ତ୍ତୃପକ୍ଷ ଗୃହଗୁଡ଼ିକର ମୂଲ୍ୟ ନିର୍ଦ୍ଧାରଣକୁ ମଞ୍ଜୁରି ପ୍ରଦାନ କରିଛନ୍ତି। ଏକାମ୍ର କାନନ ଛକରୁ ହାତିଆସୁଣି ପର୍ଯ୍ୟନ୍ତ ଛାୟାପ୍ରଦ ସାଇକେଲ ଟ୍ରାକ୍‌ ନିର୍ମାଣ, ବାଣିବିହାରଠାରେ ୧୦ କେଏଲ୍‌ଡି ସିୱେଜ୍ ଟ୍ରିଟ୍‌ମେଣ୍ଟ ପ୍ଲାଣ୍ଟ ନିର୍ମାଣକୁ ବିଡିଏ କର୍ତ୍ତୃପକ୍ଷ ଅନୁମୋଦନ କରିଛନ୍ତି। ଆଜି ଗୃହନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ତଥା ବିଡିଏ ଅଧ୍ୟକ୍ଷ କୃଷ୍ଣଚନ୍ଦ୍ର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବିଡିଏର ୧୫୨ତମ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି।

Flood In Odisha: ବନ୍ୟା ପରେ କ୍ଷୟକ୍ଷତିର ସ୍ଥିତି ପରଖିଲେ ବିଧାୟକଙ୍କ ସହିତ ପ୍ରଶାସନିକ ଅଧିକାରୀ

ଏକାମ୍ର କାନନ ଛକରୁ ହାତିଆସୁଣି ପର୍ଯ୍ୟନ୍ତ ହେବ ଛାୟାପ୍ରଦ ସାଇକେଲ ଟ୍ରାକ୍‌
ବାଣିବିହାରଠାରେ ହେବ ୧୦ କେଏଲ୍‌ଡି ସିୱେଜ୍ ଟ୍ରିଟ୍‌ମେଣ୍ଟ ପ୍ଲାଣ୍ଟ

ମନ୍ତ୍ରୀ ଶ୍ରୀ ମହାପାତ୍ର କହିଛନ୍ତି, ସମାଜର ବିଭିନ୍ନ ବର୍ଗର ଲୋକଙ୍କ ଆର୍ଥିକ ସ୍ଥିତି ଓ କ୍ରୟ କ୍ଷମତାକୁ ଦୃଷ୍ଟିରେ ରଖି ଏକାମ୍ର ରେସିଡେନ୍ସି ଆବାସିକ ପ୍ରକଳ୍ପର ଘରର ମୂଲ୍ୟ ନିର୍ଦ୍ଧାରଣ କରାଯାଇଛି। ଏହି ପ୍ରକଳ୍ପ ରାଜଧାନୀର ଅନେକ ପରିବାର ପାଇଁ ନିଜସ୍ୱ ଘରର ସ୍ୱପ୍ନ ସାକାର କରିବାରେ ସହାୟକ ହେବ। ୭.୩୬ ଏକର ଜାଗାରେ ଏକାମ୍ର ରେସିଡେନ୍ସି ପ୍ରକଳ୍ପ ନିର୍ମାଣ ହୋଇଛି। ଏଠାରେ ୩ଟି ଟାୱାର(ବି+ଜି+୧୨ ମହଲା)ରେ ୪୧୬ଟି ଦୁଇ ଶୟନକକ୍ଷ ବିଶିଷ୍ଟ ଗୃହ (୨ବିଏଚ୍‌କେ) ଓ ୨୮୮ଟି ତିନି ଶୟନକକ୍ଷ(୩ ବିଏଚ୍‌କେ) ବିଶିଷ୍ଟ ଫ୍ଲାଟ୍‌ ରହିଛି। ଏହାକୁ ବିଶ୍ୱସ୍ତରୀୟ ସୁବିଧା ସହିତ ଏକ ଆଧୁନିକ ଓ ସ୍ଥାୟୀ ଜୀବନଯାପନ ଅଭିଜ୍ଞତା ପ୍ରଦାନ କରିବା ପାଇଁ ଡିଜାଇନ୍ କରାଯାଇଛି। ଯେଉଁଥିରେ ଭୂମିକମ୍ପ-ପ୍ରତିରୋଧୀ ବ୍ୟବସ୍ଥା, କମ୍ୟୁନିଟି ହଲ୍‌, ସୁଇମିଂ ପୁଲ୍‌, ଵାକିଂ ଟ୍ରାକ୍‌, ବାଣିଜ୍ୟିକ ଅଞ୍ଚଳ, ଶିଶୁ ଖେଳପଡ଼ିଆ, ଫିଟ୍‌ନେସ୍‌ ସେଣ୍ଟର, ଖୋଲା ଜାଗା, ସ୍ୱେରେଜ୍ ଟ୍ରିଟମେଣ୍ଟ ପ୍ଲାଣ୍ଟ, ୱାଟର ରିଚାର୍ଜ ବ୍ୟବସ୍ଥା, ପାୱାର ବ୍ୟାକ୍‌ ଅପ୍, ସିସିଟିଭି ନିରୀକ୍ଷଣ, ଅଗ୍ନି ନିରାପତ୍ତା ବ୍ୟବସ୍ଥା ଓ ଅନ୍ୟାନ୍ୟ ସହାୟକ ଭିତ୍ତିଭୂମିର ବ୍ୟବସ୍ଥା କରାଯାଇଛି।

NEET: ନିଟ୍‌-ପିଜି ୨୦୨୬ର ପ୍ରସ୍ତୁତି ସମୀକ୍ଷା କଲେ କେନ୍ଦ୍ରମନ୍ତ୍ରୀ ଜେପି ନଡ୍ଡା

ଗୃହ ପ୍ରକଳ୍ପ ବ୍ୟତୀତ, କର୍ତ୍ତୃପକ୍ଷ ଅନେକ ଗୁରୁତ୍ୱପୂର୍ଣ୍ଣ ସହରାଞ୍ଚଳ ବିକାଶ ପ୍ରସ୍ତାବକୁ ଅନୁମୋଦନ କରିଛନ୍ତି। ଏଥିରେ ଏକାମ୍ର କାନନ ଛକରୁ ହାତିଆସୁଣି ପର୍ଯ୍ୟନ୍ତ ବାମ ସମାନ୍ତରାଳ ରାସ୍ତା ସହିତ ଏକ ଛାୟାପ୍ରଦ ସାଇକେଲ ଟ୍ରାକ୍ ଓ ପାଦଚଲା ରାସ୍ତା ନିର୍ମାଣ କରିବାକୁ ନିଷ୍ପତ୍ତି ନିଆଯାଇଛି। ବର୍ଜ୍ୟଜଳ ପରିଚାଳନା ଓ ପରିବେଶଗତ ସ୍ଥାୟିତ୍ୱରେ ଉନ୍ନତି ଆଣିବା ପାଇଁ ବାଣୀବିହାର ନିକଟସ୍ଥ ୪ ନମ୍ବର ଡ୍ରେନ୍‌ଠାରେ ପାଇଲଟ୍ ପ୍ରକଳ୍ପ ଭାବେ ଏକ ୧୦ କେଏଲ୍‌ଡି କ୍ଷମତା ବିଶିଷ୍ଟ ସିୱେଜ୍ ଟ୍ରିଟମେଣ୍ଟ ପ୍ଲାଣ୍ଟ(ଏସ୍‌ଟିପି) ନିର୍ମାଣକୁ ଅନୁମୋଦନ ମିଳିଛି। ବୈଠକରେ ବିଡିଏ ଦ୍ୱାରା ନିର୍ମିତ ସହରର ଅନ୍ୟତମ ପ୍ରମୁଖ ବାଣିଜ୍ୟିକ କେନ୍ଦ୍ର ସିଆର୍‌ପି ଛକସ୍ଥିତ ପ୍ରିୟଦର୍ଶିନୀ ମାର୍କେଟ୍ କମ୍ପ୍ଲେକ୍ସର ପୁନଃବିକାଶ ପ୍ରସ୍ତାବକୁ ମଧ୍ୟ ଅନୁମୋଦନ ମିଳିଛି। ଏହି ମାର୍କେଟ୍ କମ୍ପ୍ଲେକ୍ସର ଆଧୁନିକୀକରଣ କରାଯିବ। ମଳିପଡ଼ା ଓ ଦାସପୁର ଗ୍ରାମକୁ ଅନ୍ତର୍ଭୁକ୍ତ କରୁଥିବା ଟିପି ସ୍କିମ୍(ସହର ପରିକଳ୍ପନା ଯୋଜନା) ନଂ ୫, ୬ ଓ ୭ ଏବଂ ବିଜିପୁର, ବାଲିଆପଡ଼ା, କାଶୀପୁର, ଭଗବାନପୁର ଓ ପାତ୍ରପଡ଼ା ଗ୍ରାମକୁ ଅନ୍ତର୍ଭୁକ୍ତ କରୁଥିବା ଟିପି ସ୍କିମ୍ ନଂ ୪୨, ୪୩, ୪୪ ଓ ୪୫ ପାଇଁ ଉଦ୍ଦେଶ୍ୟ ଘୋଷଣା(‌ଡିକ୍ଲେୟାରେସନ୍‌ ଅଫ୍‌ ଇଣ୍ଟେନ୍‌ସନ୍‌)କୁ କର୍ତ୍ତୃପକ୍ଷ ଅନୁମୋଦନ କରିଛନ୍ତି। କର୍ତ୍ତୃପକ୍ଷ ପ୍ରସ୍ତାବିତ ନ୍ୟୁ ସିଟି ଓ ଭୁବନେଶ୍ୱର ଟାଉନ୍ ସେଣ୍ଟର ପ୍ରକଳ୍ପର ଅଗ୍ରଗତିର ମଧ୍ୟ ସମୀକ୍ଷା କରିଥିଲେ। ବୈଠକରେ ବିଏମ୍‌ସି ମେୟର ସୁଲୋଚନା ଦାସ, ଜଟଣୀ ପୌରପାଳିକା ଅଧ୍ୟକ୍ଷ ଅନନ୍ତ ବେହେରା, ଗୃହନିର୍ମାଣ ଓ ନଗର ଉନ୍ନୟନ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଉଷା ପାଢ଼ୀ ପ୍ରମୁଖ ଉପସ୍ଥିତ ଥିଲେ।

Read Entire Article
LEFT SIDEBAR AD

Hidden in mobile, Best for skyscrapers.