ARTICLE AD BOX
ନୂଆଦିଲ୍ଲୀ:ଶ୍ରୀଲଙ୍କା ବିପକ୍ଷ ଦୁଇ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ୍ ଶୃଙ୍ଖଳା ଲାଗି ବିସିସିଆଇ ମଙ୍ଗଳବାର ଦଳ ଘୋଷଣା କରିଛି। ଅନ୍କ୍ୟାପ୍ଡ ଅଫ୍ସ୍ପିନର ସାରାଂଶ ଜୈନ ନୂଆଁମୁହଁ ଭାବେ ସାମିଲ ହୋଇଥିଲା ବେଳେ ସ୍ପିନ୍ ଅଲ୍ରାଉଣ୍ଡର ରବୀନ୍ଦ୍ର ଜାଡ଼େଜା ଦଳକୁ ଫେରିଛନ୍ତି। ଦ୍ରୁତବୋଲର ଯଶପ୍ରୀତ ବୁମ୍ରା ଓ ବ୍ୟାଟର୍ ସାଇ ସୁଦର୍ଶନ ଏହି ୧୫ ଜଣିଆ ଦଳରେ ସ୍ଥାନ ପାଇଥିଲେ ମଧ୍ୟ ବିସିସିଆଇ ଉତ୍କର୍ଷ କେନ୍ଦ୍ର (ସିଓଇ)ଠୁ ଫିଟ୍ନେସ୍ ପ୍ରମାଣପତ୍ର ପାଇବା ପରେ ହିଁ ଖେଳି ପାରିବେ। ଇଂଲଣ୍ଡ ଗସ୍ତ ବେଳେ ସ୍ପିନ୍ ଅଲ୍ରାଉଣ୍ଡର ୱାସିଂଟନ୍ ସୁନ୍ଦର ଜଙ୍ଘ ମାଂସପେସୀ ଟାଣି ହେବା ସମସ୍ୟାରେ ପଡ଼ିଥିବାରୁ ଶ୍ରୀଲଙ୍କା ଗସ୍ତରୁ ବାଦ୍ ପଡ଼ିଛନ୍ତି। ତାଙ୍କ ସ୍ଥାନରେ ସାରାଂଶଙ୍କୁ ସ୍ଥାନ ମିଳିଛି।
ଅଧିନାୟକ ନେତୃତ୍ବରେ ଶୁବମନ ଗିଲ୍
୩୩ ବର୍ଷୀୟ ମଧ୍ୟପ୍ରଦେଶ ବୋଲର ସାରାଂଶ ମଧ୍ୟ ଲୋୟର ମିଡିଲ୍ ଅର୍ଡର ବ୍ୟାଟର୍। ଶ୍ରୀଲଙ୍କ ଗସ୍ତରେ ସେ ଭାରତୀୟ ଏ’ ଦଳ ବିପକ୍ଷରୁ ଖେଳି ଉଭୟ ବଲ୍ ଓ ବ୍ୟାଟ୍ରେ ଚମତ୍କାରିତା ଦେଖାଇଥିଲେ। ଗଲ୍ରେ ଖେଳାଯାଇଥିବା ଶ୍ରୀଲଙ୍କା-ଏ’ ବିପକ୍ଷ ଦ୍ବିତୀୟ ୪ଦିନିଆ ମ୍ୟାଚ୍ରେ ସେ ୬ ୱିକେଟ୍ ଅକ୍ତିଆର କରିବା ସହ ୭ ନମ୍ବରରେ ବ୍ୟାଟିଂକୁ ଆସି ୭୦* ରନ୍ର ଅପରାଜିତ ପାଳି ଖେଳି ଦଳକୁ ୧୦ ୱିକେଟ୍ ବିଜୟ ଦେବାରେ ପ୍ରମୁଖ ଭୂମିକା ତୁଲାଇଥିଲେ। ଜୁନ୍ରେ ଖେଳାଯାଇଥିବା ଆଫ୍ଗାନିସ୍ତାନ ବିପକ୍ଷ ଏକମାତ୍ର ଟେଷ୍ଟ୍ରେ ଜାଡ଼େଜାଙ୍କୁ ବିଶ୍ରାମ ଦିଆଯାଇଥିଲା। ଏହି ଶୃଙ୍ଖଳାରେ ତାଙ୍କ ସ୍ଥାନରେ ସ୍ପିନ୍ ଦାୟତ୍ବ କୁଲଦୀପ ଯାଦବ ଓ ମାନବ ସୂତାରଙ୍କୁ ମିଳିଥିଲା। ଉଭୟ ମଧ୍ୟ ଶ୍ରୀଲଙ୍କା ଗସ୍ତ ଦଳରେ ସାମିଲ ହୋଇଛନ୍ତି। ବୁମ୍ରାଙ୍କ ବାଦ୍ ଦ୍ରୁତ ବୋଲର ମହମ୍ମଦ ସିରାଜ, ପ୍ରସିଦ୍ଧ କ୍ରିଷ୍ଣା ଓ ଗୁରନୂର ବ୍ରାର ଦଳରେ ସ୍ଥାନ ବଜାୟ ରଖିଛନ୍ତି। ମାଂସପେସୀ ଜନିତ ସମସ୍ୟାରେ ପଡ଼ିଥିବା ହର୍ଷିତ ରାଣା ଓ ନୀତୀଶ କୁମାର ରେଡ୍ଡୀଙ୍କୁ ଏହି ଶୃଙ୍ଖଳା ଲାଗି ଚୟନ କରାଯାଇ ନାହିଁ। ଟେଷ୍ଟ୍ ଶୃଙ୍ଖଳା ପୂର୍ବରୁ ଅଗଷ୍ଟ ୭ରୁ କଲମ୍ବୋରେ ଖେଳାଯିବାକୁ ଥିବା ୪ଦିନିଆ ମ୍ୟାଚ୍ର ନେତୃତ୍ବ ବି ଅଧିନାୟକ ଶୁବମନ ଗିଲ୍ ନେବେ। ପ୍ରଥମ ଟେଷ୍ଟ୍ ଗଲ୍ରେ ଅଗଷ୍ଟ ୧୫ରୁ ୧୯ ଏବଂ ଦ୍ବିତୀୟ କଲମ୍ବୋରେ ଅଗଷ୍ଟ ୨୩ରୁ ୨୭ ତାରିଖ ପର୍ଯ୍ୟନ୍ତ ଖେଳାଯିବ।
Kris Srikkanth: ସାମସନ, ଅଭିଷେକଙ୍କୁ ନେଇ ଅଲଗା ଅଲଗା ମାପଦଣ୍ଡ କାହିଁକି? : ଶ୍ରୀକାନ୍ତ
ଭାରତୀୟ ଦଳ: ଶୁବମନ ଗିଲ୍ (ଅଧିନାୟକ), କେଏଲ୍ ରାହୁଲ (ଉପଅଧିନାୟକ), ଯଶସ୍ବୀ ଜୟସ୍ବାଲା, ଋଷଭ ପନ୍ତ (ୱିକେଟ୍କିପର), ସାଇ ସୁଦର୍ଶନ, ଦେବଦତ୍ତ ପଡ଼ିକଲ, ଧ୍ରୁବ ଜୁରେଲ (ୱିକେଟ୍କିପର), ରବୀନ୍ଦ୍ର ଜାଡ଼େଜା, କୁଲଦୀବ ଯାଦବ, ମାନବ ସୂତାର, ଯଶପ୍ରୀତ ବୁମ୍ରା, ମହମ୍ମଦ ସିରାଜ, ପ୍ରସିଦ୍ଧ କ୍ରିଷ୍ଣା, ଗୁରନୂର ବ୍ରାର, ସାରାଂଣ ଜୈନ।

6 days ago
4


